ବେତନଟୀ : ଆଜି ବେତନଟୀ ଥାନା ଅଧୀନ ଶୁଖିଲାହାର ନିକଟରେ ଏକ ବଜାଜ ପଲସର ମୋଟର ସାଇକେଲ ଦୁର୍ଘଟଣାଗ୍ରସ୍ତ ହେବା ହେତୁ ଶୁଖିଲାହାର ସାମିଲ ମହୁଲିଆର ଛୁଟନା ମହାନ୍ତଙ୍କ ପୁଅ ଡାକ୍ତର ମହାନ୍ତ ଓରଫ ପେଟୁ (୩୮)ଙ୍କ ମୃତ୍ୟୁ ଘଟିଛି । ପେଟୁ ସହିତ ଥିବା ମୁର୍ସିଦାବାଦର ମହାବୀର ଗୁରୁତର ହୋଇ ଚିକିସôିତ ହେଉଛନ୍ତି ।
ମୋଟର ସାଇକେଲଟି ମହାବୀର ଚଳାଉ ଥିବା ବେଳେ ପେଟୁ ପଛରେ ବସି ଥିଲେ । ମୋଟର ସାଇକେଲରେ ଯାଉ ଥିବା ବେଳେ ଉଭୟ ଯୁବକ ହଠାତ ମୋଟର ସାଇକେଲଟି ବୁଲାଇବା ସମୟରେ ଏକ ବିଦୁ୍ୟତ ଖୁଣ୍ଟର ଷ୍ଟେରେ ଫସି ଯାଇ ଥିଲେ । ଚାଳକ ମହାବୀର ଷ୍ଟେ ତଳେ ପାର ହୋଇ ଯାଇ ଥିବା ବେଳେ ପେଟୁର ବେକଟି ଷ୍ଟେରେ ଲାଗି ଯାଇ ଥିଲା । ବେତନଟୀ ଦମକଳ ବାହିନୀ ଉଭୟଙ୍କୁ ଗୁରୁତର ଅବସ୍ଥାରେ ବେତନଟୀ ଡାକ୍ତରଖାନାକୁ ଆଣି ଥିଲା ।
ଏଠାରେ ଡାକ୍ତର ପେଟୁକୁ ମୃତ ଘୋଷଣା କରି ଥିଲେ । ଡାକ୍ତରଖାନାରେ ପହଞ୍ଚି ଯୁବ ବିଜେଡି ରାଜ୍ୟ ଉପସଭାପତି ଲଲାଟେନ୍ଦୁ ବେହେରା, ପୂର୍ବତନ ବ୍ଲକ ସଭାପତି ସୁନ୍ଦରମୋହନ ମହାନ୍ତ, ଜୟଦେବ ମହାନ୍ତ, ଶିବଶଙ୍କର ମହାନ୍ତ ପ୍ରମୁଖ ପରିବାରକୁ ସାନ୍ତ୍ୱନା ଦେଇ ଥିଲେ । ଲଲାଟେନ୍ଦୁ ପରିବାରକୁ ଶବ ବ୍ୟବଚ୍ଛେଦ ଓ ଅନ୍ୟାନ ଖର୍ଚ୍ଚ ପାଇଁ ଆର୍ଥିକ ସହାୟତା କରି ଥିବାର ଦେଖା ଯାଇଛି । ବେତନଟୀ ଥାନା ଏସଆଇ ଶ୍ରୀନିବାସ ମାର୍ଥା ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ ଆରମ୍ଭ କରି ଥିଲେ । ଘଟଣାକୁ ନେଇ ପେଟୁଙ୍କ ମାଆ ବେତନଟୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି । ପ୍ରସିଦ୍ଧ ହରିହର ପୀଠରୁ ଆରମ୍ଭ ହେଲା ଗ୍ରୀଷ୍ମ ରକ୍ତଦାନ ବିପ୍ଳବ