ବିଜେପି ମାଣତ୍ରୀ ମଣ୍ଡଳ ଦ୍ୱାରା ରକ୍ତଦାନ ଶିବିର ଆୟୋଜିତ : ବିଧାୟକ ଓ ସହଯୋଗୀଙ୍କୁ ରାଜ୍ୟ ସରକାରଙ୍କ ମାନପତ୍ର ଦେଇ ଶଙ୍ଖୋଳିଲେ ବଡସାହି ତହସିଲଦାର
ବେତନଟୀ : ଆଜି ବଡସାହି ଯୁବ ବିଧାୟକ ସନାତନ ବିଜୁଳିଙ୍କ ନେତୃତ୍ୱରେ ଉତ୍ତର ଓଡିଶାର ପ୍ରସିଦ୍ଧ ହରିହର ପୀଠ ବାବା କଖାରୁଆ ମହାଦେବଙ୍କ ପବିତ୍ର ପୀଠ ମାଣତ୍ରୀରୁ ଗ୍ରୀଷ୍ମକାଳୀନ ରକ୍ତାଭାବକୁ ମୁକାବିଲା କରିବା ପାଇଁ ଅଭିଯାନ ଆରମ୍ଭ ହୋଇଛି । ବିଜେପି ମାଣତ୍ରୀ ଜୋନର ସଭାପତି ସୁବାସ ଦ୍ୱିବେଦୀଙ୍କ ଅଧ୍ୟକ୍ଷତାରେ ଏଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଥିଲା । ବିଧାୟକ ସନାତନ ବିଜୁଳି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଶିବିରକୁ ଉଦଘାଟନ କରି ଥିଲେ ।
ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ ବଡସାହି ତହସିଲଦାର ମମତାଜ ମହାରଣା ରକ୍ତଦାତା ମାନଙ୍କୁ ଉସôାହିତ କରିବା ସହିତ ଗ୍ରୀଷ୍ମ ଋତୁରେ ରକ୍ତଦାନ ଭଳି ମହତ କାର୍ଯ୍ୟକ୍ରମ କରି ଲୋକଙ୍କ ଜୀବନ ବଞ୍ଚାଇବାକୁ ବିଧାୟକ ଓ ତାଙ୍କର ଟିମ କରୁଥିବା ପ୍ରୟାସ ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ କାର୍ଯ୍ୟ ବୋଲି କହି ଥିଲେ ।
ସମ୍ମାନୀତ ଅତିଥି ଭାବେ ଓଡିଶା ରକ୍ତ ଭଣ୍ଡାର, ଉଦଳା ଶାଖାର ଡାକ୍ତର ଶିଶିର କୁମାର ବେହେରା, ବଡସାହି ସମ୍ବାଦ ପ୍ରତିନିଧି ଅମୀୟ କୁମାର ବଳା, ମାଣତ୍ରୀ ପ୍ରତିନିଧି ଦୀପକ କୁମାର ବୁଗୁଡେଇ, ଆଇନଜୀବି ଅଭୟ କୁମାର ମହାପାତ୍ର, ପ୍ରଭାତ କୁମାର ଜେନା, ସଂଗ୍ରାମକେଶରୀ ପାତ୍ର, ବୀରଭଦ୍ର ପ୍ରଧାନ, ରବୀନ୍ଦ୍ର ପାତ୍ର, ଚନ୍ଦନ ପାତ୍ର, ଅଭିଦେନ୍ଦ୍ର ମହାନ୍ତି, ନମିତା ସିଂ, ଇନ୍ଦ୍ରଜିତ ମହାନ୍ତ, ଅଭୟ କୁମାର ବେହେରା, ବିଳାସିନୀ ସାହୁ, ଟିକିଲୁ ଜେନା, ରାମକୃଷ୍ଣ ମାଝୀ, ନୀଳମାଧବ ମହାନ୍ତି, ନବୀନ ବେହେରା, ରଙ୍ଗଲତା ମହାନ୍ତ, ପରମାନନ୍ଦ ମହାଳିକ, ରାଜେଶ ପଣ୍ଡା, ଭାନୁଶଙ୍କର ପଣ୍ଡା, ଚିତ୍ତରଞ୍ଜନ ପଣ୍ଡା, ମାଧବ ସିଂ, କାର୍ତ୍ତିକ ସାହୁ, ରିଙ୍କୁ ସାହୁ ଓ ଅନ୍ୟମାନେ ଯୋଗ ଦେଇ ପରିଚାଳନା କରି ଥିଲେ ।
ବିଧାୟକ ଓ ତାଙ୍କ ଟିମକୁ ତହସିଲଦାର ମମତାଜ ମହାରଣା ଓ ଉଦଳା ରକ୍ତ ଭଣ୍ଡାରର ଡାକ୍ତର ଶିଶିର କୁମାର ବେହେରା ରାଜ୍ୟ ସରକାରଙ୍କ ସମ୍ମାନ ପତ୍ର ଓ ଟ୍ରଫି ଦେଇ ସମ୍ମାନୀତ କରି ଥିଲେ । ଏହି ଶିବିରରେ ସ୍ୱେଚ୍ଛାକୃତ ଭାବେ ଯୋଗେଶ୍ୱର ଜେନା, ଧର୍ମେନ୍ଦ୍ର ଦଳେଇ, ଅରୁଣ କୁମାର ମହାକୁଡ, ଶ୍ରବଣ କୁମାର ମହାପାତ୍ର, ବିକ୍ରମ କେଶରୀ ପାତ୍ର, ଶଶୀଶେଖର ପଣ୍ଡା, ରାମକୃଷ୍ଣ ମାଝୀ, ନମିତା ସିଂ, ଗଣେଷ ପରିଡା, ରାଜକିଶୋର ମହାନ୍ତ, କ୍ରୀଷ୍ଣା ସାହା, ବାପୁନୀ ସିଂ, ବାବୁଲି ଢ଼ୋଲି, ସାନୁ ମହାନ୍ତ, ବୈକୁଣ୍ଠ ମହାନ୍ତ, କିରନ କୁମାର ଦ୍ୱିବେଦୀ, କ୍ରୀଷ୍ଣା ଭୂୟାଁ, ହୃଷିକେଶ ବେହେରା, ଲୁଲୁ ବେହେରା, ଚିକୁନ କୁମାର ନାୟକ, ମନୋଜ କୁମାର ବେହେରା, ଅଭିରେନ୍ଦ୍ର ମହାନ୍ତି, ରାଜେଶ କୁମାର ପଶା, ଇନ୍ଦ୍ରଜିତ ମହାନ୍ତ, ଅଭୟ କୁମାର ବେହେରା, ଚକ୍ରଧର ଜେନା, ସତ୍ୟରଞ୍ଜନ ବେହେରା, ଚନ୍ଦନ ସେଠୀ, ଈଶ୍ୱର ଚନ୍ଦ୍ର ଜେନା ବୋଲି ଜଣା ପଡିଛି । ଏହି ରକ୍ତଦାନ ଶିବିରରୁ ଉଦଳା ରକ୍ତଭଣ୍ଡାରର କମଲ କୁମାର ନାଏକ, ଶାନ୍ତନୁ କୁମାର ପୁହାଣ, ପ୍ରକାଶ କୁମାର ପଣ୍ଡା, ଅଶୋକ କୁମାର ଆଚାର୍ଯ୍ୟ, ମହେଶ ରଞ୍ଜନ ମହାନ୍ତି, ବିଭୁଦତ୍ତ ସାମଲ ପ୍ରମୁଖ ରକ୍ତ ସଂଗ୍ରହ କରି ଥିଲେ । ଶେଷରେ ବେତନଟୀ ପ୍ରତିନିଧି ରଞ୍ଜନ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରି ଥିଲେ
