ଖୋର୍ଦ୍ଧା,୮ା୫ : କରୋନା ମୁକାବିଲା ପାଇଁ ଲକଡ଼ାଉନ କାରଣରୁ ଗରିବ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ପରିପେକ୍ଷୀରେ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଗରିବ କଲ୍ୟାଣ ଯୋଜନାମାନ ପ୍ରସ୍ତୁତ କରିଛନ୍ତି । ତଥାପି ଅନେକ ଲୋକ ବିଭିନ୍ନ କାରଣରୁ ଏଥିରୁ ବଞ୍ଚôତ ହେଉଛନ୍ତି ।
ସେମାନଙ୍କୁ ଅନେକ ଅଗ୍ରଣୀ ସଂଗଠନ ରନ୍ଧାଖାଦ୍ୟ ଓ ସୁଖିଲା ଖାଦ୍ୟ ଦେଇ ସହଯୋଗ କରୁଛନ୍ତି । ଏହି ବିପତି ବେଳେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଂଚସୂତ୍ରୀ କାର୍ଯ୍ୟକ୍ରମ ଆହ୍ୱାନରେ ଫିଡ଼୍ ଦି ନିଡ଼ି ଗା ଗରିବଙ୍କୁ ଅନ୍ନଦାନ ଯୋଜନା ଅନୁଯାୟୀ ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେପି ତରଫରୁ ସ୍ଥାନୀୟ କାଇପଦର ପଂଚାୟତରେ ଦୁଇଟି ବସ୍ତିରେ ସୁଖିଲା ଖାଦ୍ୟ ବଂଟନ କରାଯାଇଥିଲା ।
ବିଜେପି ମଧ୍ୟ ଖୋର୍ଦ୍ଧା ମଣ୍ଡଳର ସଭାପତି ମାନସ ରଂଜନ ପଟ୍ଟନାୟକଙ୍କ ତତ୍ୱବଧାନରେ କାଇପଦର ଏବଂ ଦଧିମାଛଗାଡ଼ିଆ ହରିଜନ ସାହିରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁଚରଣ ଖଣ୍ଡେଇତରାୟ ଉପସ୍ଥିତ ରହି ଗରିବ ଲୋକମାନଙ୍କୁ ଚାଉଳ, ଡ଼ାଲି, ଚୁଡ଼ା, ଚିନି, ସାନିଟାଇଜର ଏବଂ ସାବୁନ ଆଦି ପ୍ରଦାନ କରିଥିଲେ ।
ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ଶ୍ରୀରଂଜନ ମଙ୍ଗରାଜ ଉପସ୍ଥିତିରେ ଉକ୍ତ କାର୍ଯ୍ୟକ୍ରମରେ ମଣ୍ଡଳର ସାଧାରଣ ସମ୍ପାଦକ ରଞ୍ଜନ କୁମାର ବରାଳ, ଉପସଭାପତି ଅଶି୍ୱନି ସାମନ୍ତରାୟ, ଯୁବ ନେତା କିଶୋର ବରାଳ, ବିଶ୍ୱଭୂଷଣ ପଟ୍ଟନାୟକ, ସନାତନ ପାତ୍ର, ପଂଚାୟତ ପ୍ରମୁଖ ପଦ୍ମ ଚରଣ ମାନସିଂହ, ସହ ପ୍ରମୁଖ ବିଶ୍ୱନାଥ ପାଇକରାୟ ଓ ସ୍ଥାନୀୟ ୱାର୍ଡ଼ ମେମ୍ବରଙ୍କ ସମେତ ପ୍ରମୁଖ କାର୍ଯ୍ୟକର୍ତାମାନେ ଉପସ୍ଥିତ ଥିଲେ ।
ପରେ ପରେ ଶ୍ରୀ ଖଣ୍ଡେଇତରାୟଙ୍କ ନେତୃତ୍ୱରେ ଖୋର୍ଦ୍ଧା ସଦର ଥାନାର ଅଧିକାରିଣୀ ଅନିତା ସାହୁ ଏବଂ ଥାନାର ସମସ୍ତ ଅଧିକାରିଣୀମାନଙ୍କୁ ସେମାନଙ୍କର ନିଃସ୍ୱାର୍ଥପର ଓ ନୀରବିଛିନ୍ନ ସେବା ପାଇଁ କରୋନା ଯୋଦ୍ଧା ଭାବେ ଉପଢୋକନ ଓ କୃତଜ୍ଞତା ପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା ।