ନୂଆପଡା-୨୪/୧୧ ସକାଳ ଖବର (ସୁରେନ୍ଦ୍ର ତିୱରୀ ) ନୂଆପଡ଼ା ଜିଲ୍ଲା କୋମନା ବ୍ଲକ କୁ ଆଜି ଜିଲ୍ଲା ଭାଜପା ପକ୍ଷରୁ ଘେରାଓ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ରାଜ୍ୟ ବିଜେପି ର ଆହ୍ୱାନ କ୍ରମେ କଳାହାଣ୍ଡି ମାନ୍ୟବର ସାଂସଦ ବସନ୍ତ ପଣ୍ଡା ଙ୍କ ନେତୃତ୍ୱରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଦୁମଣି ପାଣିଗ୍ରାହୀଙ୍କ ସଂଯୋଜନା ରେ ଜନ ଆକ୍ରୋଶ କର୍ଯ୍ୟକ୍ରମ୍ ଅନୁଯାୟୀ କୋମନା ବ୍ଲକ କୁ ହଜାର ହଜାର ସଂଖ୍ୟାରେ ବିଜେପି କର୍ମକର୍ତ୍ତା ଓ ଜନ ସାଧାରଣ ଘେରାଉ କରିଥିଲେ।ଦୀର୍ଘ ତେଇଶ ବର୍ଷ ଧରି ଓଡ଼ିଶାରେ ଚାଲିଥିବା ଏକ ସ୍ଥାଣୁ,ଅପାରଗ,ନିଷ୍କ୍ରିୟ, ଜନବିରୋଧୀ, ଦୁର୍ନୀତିଗ୍ରସ୍ତ, ଭ୍ରଷ୍ଟାଚାରୀ ରାଜ୍ୟ ସରକାର ରେ ରାଜ୍ୟବାସୀ ଅତିଷ୍ଠ ଓ ସର୍ଵସ୍ୱାନ୍ତ ହୋଇସାରିଛନ୍ତି ବୋଲି ଉପସ୍ଥିତ ଭାଜପା ନେତା ବିଶୋଦଗାର କରିଥିଲେ। ବର୍ଷକୁ ଏକ ଲକ୍ଷ କୋଟି ଟଙ୍କା ର ଦୁର୍ନୀତି ହେଉଛି,ସାଧାରଣ ଜନତା ଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ କାର୍ଯ୍ୟାଳୟ ଯଥା,ପଞ୍ଚାୟତ, ବ୍ଲକ, ଜିଲ୍ଲା, ଥାନା,ଆର. ଆଇ. ଇତ୍ୟାଦି ଗୁଡିକରେ ବ୍ୟାପକ ଦୁର୍ନୀତି ହେବା ସହିତ ବିଜେଡି ର ଦଳୀୟ କାର୍ଯ୍ୟାଳୟ ପରି ବ୍ୟବହାର କରାଯାଉଛି ବୋଲି ଅଭିଯୋଗ ହେଉଛି। ୫୦%ର ପିସି କାରବାର ରେ ରାଜ୍ୟର ବିକାଶ ପାଇଁ ଉଦ୍ଦିଷ୍ଟ ଅର୍ଥ ହରଣଚାଲ ହେଉଛି,ଓ ଏହି ଦୁର୍ନୀତି କୁ ଫାଇବ ଟି ନାମରେ ମୁଖ୍ୟମନ୍ତ୍ରୀ ନବୀନ ବାବୁ ସଂରକ୍ଷଣ ଦେଉଛନ୍ତି।ନିର୍ବାଚିତ ପ୍ରତିନିଧି ଙ୍କ ସରକାର ରେ କର୍ତ୍ତୃତ୍ୱ ନାହିଁ,ଅଥଚ ଅଧିକାରୀ ଅମାଲତନ୍ତ୍ର ଙ୍କ ଦୁର୍ନୀତିରାଜ ଚାଲିଛି।ରାଜ୍ୟରେ ମହିଳା,ଚାଷୀ,ଶ୍ରମିକ, ଯୁବକ କେହି ବି ସୁରକ୍ଷିତ ନାହାନ୍ତି ।ରାଜ୍ୟର ସୁରକ୍ଷା ଓ ମଙ୍ଗଳ ଦୃଷ୍ଟିରୁ ଏ ସରକାର ର ଶୀଘ୍ର ଅନ୍ତ ହେବା ଆଜିର ସମୟ ର ଡାକରା ଓ ଆହ୍ୱାନ ବୋଲି ସାଂସଦ ଶ୍ରୀ ପଣ୍ଡା ସରକାର ବିରୁଦ୍ଧରେ ଆକ୍ରମଣାତ୍ମକ ଢ଼ଙ୍ଗରେ ତାଙ୍କ ବକ୍ତବ୍ୟ ପ୍ରଦାନ କରିଥିଲେ।ନବୀନ ଓଡିଶା ଆମ ଓଡ଼ିଶା କାର୍ଯ୍ୟକ୍ରମ ନାମରେ ଗ୍ରାମ ପଞ୍ଚାୟତ ପାଇଁ ଉଦ୍ଦିଷ୍ଟ ଅର୍ଥ ଓ ପ୍ରଦତ୍ତ କ୍ଷମତା କୁ ରାଜ୍ୟ ସରକାର ହରଣଚାଲ କରି ୫୦% ର ଦୁର୍ନୀତି ମାଧ୍ୟମରେ ଆଦାୟ ଅର୍ଥରେ ନିର୍ବାଚନ ଲଢ଼ି ଜିତିବା ପାଇଁ ହୀନ ଉଦ୍ୟମ କରୁଛନ୍ତି,ତେଇଶ ବର୍ଷର ଶାସନ ରେ ଓଡିଶା ଯଦି କଣ ପାଇଛି,ତାହା ହେଉଛି, ଦୁର୍ନୀତି, ଭ୍ରଷ୍ଟାଚାର, ମହିଳା ବିରୋଧୀ ହିଂସା ଓ ଏକ ଅଗଣତନ୍ତ୍ରିକ ଓ ଅଣରାଜନୈତିକ ପଦ୍ଧତିରେ ଚାଲୁଥିବା ଶାସନ ବ୍ୟବସ୍ଥା।ରାଜ୍ୟରେ ପଞ୍ଚାୟତ ରୁ ନେଇ ବ୍ଲକ, ତହସିଲ,ଜିଲ୍ଲା ପାଳ ଅଫିସ ଠାରୁ ନେଇ ସଚିବାଳୟ ପର୍ଯ୍ୟନ୍ତ ଖୁଲମଖୁଲା ଦୁର୍ନୀତି ଓ ପିସି ରାଜ ଚାଲିଛି ବୋଲି ବିଭିନ୍ନ ବକ୍ତା ତାଙ୍କ ବକ୍ତବ୍ୟ ରଖିଥିଲେ।।ସ୍ଥାନୀୟ ପ୍ରସଙ୍ଗ ଉପରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ପାଣିଗ୍ରାହୀ, ଧାନ ମଣ୍ଡି ରେ ଚାଷୀଙ୍କ ଶୋଷଣ,ବିଜୁଳି ବିଭାଗରେ ଟାଟା କମ୍ପାନୀ ର ଦୌରାତ୍ମ୍ୟ, ଜିଲ୍ଲାର ଦାଦନ ସମସ୍ୟା, ବକେୟା ଫସଲ ବିମା ପ୍ରଦାନ ଓ ଏଥିରେ ହୋଇଥିବା ଦୁର୍ନୀତିର ତଦନ୍ତ,ମକା ମଣ୍ଡି ଓ କପା ମଣ୍ଡି ଖୋଲିବା ପାଇଁ ବ୍ୟବସ୍ଥା, ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତିରେ ରାଜ୍ୟ କେଡର ହଟେଇ ଜିଲ୍ଲା କେଡର କରିବା,ଜିଲ୍ଲାରେ ବିଫଲଗାମୀ ମନରେଗା ଯୋଜନାର ଦୁର୍ନୀତି ବନ୍ଦ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା,ନିର୍ମାଣ ଶ୍ରମିକ ଙ୍କ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରିବା,ଖାଲି ଥିବା ସମସ୍ତ ଡାକ୍ତର ପଦବୀ ପୁର। କରିବା, ସମସ୍ତ ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗେଇବା, ବେନିୟମ ଭାଟି କୋଠି ବନ୍ଦ କରିବା, ସମସ୍ତ ଦରଖାସ୍ତକାରୀ ଙ୍କୁ ଜଙ୍ଗଲ ଜମି ପଟ୍ଟା ଯୋଗେଇବା ଇତ୍ୟାଦି ପ୍ରସଙ୍ଗ ଓ ସମସ୍ୟା ଗୁଡିକର ଶୀଘ୍ର ସମାଧାନ ପାଇଁ ଦାବୀ ଉପସ୍ଥାପନ କରିଥିଲେ।ବିକ୍ଷୋଭ ପ୍ରଦର୍ଶନ ପରେ ମାନ୍ୟବର ସାଂସଦ ଶ୍ରୀ ପଣ୍ଡା ବ୍ଲକ ସମ୍ମୁଖରେ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ବସି ରହି ଗୋଟି ଗୋଟି କରି ବିଭିନ୍ନ ବିଭାଗର ପ୍ରଶ୍ନ,ପ୍ରସଙ୍ଗ,ଦାବି ଓ ଅଭିଯୋଗ ଗୁଡିକ ଉପରେ ଗୋଟିଏ ପ୍ରକାର ଜନ ଶୁଣାଣୀ କରି ସମସ୍ତ ଅଧିକାରୀ ମାନଙ୍କୁ ଗରୀବ ଜନ ସାଧାରଣ ଙ୍କ ଦରଖାସ୍ତ ପ୍ରାୟ ଦୁଇ ହଜାର ପ୍ରଦାନ କରି ଶୀଘ୍ର ସମାଧାନ ପାଇଁ ପରାମର୍ଶ ଦେଇଥିଲେ। ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଯଦୁମଣି ପାଣିଗ୍ରାହୀ ଏହି ଆନ୍ଦୋଳନ ର ସମସ୍ତ ଆୟୋଜନ ର ସମ୍ପୂର୍ଣ୍ଣ ଦାୟିତ୍ବ ନେଇଥିଲେ।ଏହି ଆନ୍ଦୋଳନ ରେ ବିଜେପି ରାଜ୍ୟକାର୍ଯ୍ୟକରିଣୀ ସଦସ୍ୟ ଶ୍ରୀ ପ୍ରସନ୍ନ ପାଢ଼ୀ, ଖରିଆର ରୋଡ଼ ଏନ ଏ ସି ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗୋଲଡି ଅଗ୍ରୱାଲ,ବିକ୍ରମ ଆଡ଼ବଙ୍ଗ ଚନ୍ଦନ ଠାକୁର,ସହଦେଵ ପ୍ରଧାନ,ମାର୍କଣ୍ଡ ବାଗ, ଫୁଲେଶ୍ୱର ଶବର,ଲାଲା ରାମ ସାହୁ,ପଣ୍ଡୁ ରଣା, କରୁଣା ହୋତା,ସଦାନନ୍ଦ ଯୋଶୀ,ଯୋଗ ମାଝୀ,ଦିଗାମ୍ବର ଦୀପ,ଧର୍ମୁ ସୁନାନୀ, ନିଳାଦ୍ରୀ ଆଡ଼ବଙ୍ଗ,ଜଗବନ୍ଧୁ ଆଡ଼ବଙ୍ଗ,ବଳିରାମ ସାହୁ,କୁନୁ ମାଝୀ, ହେମଲାଲ ରାଉତ,ଶଙ୍କର ଅହୀର, ବଂଶୀ ମାଝୀଦେବେନ୍ଦ୍ର ରାଉତ,ନାରାୟଣ ହଂସ,ଗଣ୍ଡାରାମ ସାଗରିଆ,ପାନ୍ନାଲାଲ ରାଉତ,ଇନ୍ଦ୍ର ସୁନା,ଯଦୁମଣି ହଂସ ପ୍ରମୁଖଙ୍କ ଭାଜପା କର୍ମକର୍ତ୍ତା ସମେତ ଶତାଧିକ ଜନ ସାଧାରଣ ଏହି ଆନ୍ଦୋଳନ ରେ ସାମିଲ ହୋଇଥିଲେ।