Odisha news

ବିଜେପିକୁ ଆକ୍ଷେପ କରିବା ପୂର୍ବରୁ ଜୟରାମ ରମେଶ ଦର୍ପଣରେ ନିଜ ଚେହେରା ଦେଖନ୍ତୁ : ମୋହନ ମାଝୀ

0

 ନିଜ ସ୍ଥିତି ଓ ଅସ୍ତିତ୍ୱକୁ ବଂଚାଇ ରଖିବା ପାଇଁ ପଦଯାତ୍ରା ଆଳରେ ଡ୍ରାମା ବାଜି କରୁଛନ୍ତି ରାହୁଲ ଗାନ୍ଧୀ
 ରାଜ୍ୟରେ କଂଗ୍ରେସ ଦଳ ଶାସକ ବିଜେଡିର ‘ବି-ଟିମ୍’ ସାଜି କ୍ଷମତା ଉପଭୋଗ କରୁଛି
 କଂଗ୍ରେସର ଶୀର୍ଷ ନେତୃତ୍ୱ ଆଜି ଶାସକ ବିଜେଡି ପାଖରେ ବନ୍ଧା ପଡିଛନ୍ତି
ଭୁବନେଶ୍ୱର, ତା.୧୮/୦୯: ଆଜି ନିଜ ଦୋଷ ଓ ଦୁର୍ବଳତାକୁ ଦେଶବାସୀଙ୍କ ସମ୍ମୁଖରେ ଲୁଚାଇବା ପାଇଁ ଦେଶ ବିଭାଜନର ମୁଖ୍ୟ କାରଣ ସାଜିଥିବା କଂଗ୍ରେସ ଦଳର ବଂଶଜମାନେ ବର୍ତମାନ ବିଭିନ୍ନ ଡ୍ରାମାବାଜି କରୁଛନ୍ତି । ଅତୀତର ଦୋଷ ପାଇଁ ପ୍ରାୟଶ୍ଚିତ ନକରି ପଦଯାତ୍ରା ଦ୍ୱାରା ନିଜ ପାପକୁ ଆହୁରି ଦ୍ୱିଗୁଣିତ କରୁଛନ୍ତି । ଦେଶ ସ୍ୱାଧୀନ ହେବା ପରେ କଂଗ୍ରେସ ଦଳର କେବଳ ବଂଶବାଦ ଓ ତୁଷ୍ଟିକରଣ ରାଜନୀତି କାରଣରୁ ଭାରତବର୍ଷର ବିକାଶ ବାଧାପ୍ରାପ୍ତ ହୋଇଛି । ଅନ୍ୟ ପଟେ ‘ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ୍, ସବ୍କା ପ୍ରୟାସ’କୁ ପାଥେୟ କରି ବର୍ତମାନର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଗତ ୮ ବର୍ଷର ଶାସନରେ ଅନେକ ଜନକଲ୍ୟାଣ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ କରି ଭାରତବର୍ଷକୁ ଦେଶ ତଥା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସ୍ଥାପନା କରିବାରେ ସଫଳ ହୋଇଛନ୍ତି । କଂଗ୍ରେସ ଦଳର ଦାୟାଦ ସାଜିଥିବା ରାହୁଲ ଗାନ୍ଧୀ ଏହାକୁ ସହି ନପାରି ଏବଂ ନିଜ ସ୍ଥିତି ଓ ଅସ୍ତିତ୍ୱକୁ ବଂଚାଇ ରଖିବା ପାଇଁ ପଦଯାତ୍ରା ଆଳରେ ଡ୍ରାମା ବାଜି କରୁଛନ୍ତି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।
ଅତୀତର କୁକର୍ମ ପାଇଁ ରାଷ୍ଟ୍ରୀୟ ସ୍ତରରେ କଂଗ୍ରେସ ଦଳର ସ୍ଥିତି ଦିନକୁ ଦିନ ରସାତଳଗାମୀ ହେବାରେ ଲାଗିଛି । ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱ, ବଳିଷ୍ଠ ବ୍ୟକ୍ତିତ୍ୱ ଓ ଲୋକାଭୀମୁଖୀ ଯୋଜନାକୁ କଂଗ୍ରେସର ହାଇକମାଣ୍ଡଙ୍କଠାରୁ ତୃଣମୂଳ ସ୍ତରର ନେତାମାନେ ଅସହିଷ୍ଣୁ ହୋଇପଡିଛନ୍ତି । ୨୦୧୪ମସିହାରେ ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ଦେଶ ଓ ବିଦେଶରେ ନିଜର ଆଧିପତ୍ୟ ବିସ୍ତାର କରିବାକୁ କଂଗ୍ରେସ ନେତା ରାହୁଳ ଗାନ୍ଧୀ ସହଜେ ହଜମ ନକରିପାରି ବାଉଳା ଚାଉଳା ହେଉଛନ୍ତି । କଂଗ୍ରେସ “ଭାରତ ଯୋଡ” ଯାତ୍ରା ଆରମ୍ଭ କଲାବେଳକୁ ଗୋଟିଏ ଗୋଟିଏ ରାଜ୍ୟରେ ଦଳ ଛିଡି ପଡୁଛି । ଦୁଇଦିନ ତଳେ ଗୋଆ ପ୍ରଦେଶରେ କଂଗ୍ରେସ ଦଳ ପରିତ୍ୟାଗ କରିଥିବା ବିଧାୟକଙ୍କ ଘଟଣା ହେଉଛି କଂଗ୍ରେସ ଦଳର ବାସ୍ତବ ସ୍ଥିତି ।ଏପରିକି ଓଡିଶାରେ ମଧ୍ୟ ନିଜ ସ୍ଥିତି ବଜାୟ ରଖିବା ପାଇଁ କଂଗ୍ରେସ ଦଳ ସଂଗ୍ରାମ ଜାରୀ ରଖିଛି । ରାଜ୍ୟରେ କଂଗ୍ରେସ ଦଳ ଶାସକ ବିଜେଡିର ବି-ଟିମ୍ ସାଜି କ୍ଷମତା ଉପଭୋଗ କରୁଛି । ଓଡିଶା କଂଗ୍ରେସର ଶୀର୍ଷ ନେତୃତ୍ୱ ଆଜି ଶାସକ ବିଜେଡି ପାଖରେ ବନ୍ଧା ପଡିଛନ୍ତି । ତକ୍ରାଳୀନ ବିରୋଧୀ ଦଳ ନେତା ତଥା ବର୍ତମାନର ବିଜେଡି ବିଧାୟକ ଭୁପିନ୍ଦର ସିଂହଙ୍କ କଥା କାହାକୁ ଅଛପା ନାହିଁ । ଭାରତୀୟ ଜନତା ପାର୍ଟୀକୁ ଆକ୍ଷେପ କରିବା ପୂର୍ବରୁ କଂଗ୍ରେସ ବରିଷ୍ଠ ନେତା ଶ୍ରୀ ଜୟରାମ ରମେଶ ପ୍ରଥମେ ଦର୍ପଣରେ ନିଜ ଚେହେରା ଦେଖିବା ଉଚିତ୍ ବୋଲି ଶ୍ରୀ ମାଝୀ କହିଛନ୍ତି ।

 

Nalco
Leave A Reply