Odisha news

‘ମିଶନ୍ ଅଗ୍ନିପଥ ଯୋଜନା’ର ଶୁଭାରମ୍ଭ , ମୋଦି ଶାସନରେ “ରାଷ୍ଟ୍ର ସର୍ବୋପରୀ” ଅନ୍ୟତମ ମୁଳମନ୍ତ୍ର : ସମୀର ମହାନ୍ତି

0

ଭୁବନେଶ୍ୱର, ତା.୧୪/୦୬ : ମୋଦି ଶାସନରେ “ରାଷ୍ଟ୍ର ସର୍ବୋପରୀ” ଅନ୍ୟତମ ମୁଳମନ୍ତ୍ର । ମୋଦି ସରକାରଙ୍କ ୮ ବର୍ଷ ଶାସନରେ ଭାରତବର୍ଷର ଆତ୍ମ ବିଶ୍ୱାସ ବୃଦ୍ଧି ପାଇଛି । ଆତ୍ମନିର୍ଭର ଭାରତ ପଥରେ ଦୃତ ଅଗ୍ରସର ହେବା ସହିତ ଲୋକଙ୍କ ଭିତରେ ରାଷ୍ଟ୍ରବାଦ ଭାବନା ବୃଦ୍ଧି ପାଇଛି । ଦେଶର ରକ୍ଷା କ୍ଷେତ୍ରକୁ ସୁଦୃଢ କରିବା, ଦେଶର ଯୁବକମାନଙ୍କୁ ରାଷ୍ଟ୍ରବାଦ ଓ ରାଷ୍ଟ୍ରୀୟ ଏକତା ମନୋଭାବ ସହିତ ନିଯୁକ୍ତି ପ୍ରଦାନ କରିବାରେ ମୋଦି ସରକାରଙ୍କ ଦ୍ୱାରା ଆଜି ହୋଇଥିବା ‘ମିଶନ୍ ଅଗ୍ନିପଥ ଯୋଜନା’ର ଶୁଭାରମ୍ଭ ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏହା ଦ୍ୱାରା ଦେଶର ଯୁବପିଢୀ ସ୍ଥଳ, ଜଳ ଓ ଆକାଶ ସେନାବାହିନୀରେ ସାମିଲ ହୋଇ ‘ଅଗ୍ନିବୀର’ର ଆଖ୍ୟା ପାଇବା ସହିତ ରାଷ୍ଟ୍ର ସୁରକ୍ଷା କାର୍ଯ୍ୟରେ ସାମିଲ ହେବାର ସୁଯୋଗ ପାଇବେ । ସତରରୁ ଏକୋଇଶ ବର୍ଷ ବୟସ୍କ ଯୁବକଯୁବତୀ ଚଳିତ ବର୍ଷ ୪୬ ହଜାର ‘ଅଗ୍ନିବୀର’ ଭାବେ ନିଯୁକ୍ତି ପାଇବେ । ଚାରି ବର୍ଷ ଅବଧି ପାଇଁ ହେବାକୁ ଥିବା ଏହି ନିଯୁକ୍ତି ଜରିଆରେ ‘ଅଗ୍ନିବୀର’ଙ୍କୁ ମାସିକ ଦରମା ସମେତ ଉତମ ଭତା ଓ ଆର୍ଥିକ ପ୍ୟାକେଜ ପ୍ରଦାନ କରାଯିବ । ଏହା ବ୍ୟତୀତ ସେମାନଙ୍କୁ ସେବା ନିଧି, ମୃତୁ୍ୟକାଳିନ ସହାୟତା, ବିକଳାଙ୍ଗ କ୍ଷତିପୁରଣ ମଧ୍ୟ ପ୍ରଦାନ କରାଯିବ । ଏଭଳି ଐତିହାସିକ ନିଷ୍ପତି ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରକ୍ଷାମନ୍ତ୍ରୀ ଶ୍ରୀ ରାଜନାଥ ସିଂହଙ୍କୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଧନ୍ୟବାଦ ଜ୍ଞାପନ କରିଛନ୍ତି ।
ଯୁଦ୍ଧ ପ୍ରସ୍ତୁତିରେ ଭାରତୀୟ ସେନାକୁ ‘ମିଶନ୍ ଅଗ୍ନିପଥ ଯୋଜନା’ ଆହୁରି ଅଧିକ ସୁଦୃଢ କରିବା ସହିତ ଯୁବପିଢୀକୁ ଅଧିକ ଆତ୍ମବିଶ୍ୱାସୀ ଏବଂ ସୁନାଗରିକ ଭାବେ ଗଢି ତୋଳିବାକୁ ସହାୟକ ହେବ ଏବଂ ଦେଶର ସୈନ୍ୟବାହିନୀ ଅଧିକ ଯୁବ ଓ ସଶକ୍ତ ହୋଇପାରିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

 

Leave A Reply