Odisha news

ବୋରିଗୁମ୍ମା ଆଇନ ମଣ୍ଡଳ ତରଫରୁ ଆଟ୍ରୋସିଟି ସମ୍ବନ୍ଧୀୟ ସଚେତନତା ଶିବିର

0
ବୋରିଗୁମ୍ମା (K.sakil Dora) : ବୋରିଗୁମ୍ମା ସହର ଉପକଣ୍ଠ ଖୁଡ଼ିଗୁଡା ଠାରେ ବୋରିଗୁମ୍ମା ଆଇନ ମଣ୍ଡଳ ତରଫରୁ ଆଟ୍ରୋସିଟି ସମ୍ବନ୍ଧୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଜେ ଏମ ଫ ସି କୋର୍ଟ ର ମାଜିଷ୍ଟ୍ରେଟ ଶ୍ରୀ ପ୍ରୀତିଶ ମିଶ୍ର ଯୋଗ ଦେଇଥିଲେ। ସେହିପରି ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଆଇନଜୀବୀ ଲାଲୁ ଷଡଙ୍ଗୀ ଯୋଗ ଦେଇଥିଲେ। ତାଙ୍କ ବକ୍ତବ୍ୟ ରେ ସେ କହିଥିଲେ ଯେ ସରକାର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ମାନଙ୍କ ପାଇଁ ଆଟ୍ରୋସିଟି ନିୟମ ତିଆରି କରିଛନ୍ତି।
ଏଣୁ ଗ୍ରାମାଞ୍ଚଳରେ ବସବାସ କରୁଥିବା ଅନୁସୂଚିତ ଜାତି ଓ ଜନଜାତି ର ଲୋକ ମାନଙ୍କୁ ସଚେତନ କରାଇବା ପାଇଁ ଆଜି ଆଇନ ବିଭାଗ ସଚେତନତା ଶିବିର ଆୟୋଜନ କରିଛନ୍ତି।ବୋରିଗୁମ୍ମା ଓକିଲ ସଂଘ ର ସଭାପତି କେ.ନାଗରାଜ ଦୋରା ଓ ଥାନା ଆଇଆଇସି ସଞ୍ଜୟ କୁମାର ମଣ୍ଡଳ ଯୋଗ ଦେଇଥିଲେ। ଉକ୍ତ ସଚେତନତା ଶିବିରରେ ଆଇନଜୀବୀ ମୁନା ଦୋରା, ସୁବାସ ଚନ୍ଦ୍ର ନାୟକ ,ଆଶା ଦିଦି, ଅଙ୍ଗନବାଡି ଦିଦି ଓ ଖୁଡ଼ିଗୁଡା ସମେତ ଅନ୍ୟାନ୍ୟ ଅଞ୍ଚଳ ର ଲୋକମାନେ ଶିବିରରେ ଉପସ୍ଥିତ ଥିଲେ।
Leave A Reply