Odisha news

ସ୍ୱାଧୀନତା ସଂଗ୍ରାମୀ ଓ ବରପୁତ୍ରମାନେ ଆମ ସମସ୍ତଙ୍କ ପାଇଁ ସର୍ବଦା ପ୍ରେରଣା ହୋଇରହିବେ : ମନମୋହନ ସାମଲ

0

ଭୁବନେଶ୍ୱର, ତା.୦୯/୦୮: ଆଜି ହେଉଛି ମହାନ ଅଗଷ୍ଟ କ୍ରାନ୍ତି ଦିବସ । ଦେଶର ସ୍ୱାଧୀନତା ପ୍ରାପ୍ତି ପ୍ରସଙ୍ଗରେ ୧୯୪୨ ମସିହା ଅଗଷ୍ଟ ୯ ତାରିଖ ଦିନ ସବୁଦିନ ସ୍ମରଣୀୟ ହୋଇ ରହିବ । ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ବରପୁତ୍ର ଓ ସ୍ୱାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କରି ସେମାନଙ୍କଠାରୁ ପ୍ରେରଣା ନେବାର ଦିନ ହେଉଛି ଅଗଷ୍ଟ ୯ କ୍ରାନ୍ତି ଦିବସ । ମହାତ୍ମା ଗାନ୍ଧୀଙ୍କ ଆହ୍ୱାନରେ ଭାରତ ଛାଡ ଆନ୍ଦୋଳନରେ ଦେଶବାସୀ ଅଂଶଗ୍ରହଣ କରିଥିଲେ । ଓଡିଶାରେ ମଧ୍ୟ ଏହି ଆନ୍ଦୋଳନର ପ୍ରଭାବ ପଡିଥିଲା । ଉତ୍କଳମଣି ଗୋପବନ୍ଧୁ ଦାସ, ସ୍ୱର୍ଗତଃ ନବକୃଷ୍ଣ ଚୈାଧୁରୀ, ହରେକୃଷ୍ଣ ମହତାବ, ଆଚାର୍ଯ୍ୟ ହରିହର, ଲକ୍ଷ୍ମଣ ନାୟକ ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀଙ୍କୁ ଚରମ ବଳିଦାନ ଦେବାକୁ ପଡିଥିଲା । ଆଜିର ପିଢୀ ଏହି ସଂଗ୍ରାମରୁ ଶିକ୍ଷା ଲାଭ କରି ଦେଶ ତଥା ରାଜ୍ୟର ଐତିହ୍ୟ, ସଂସ୍କୃତି, ଭାଷା, ପରଂପରା ଓ ସ୍ୱାଭୀମାନକୁ ସୁରକ୍ଷା ଦେବା ପ୍ରାଥମିକତା ଦେବା ଆବଶ୍ୟକ । ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ସମସ୍ତ ସ୍ୱାଧୀନତା ସଂଗ୍ରାମୀ ଓ ବରପୁତ୍ରମାନେ ଆମ ସମସ୍ତଙ୍କ ପାଇଁ ସର୍ବଦା ପ୍ରେରଣା ହୋଇରହିବେ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଓଡିଶାରେ ଭାଷା, ପର୍ଯ୍ୟଟନ, ଖଣିଜ ସମ୍ପଦ, ଜଳ ସମ୍ପଦ, ଜଙ୍ଗଲ ସମ୍ପଦ, କୃଷି ସମ୍ପଦ, ମାନବ ସମ୍ପଦ ଭରପୁର ରହିଛି ଏବଂ ଏହାର ସଦୁପଯୋଗ କରାଯାଇ ଓଡିଶାକୁ ଏକ ବିକଶିତ ରାଜ୍ୟ ଭାବେ ଗଢି ତୋଳିବା ସମ୍ଭବ ହୋଇପାରିବ ବୋଲି ଶ୍ରୀ ସାମଲ କହିଛନ୍ତି ।

IEC 2 years
Leave A Reply