ପଦ୍ମପୁର(ରିପୋର୍ଟ – ନିରୋଜ କୁମାର ପାଣୀ) : ଚଳିତ ଖରିଫ ଋତୁରେ ଯଦି ଓ ବର୍ଷାର ଅଭାବ ଚାଷୀଙ୍କୁ ନିରାଶ କରିଛି । ତଥାପି ଚାଷୀ ଆଶା ନ ହରାଇ ରୁଆ – ବିହୁଡା ରେ ବ୍ଯସ୍ତ ରହିଛି । ଯେଉଁ ବି କିଛି ବିକଳ୍ପ ବ୍ଯବସ୍ଥା ରହିଛି ତାକୁ ବ୍ଯବହାର କରି ଚାଷକୁ ବଞ୍ଚାଇ ରଖିବାକୁ ଚେଷ୍ଟ କରୁଛି । ହେଲେ ଚାଷୀ ପାଇଁ ଦଇବ ଦାଉରୁ,ଅସାଧୁ କର୍ମଚାରୀ ଓ କଳା ବେପାରୀ ଙ୍କ ଦାଉ ବଳି ପଡୁଛି । ବଜାରରେ ସରକାରୀ ଧାର୍ଯ୍ୟ ଦର ଠୁଁ ଦୁଇଗୁଣା ମୂଲ୍ଯରେ ୟୁରିଆ ସାର କିଣିବାକୁ ପଡୁଛି ତାହା ପୁଣି ସମୁଦ୍ର କୁ ଶଙ୍ଖେ,ବଜାରରେ ସାର କଳାବଜାରୀ,ସାର ର ଅଭାବି ବିକ୍ରି ଏବଂ ସରକାରୀ ଧାର୍ଯ୍ଯ ଦରରେ ସାର ନ ମିଳିବା ପ୍ରତିବାଦରେ ବିଜେପି ପକ୍ଷରୁ ଆଜି ପାଇକମାଲ ବ୍ଲକ,କୃଷି କାର୍ଯ୍ଯାଳୟ ଠାରେ ବିକ୍ଷୋଭ କରିବା ସହ,ବରଗଡ ଜିଲ୍ଲାପାଳଙ୍କ ଉଦ୍ଦେଶ୍ଯରେ ଏକ ୫ ଦଫା ଦାବୀ ସମ୍ବଳିତ ଏକ ଦାବୀପତ୍ର କୃଷି ସମ୍ପ୍ରସାରଣ ଅଧିକାରୀଙ୍କୁ ପ୍ରଦାନ କରିଥିଲା ।
ପାଇକମାଲ ମଣ୍ତଳ ସଭାପତି ଶ୍ରୀ କୈଳାସ ଦିଶ୍ରୀ,ଲଖମରା ମଣ୍ତଳ ସଭାପତି ଶ୍ରୀ ଭୀଷ୍ମଦେବ ସାହୁ,ମାଣ୍ଡୋସିଲ ମଣ୍ତଳ ସଭାପତି ଶ୍ରୀ ସଞୟ ବେହେରାଙ୍କ ନେତୃତ୍ବରେ ଶହ ଶହ ବିଜେପି କାର୍ଯ୍ଯକର୍ତ୍ତା ସ୍ଥାନୀୟ ତହସିଲ ଛକରୁ ଶୋଭାଯାତ୍ରାରେ ବାହାରି କୃଷି କାର୍ଯ୍ଯାଳୟ ଠାରେ ପହଞ୍ଚି ଏକ ସଭା ମଧ୍ଯ କରିଥିଲେ । ସଭାରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ଯ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦୀପ ପୁରୋହିତ ଅଞ୍ଚଳରେ ଚାଳିଥିବା ବ୍ଯାପକ ସାର କଳାବଜାରୀ କୁ ରୋକି ଚାଷୀଙ୍କୁ କରା ଯାଉଥିବା ଶୋଷଣକୁ ବନ୍ଦ କରିବା ସହ ଅସାଧୁ ବ୍ଯବସାୟୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । କାଳିଆ ଯୋଜନା ଓ ପ୍ରଧାନମନ୍ତ୍ରୀ କିଷାନ ନିଧି ହିତାଧିକାରୀ ଚୟନ କ୍ଷେତ୍ରରେ କୌଣସି ରାଜନୈତିକ ଦଳ ଦ୍ବାରା ପରିଚାଳିତ ନ ହୋଇ ଯୋଗ୍ଯ ହିତାଧିକାରୀଙ୍କୁ ଚୟନ କରି ରିପୋର୍ଟ ସରକାରଙ୍କୁ ଦେବାକୁ ଆହ୍ଵାନ କରିଥିଲେ ।
ଜିଲ୍ଲା ଉପ ସଭାପତି ଶ୍ରୀ ସରୋଜ ସାମଲ ସଭା ପରିଚାଳନା କରି ସହ ଦାବୀପତ୍ର ଉପସ୍ଥାପନା କରିଥିବା ବେଳେ ରାଜ୍ଯ କୃଷକ ମୋର୍ଚ୍ଚା କାର୍ଯ୍ଯକାରିଣୀ ସଦସ୍ଯ ଶ୍ରୀ ଗୋବର୍ଦ୍ଧନ ଅଗ୍ରୱାଲ, ପାଇକମାଲ ସାଂସଦ ପ୍ରତିନିଧି ଶ୍ରୀ ବଳରାମ ସାହୁ,ଜିଲ୍ଲା ମହିଲା ମୋର୍ଚ୍ଚା ଉପ ସଭାପତି ରମିଲା ଲୁହାର,ସୁବାଷିନୀ ପ୍ରଧାନ,ଜିଲ୍ଲା କୃଷକ ମୋର୍ଚ୍ଚା ସଂଯୋଜକ ଶ୍ରୀ ଯୋଗେନ୍ଦ୍ର ଭୋଇ,ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ଶ୍ରୀ ପୁରୁଷୋତ୍ତମ ନାଏକ,ଜିଲ୍ଲା ଯୁବମୋର୍ଚ୍ଚା ଉପ ସଭାପତି ଶ୍ରୀ ରୋଶନ ପାଣିଗ୍ରାହୀ, ବରିକେଲ ମଣ୍ତଳ ସଭାପତି ସୌକିଲାଲ ସାହା,ପୁରନ୍ଦର ସାହୁ,ବିରଞ୍ଚି ବେହେରା,ରୂପଧର ପାଣ୍ତେ,ନରୋତ୍ତମ ଦାଶ,ସୁଶାନ୍ତ ନାଗ,ପଦ୍ମ ଲୋଚନ ବେରିଆ,ସୌମିତ୍ରୀ ପ୍ରଧାନ,ଦୁଃଶାସନ କୁମ୍ଭାର,ଇନ୍ଦ୍ରଜିତ ଭୋଇ,ଅକ୍ଷୟ ସାହୁ,ମଧୁସୂଦନ ସାହୁ,ଝସକେତନ ବଢେଇ,ମନୋଜ କୁମ୍ଭାର,ରାଜେନ୍ଦ୍ର ସେଠ ପ୍ରମୁଖ ଉପସ୍ଥିତ ଥିଲେ । ଆଜି ର ବିକ୍ଷୋଭ ଏକ ପ୍ରତିକାତ୍ମକ ବିରୋଧ,ପ୍ରଶାସନ ତୁରନ୍ତ ପ୍ରଦତ୍ତ ଦାବୀ ଉପରେ କାର୍ଯ୍ୟାନୁଷ୍ଠାନ ନ କଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ପ୍ରଶାସନ କୁ ଚେତାଇ ଦିଆ ଯାଇଥିଲା । କୃଷି ସମ୍ପ୍ରସାରଣ ଅଧିକାରୀ ଶ୍ରୀମତୀ ଝୁମି ମେହେର ସହ କୃଷି ଏଓ ଶ୍ରୀ ଯୋଗେଶ୍ବର ପଟେଲ ବିକ୍ଷୋଭକାରୀ ଙ୍କ ଠାରୁ ଦାବୀପତ୍ର ଗ୍ରହଣ କରିବା ସହ ଉପରିସ୍ଥ ଅଧିକାରୀଙ୍କ ସହ ପରାମର୍ଶ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ ।
Comments are closed.