ବାରଙ୍ଗ : ଏଥର ଜମିବ ଚୁଡ଼ଙ୍ଗ ଗଡ ବାରଙ୍ଗ ମହୋତ୍ସବ । ଏଥର ମୁଖ୍ୟ ଆର୍କଷଣ ମହିଳା ପାଇକ ଆଖଡ଼ା , ଛଉ ନୃତ୍ୟ , ଓଡିଶୀ ନୃତ୍ୟ ଏବଂ ମେଲୋଡି କାର୍ଯ୍ୟକ୍ରମ କରାଯିବ । ତାସହିତ ଆମ ଅଞ୍ଚଳ ଲୁଚି ରହିଥିବା ପ୍ରତିଭା ମାନଙ୍କୁ ମଞ୍ଚ ଉପରେ ଲୋକ ଲୋଚନକୁ ଅଣାଯାଇ ସମ୍ମାନିତ କରାଯିବ । ଉକ୍ତ ସ୍ମୃତିକୁ ବହନକରି ମହୋତ୍ସବ କମିଟି ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ଯଥା କଳା, ସାହିତ୍ୟ, କ୍ରୀଡା,ଶିକ୍ଷା ,କୃଷି ଓ ସମାଜସେବା କ୍ଷେତ୍ରରେ ପ୍ରତିଭା ସୀତ ବ୍ୟକ୍ତି ବିଶେଷ ତଥା ୧୯ ଗୋଟି ପଞ୍ଚାୟତ ଶିକ୍ଷା ଅନୁଷ୍ଠାନର ପ୍ରତିଯୋଗୀତା ଅଗ୍ରଣୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ ଓ ସମ୍ବଦ୍ଧିତ କରାଯିବ । ଓଡିଶାର କଳା ସଂସ୍କୃତି ପ୍ରଚାର ପ୍ରସାର ପାଇଁ ଏହି ମହୋତ୍ସବ କମିଟି ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।ଏହି ମହୋତ୍ସବ
