Odisha news

ମାହାଙ୍ଗର ଦୁଇ ବିଜେପିନେତାଙ୍କ ହତ୍ୟା ଘଟଣା ପ୍ରତିବାଦରେ ବିଜେପିର ବିକ୍ଷୋଭ

0

କେନ୍ଦ୍ରାପଡା, ୬/୧- ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପିର ବରିଷ୍ଠ ନେତା କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ନିର୍ମମ ଭାବେ ହତ୍ୟା ପ୍ରସଙ୍ଗରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ଅନ୍ୟ ୧୩ଜଣ ବିଜେଡିନେତାଙ୍କ ଗିରଫଦାରୀ ମନ୍ତ୍ରୀଙ୍କୁ ବରଖାସ୍ତ୍ର ଦାବିରେ କେନ୍ଦ୍ରାପଡା ଜିଲ୍ଲା ଯୁବ ମୋର୍ଚ୍ଚା ପକ୍ଷରୁ ସଦର ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶ ପୁତଳିକା ଦାହ କରାଯାଇଛି ।

କେନ୍ଦ୍ରାପଡା ସଦର ଥାନା ସମ୍ମୁଖରେ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଂଯୋଜକ ବିନ୍ଦୁ ସାଗର ଦାସଙ୍କ ନେତୃତ୍ୱରେ ବିଜେପି ଯୁବନେତା ଅଭିମନୁ୍ୟ ଗୋଛାୟତ, ମୁକ୍ତିକାନ୍ତ ସ୍ୱାଇଁ, ଦିଲ୍ଲିପ ଦାସ, କ୍ରିଷ୍ଣପଦ ମଣ୍ଡଳ, ସନ୍ଦୀପନି ଆର୍ଯ୍ୟକୁମାର, ଲୋକନାଥ ବିଶ୍ୱାଳ, ରତିରଞ୍ଜନ ଜେନା, ବାସୁଦେବ ତ୍ରିପାଠୀ, ବିକ୍ରମ ସେଠୀ, ରବିନ୍ଦ୍ର ଦାସ, ସୁନିଲ କୁମାର ଦାସ, ସୋରେନ ସାମଲ, ଇନ୍ଦ୍ରମଣି ସାହୁ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ନାରାବାଜି କରିବା ସହ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯିବାକୁ ଦାବି କରିଥିଲେ ।

Leave A Reply