Odisha news

ବିଜେଡି ତରଫରୁ କରୋନା ସହାୟତା ବଣ୍ଟନ : ଜନତାଙ୍କୁ ସମ୍ଭାଳିଲେ ମହିଳା କର୍ମୀ

0

ବେତନଟୀ  : ଆଜି ବଡସାହି ନିର୍ବାଚନ ମଣ୍ଡଳୀର ବିଜେଡି ଦଳ ତରଫରୁ ବେତନଟୀ ସାପ୍ତାହୀକ ହାଟ, ବଜାର, ଚଣ୍ଡିଛକ ଅନ୍ୟାନ ସ୍ଥାନରେ ଜନସାଧାରଣଙ୍କୁ କରୋନାରୁ ରକ୍ଷା ପାଇବା ପାଇଁ ମାସ୍କ, ସାବୁନ ଅନ୍ୟାନ ବଣ୍ଟନ କରା ଯାଇ ଥିଲା ଆଜିର କାର୍ଯ୍ୟକ୍ରମକୁ ବଡସାହି ବିଧାୟକ କ୍ଷେତ୍ରର ବିପର୍ଯ୍ୟୟ ପ୍ରଭାରୀ ତଥା ପୂର୍ବତନ ବିଧାୟକ ଭାଦବ ହାଁସଦା ଉଦଘାଟନ କରି ଥିଲେ

ପ୍ରବଳ ଖରା ସତ୍ତ୍ୱେ ମହିଳା କର୍ମୀ ମାନେ ଆଗ ଧାଡିରେ ରହି ଆଜିର କାର୍ଯ୍ୟକ୍ରମର ମଙ୍ଗ ସମ୍ଭାଳି ଥିବାର ଦେଖା ଯାଇଛି ବ୍ଲକ ମହିଳା ଜନତା ସଭାପତି ସ୍ନେହଲତା ପାଣି, ଶାନ୍ତିଲତା ରାଉତ, ସ୍ନେହଲତା ସେଠୀ, ସଂଯୁକ୍ତା ପାତ୍ର, କାବେରୀ ବେହେରା, ଭାଗ୍ୟବତୀ ମହାନ୍ତ, ମାଳତୀ ବିନ୍ଧାଣୀ, ରଶ୍ମିତା ମହାପାତ୍ର ଅନ୍ୟ ମହିଳା ମାନେ ଏହି କାର୍ଯ୍ୟକ୍ରମର ମଙ୍ଗ ଧରି ଥିବାର ଦେଖା ଯାଇଛି

ଜିଲ୍ଲା ଯୁବ ଜନତା ସଭାପତି ତଥା ବାରିପଦା ଉପନଗରପାଳ ଜିତେନ୍ଦ୍ର ମହାନ୍ତି (ନଛି ଭାଈ) ପ୍ରସ୍ତୁତି ବୈଠକରେ ଯୋଗ ଦେଇ ଯୁବ କର୍ମୀ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ସଫଳ କରିବାକୁ ନିଦେ୍ର୍ଦଶ ଦେଇ ଥିଲେ ବିଜେଡିର ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନିଦେ୍ର୍ଦଶକ୍ରମେ ଏହି କାର୍ଯ୍ୟକ୍ରମକୁ ବିଜୁ ଜନତା, ଯୁବ, ଛାତ୍ର ମହିଳା ଜନତା କର୍ମୀ ମାନେ ସାମୁହିକ ଭାବେ ତୁଲାଇ ଥିଲେ

ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ସୁବ୍ରମଣ୍ୟମ ମହାନ୍ତି, ରାଜ୍ୟ ଯୁବ ଜନତା ଉପସଭାପତି ଲଲାଟେନ୍ଦୁ ବେହେରା, ଯୁବ ନେତା ପ୍ରିୟବ୍ରତ ପଟ୍ଟନାୟକ, ସମାଜସେବୀ ଅଜୟ କୁମାର ଓଝା, ଇଂ. ସୁଶାନ୍ତ କୁମାର ବଳା, ପ୍ରିୟବ୍ରତ ମାଝୀ, ଯୁବ ଜନତା ଜିଲ୍ଲା ଉପସଭାପତି ଭବାନୀଶଙ୍କର ମିଶ୍ର, ପୂର୍ବତନ ବ୍ଲକ ସଭାପତି ସୁନ୍ଦରମୋହନ ମହାନ୍ତ, ଯୁବ ଜନତା ସମ୍ପାଦକ ମାନସ ଜେନା, ବ୍ଲକ ସଭାପତି ସ୍ୱରୂପ ତ୍ରିପାଠୀ, ହରେକୃଷ୍ଣ ବେହେରା, ସୌରଭ ପରିଡା, ଯୁବ ନେତା ଯାମିନୀ କାନ୍ତ ନାଏକ, ତିଲକ ହାଁସଦା, ମୂରଲୀଧର ନାୟକ ବହୁ କର୍ମୀ କର୍ମକର୍ତ୍ତା ଯୋଗ ଦେଇ ଏହି କାର୍ଯ୍ୟକୁ ସଫଳ କରି ଥିବାର ଦେଖା ଯାଇଛି

 

Leave A Reply