Odisha news

ବଡନଦୀରେ ଭାସିଯାଇ ବୃଦ୍ଧଙ୍କ ମୃତ୍ୟୁ

0
ଭଞ୍ଜନଗର – ନଦୀ ପାର ହେଉଥିବା ବେଳେ , ପାଣି ସୁଅରେ ଭାସିଗଲେ ବୃଦ୍ଧ । କିଛି ସମୟ ପରେ ନଦୀପାଣି ରୁ ତାଙ୍କ ମୃତଦେହ କୁ ଉଧାର କରାଯାଇଥିଲା । ମୃତକ ଜଣକ ହେଲେ ,  ଭଞ୍ଜନଗର ଥାନା ଅନ୍ତର୍ଗତ କୃଷ୍ଣପଲ୍ଲୀ ଗ୍ରାମ ର ଚନ୍ଦ୍ର ନାଇକ (୭୦) । କୁଲାଡ ନିକଟସ୍ଥ ବଡନଦୀରେ ରବିବାର ପୂର୍ବାହ୍ନ ରେ ଘଟିଛି ଏଭଳି ଘଟଣା ।  ସ୍ଥାନୀୟ ଲୋକେ ଭଦ୍ଧାର କରି ଭଞ୍ଜନଗର ଥାନା ଅଧିକାରୀ ଧୀରେଶ କୁମାର ଦାଶଙ୍କୁ ଜଣାଇବା ପରେ ଘଟଣାସ୍ଥଳରେ ଭଞ୍ଜନଗର ପୁଲିସ ପହଞ୍ଚି ମୃତଦେହ କୁ ଉଧାର କରିଥିଲେ ।  ଘଟଣା ସ୍ଥଳରୁ ମୃତଦେହକୁ ଜବତ କରିବା ସହ ତଦନ୍ତକରି ବ୍ୟବଛେଦ  ପାଇଁ ଭଂଜନଗର ମେଡିକାଲ କୁ  ପଠାଯାଇଛି । ଖବର ନେବାରେ ଚନ୍ଦ୍ର ନାଇକ କୁଲାଡ ଗ୍ରାମରେ ଥିବା ତଳ ବ୍ୟଘ୍ରଦେବୀ ମନ୍ଦିର ପରିସରରେ ଥିବା ଠାକୁରାଣୀ ମନ୍ଦିରରେ ମା’ ଠାକୁରାଣୀଙ୍କ ସେବକ ଭାବେ ପୂଜାକରି ଆସୁଥିଲେ । ରବିବାର ସକାଳୁ ନିଜ ଗ୍ରାମ କୃଷ୍ଣପଲ୍ଲୀ ରୁଆସି ମା’ ଠାକୁରାଣୀଙ୍କ ପୂଜାର୍ଚ୍ଚନା ସାରି ଗ୍ରାମକୁ ଫେରୁଥିଲେ । ରାସ୍ତାରେ ବଡନଦୀ ପାରହୋଇ ଯାଉଥିବା ବେଳେ , ଅସାବଧାନତା ଯୋଗୁଁ ପାଣି ସ୍ରୋତରେ ଖସି ପଡ଼ିଥିଲେ । ଘଟଣା ସମୟରେ ,  ସ୍ଥାନୀୟ ଲୋକେ  ଚନ୍ଦ୍ର ନାୟକ ଭାସିଯାଇଥିବା ଦେଖି ପାଣି ସ୍ରୋତରୁ ଉଧାର କରିବା ବେଳକୁ ଚନ୍ଦ୍ରର ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ନେଇ ଭଞ୍ଜନଗର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେଇଥିବା ଭଞ୍ଜନଗର ଥାନା ଅଧିକାରୀ ଶ୍ରୀ ଦାଶ କହିଛନ୍ତି ।
Nalco
Leave A Reply