Odisha news

ଓବିସି ବର୍ଗଙ୍କ ଦୁଃଖ ଓ ସୁଖର ଭାଗିଦାରୀ ବିଜେପି : ମନମୋହନ ସାମଲ

ଓବିସି ମୋର୍ଚ୍ଚାର “ଗାଁ ଗାଁ ଚାଲ , ଘର ଘର ଚାଲ” ଅଭିଯାନରେ ସାମିଲ ହେଲେ ରାଜ୍ୟ ସଭାପତି

0

 ଭୁବନେଶ୍ୱର ପଥର ବନ୍ଦ ବସ୍ତିକୁ ପଦଯାତ୍ରାରେ ଯାଇ ଓବିସି ବର୍ଗଙ୍କ ସହ ଆଲୋଚନା କଲେ ରାଜ୍ୟ ସଭାପତି
 ଓବିସିଙ୍କ ପ୍ରତି ମୋଦି ସରକାରଙ୍କ ଦରଦ ଥିବାବେଳେ ବିଜେଡି ସରକାର ପଛୁଆ ବର୍ଗଙ୍କ ପାଇଁ କଣ କରିଛି ?
ଭୁବନେଶ୍ୱର, ତା.୧୧/୦୪: ରାଜ୍ୟରେ ବିଜେଡି ସରକାର ଗତ ୨୩ବର୍ଷ ଭିତରେ ସାଢ଼େ ଚାରିକୋଟି ଜନତାଙ୍କ ପାଇଁ କିଛି କରିନାହାନ୍ତି । ଦେଶର ତଥା ରାଜ୍ୟର ସର୍ବାଧିକ ବର୍ଗ ହେଉଛନ୍ତି ପଛୁଆ ବା ଓବିସି ବର୍ଗ । ଓବିସି ବର୍ଗଙ୍କୁ କଂଗ୍ରେସ ଦଳ ସର୍ବଦା ଅଣଦେଖା କରିବା ସହ ସାମ୍ବିଧାନିକ ଅଧିକାରରୁ ବଂଚିତ ରଖିଥିଲା । ବର୍ତମାନ ବିଜେଡି ସରକାର ଆଉ ପାଦେ ଆଗେଇ ଯାଇ ପଛୁଆ ବର୍ଗଙ୍କୁ ବାରମ୍ବାର ପ୍ରତାରଣା ଓ ଅପମାନିତ କରିବାକୁ ପଛାଉନାହିଁ । ଓବିସି ବର୍ଗଙ୍କ ପ୍ରତି ବିଜେଡି ସରକାରଙ୍କ ଉଦାସୀନତା ଓ ବୈମାତୃକ ମନୋଭାବ ବିରୋଧରେ ବିଜେପି ଓବିସି ମୋର୍ଚ୍ଚା ତରଫରୁ ରାଜ୍ୟବ୍ୟାପୀ “ଗାଁ ଗାଁ ଚାଲ; ଘର ଘର ଚାଲ” ଅଭିଯାନ କରାଯାଇ ସଚେତନ କରାଯାଉଛି । ଓବିସି ବର୍ଗଙ୍କ ଦୁଃଖ ଓ ସୁଖର ଭାଗିଦାରୀ ବିଜେପି ବୋଲି ଆଜି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଭୁବନେଶ୍ୱରସ୍ଥିତ ପଥରବନ୍ଧ ବସ୍ତିକୁ ଯାଇ ଓବିସି ବର୍ଗଙ୍କ ସହ ଆଲୋଚନା କରିବା ଅବସରରେ କହିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଜନାର ବାଟମାରଣା ନହୋଇ ଓବିସି ବର୍ଗଙ୍କ ପାଖରେ କିଭଳି ପଂହଚିବ ଭାରତୀୟ ଜନତା ପାର୍ଟି ପ୍ରୟାସ କରୁଛି । ଓବିସି ବର୍ଗ ସମାଜର ସମସ୍ତଙ୍କ ସହ ସମକକ୍ଷ ପାଇଁ ବିଜେପି ସର୍ବଦା ଚେଷ୍ଟା କରୁଛି ବୋଲି ଶ୍ରୀ ସାମଲ କହିଛନ୍ତି ।
ଓଡିଶାରେ ଦୀର୍ଘ ୨୩ ବର୍ଷ ଧରି ନିରନ୍ତର ଶାସନ କ୍ଷମତାରେ ଥିବା ନବୀନ ବାବୁ ରାଜ୍ୟର ପଛୁଆ ବର୍ଗଙ୍କ ପ୍ରତି ଆଦୌ ଦରଦ ନାହିଁ ଏବଂ ତାଙ୍କୁ ବିକାଶ ଧାରାରୁ ବଂଚିତ ରଖୁଛନ୍ତି । ରାଜ୍ୟ ସରକାର ବିଭିନ୍ନ ବାହାନାବାଜି କରି କଥାକୁ ବୁଲେଇ ବାଲେଇ ୫୪ଭାଗ ଓବିସି ବର୍ଗଙ୍କୁ ତାଙ୍କ ସାମ୍ବିଧାନିକ ଅଧିକାରରୁ ବଂଚିତ କରୁଛନ୍ତି । ଓବିସି ବର୍ଗଙ୍କୁ ବିକାଶରୁ ଦୁରେଇ ରଖିବା ପାଇଁ ବିଜେଡି ସରକାରର ପ୍ରୟାସ ଅତ୍ୟନ୍ତ ଲଜ୍ଜ୍ୟାଜନକ । ଓବିସିଙ୍କ ପ୍ରତି ମୋଦି ସରକାରଙ୍କ ଦରଦ ଥିବାବେଳେ ବିଜେଡି ସରକାର ପଛୁଆ ବର୍ଗଙ୍କ ପାଇଁ କଣ କରିଛନ୍ତି ବୋଲି ଶ୍ରୀ ସାମଲ ପ୍ରଶ୍ନ କରିଛନ୍ତି ।
ଏହି ଅବସରରେ ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ଉପେନ୍ଦ୍ର ଭଞ୍ଜ, ଜିଲ୍ଲା ସାଧାରଣ ସଂପାଦକ ଦିଲୀପ ବେହେରା, ସ୍ଥାନୀୟ ମଣ୍ଡଳ ସଭାପତି ବିଜୟ ରାଉତଙ୍କ ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

 

Leave A Reply