ବାଲିପାଟଣା ୧୮ ୦୯ : ବାଲିପାଟଣା ଥାନା ଅନ୍ତର୍ଗତ ତୁରନ୍ତିରା ଗ୍ରାମ ପଞ୍ଚାୟତ ଅଧୀନ ସ୍ଥାନୀୟ ଅଙ୍ଗାରପଡ଼ା କୁକୁଡାଫାର୍ମ ନିକଟରୁ ଆଜି ସକାଳେ ପୋଲିସ ଏକ ଯୁବକ ଙ୍କର ମୃତଦେହ ଉଦ୍ଧାର କରିଥିବା ଜଣାପଡିଛି । ଏହା ଏକ ହତ୍ୟାକାଣ୍ଡ ବୋଲି ଗ୍ରାମବାସି ସନ୍ଦେହ କରୁଛନ୍ତି । ଘଟଣାରୁ ପ୍ରକାଶ ଏହି ପଞ୍ଚାୟତ ଅନ୍ତର୍ଗତ ସ୍ଥାନୀୟ ଦୋର ବାଙ୍ଗ ଗ୍ରାମ ର ସ୍ଵର୍ଗତ ନବଘନ ଦାସ ଙ୍କ ପୁତ୍ର ନରେନ୍ଦ୍ର କେଶରୀ ଦାସ ୩୭ ଗତ ରାତି ୩ଟ ରୁ ଉଠି ଅଙ୍ଗାରପଡ଼ା ଗ୍ରାମରେ ବୁଲୁଥିବାର ଗ୍ରାମବାସି ଦେଖିଥିଲେ । ପରେ ଆଜି ସକାଳେ କୁକୁଡ଼ାଫାର୍ମ ନିକଟରେ ପଡିଥିବାର ଲୋକମାନେ ଦେଖି ପୋଲିସ କୁ ଖବର ଦେଇଥିଲେ । ଆଇ.ଆଇ .ସି କୃପାସିନ୍ଧୁ ବରାଡ ଘଟଣାସ୍ଥଳ ରେ ପହଞ୍ଚି ୧୦୮ ଆମ୍ବୁଲାନ୍ସରେ ବାଲିପାଟଣା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାକୁ ମୃତ୍ୟୁ ଘୋଷଣା କରିଥିଲେ । ପରେ ଶବ୍ ବ୍ୟବଛଦ ପାଇଁ କ୍ୟାପିଟାଲ ହସପିଟାଲ କୁ ପଠାଯାଇଛି । ବ୍ୟବଛଦ ପରେ ମୃତ୍ୟୁ ର କାରଣ ଜଣାପଡିବ ବୋଲି ପୋଲିସ କହିଛି ।
