ଫୁଲବାଣୀ : କରୋନା ସଂକ୍ରମଣକୁ ଆଖିରେ ରଖି ସରକାରଙ୍କ ସମେତ ବିଭିନ୍ନ ବେସରକାରୀ ଅନୁଷ୍ଠାନ ମଧ୍ୟ ଲୋକେ କିପରି ଏହି ମହାମାରୀଠାରୁ ଦୁରରେ ରହିବାରେ ସକ୍ଷମ ହେବେ ସେଥିପାଇଁ ବିଭିନ୍ନ ପଦକ୍ଷେପ ମାନ ନିଆଯାଉଛି । ସେହିପରି ଆଜି ଫୁଲବାଣୀରେ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ ତରଫରୁ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧିକରାଇବା ପାଇଁ ଲୋକଙ୍କୁ ମାଗଣାରେ ପ୍ରାୟ ୧୦ ପ୍ରକାରର ଜଡୁବୁଟିରୁ ପ୍ରସ୍ତୁତ କରାଯାଇ ଏକ ପ୍ରକାରର ଆୟୁରବେଦିକ କାଢା ବଣ୍ଟନ କରାଯାଇଛି ।
ଆଜି ସ୍ଥାନୀୟ ମାଦିକୁନ୍ଦା ଛକଠାରେ ଆରଏସଏସର ଜିଲା ସଂଘ ଚାଳକ ରାମଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଏହି କାର୍ଯ୍ୟର ଶୁଭାରମ୍ଭ କରାଯାଇଥିଲା । ଏହି ଅବସରରେ ସେଠାରେ ଜିଲା କାର୍ଯ୍ୟବାହ ନିରଞ୍ଜନ ଚନ୍ଦ୍ର ମିଶ୍ର,ଶଙ୍କର ବେହେରା,ରମେଶ ମହାନ୍ତି,ପ୍ରଣବ ନାୟକ,ନରେଶ ମହାନ୍ତି,ଶିବପ୍ରସାଦ ପାତ୍ର,ଶେଷଦେବ ସାହୁ,କାର୍ଯ୍ୟବାହ ଡମ୍ବୁରୁ ଭାଇଙ୍କ ସମେତ ଅନ୍ୟାନ୍ୟ ମାନେ ଉପସ୍ଥିତ ଥିଲେ । ଏହି କାଢାକୁ ଆୟୁଷ ଚିକିସôକ ଜତୀନ କୁମାର ପାଢୀଙ୍କ ଦେଖରେଖରେ ପ୍ରସ୍ତୁତ କରାଯାଇଥିଲା । ସକାଳ ୮ଟାବେଳୁ ଆରମ୍ଭ କରାଯାଇଥିବା ଏହି ବିତରଣ କାର୍ଯ୍ୟ ଦିନ ଏଗାରଟା ପର୍ଯ୍ୟନ୍ତ ଚାଲୁରହିଥିଲା । ଏହି କାଢକୁ ଫୁଲବାଣୀର ପ୍ରାୟ ୪ଶହରୁ ଅଧିକ ଜନସାଧାରଣ ସେବନ କରିଥିଲେ