Odisha news

ବି.ଜେ.ଇ.ଏମ୍. ସ୍କୁଲର ଦଶମ ଓ ଦ୍ୱାଦଶ ଶ୍ରେଣୀରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ

0

ଭୁବନେଶ୍ୱର, ତା: ୦୯/୦୭/୨୦୨୪: ରାଜଧାନୀ ଭୁବନେଶ୍ୱରର ସ୍ୱନାମଧନ୍ୟ ତଥା ପ୍ରତିଷ୍ଠିତ ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ତା’ର ଶିକ୍ଷାଦାନ ତଥା ସଫଳତା ପାଇଁ ପରିଚିତ । ପ୍ରତ୍ୟେକ ବର୍ଷ ପରି ଚଳିତ (୨୦୨୩-୨୪) ବର୍ଷ ଦଶମ ଓ ଦ୍ୱାଦଶ ପରୀକ୍ଷାରେ ସଫଳତା ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ସମାରୋହରେ ସମ୍ମାନିତ କରାଯାଇଛି । ସ୍ଥାନୀୟ ଭଞ୍ଜକଳା ମଣ୍ଡପ ଠାରେ ଅନୁଷ୍ଠିତ ଏହି ସମ୍ମାନ ଉସôବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ଖୋର୍ଦ୍ଧା ଜିଲ୍ଲାର ପ୍ରଥମ ଜିଲ୍ଲାପାଳ ଶ୍ରୀଯୁକ୍ତ ରଘୁନାଥ ମିଶ୍ର ଯୋଗ ଦେଇ ମଣିଷର ସଫଳତା ନିମନ୍ତେ ଶିକ୍ଷାଦାତା ଓ ଅଭିଭାବକଙ୍କର ତ୍ୟାଗ ଓ ତିତୀକ୍ଷାକୁ ସମ୍ମାନ ଦେବା ସହ ଶୃଙ୍ଖଳିତ, ପରିଶ୍ରମୀ ଓ ମାର୍ଜିତ ହେବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ପରିଚାଳକ ଶ୍ରୀଯୁକ୍ତ ପ୍ରତାପ କୁମାର ଜେନା ଯୋଗ ଦେଇ ମଣିଷର ସୃଜନଶୀଳତା ଓ ଅନ୍ତର୍ନିହିତ ଗୁଣର ବିକାଶ ପରିଶ୍ରମ ଦ୍ୱାରା ସମ୍ଭବ ତଥା ଅଭିମନୁ୍ୟଙ୍କ ଉଦାହରଣ ମାଧ୍ୟମରେ ପିଲାମାନେ ନିଜ ଭିତରର ନିଜତ୍ୱକୁ ଚିହ୍ନିବା ସହ ଶୃଙ୍ଖଳିତ, ପ୍ରତିଶୃତିବଦ୍ଧ ଓ ପରିଶ୍ରମୀ ହେବାକୁ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ଉପପରିଚାଳକ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ନାୟକ ଲକ୍ଷ୍ୟ ନିର୍ଦ୍ଧାରଣ ପୂର୍ବରୁ ଦୂରଦର୍ଶୀ ହେବା ଆବଶ୍ୟକ ତଥା କଠିନ ପରିଶ୍ରମ ଦ୍ୱାରା ସଫଳତା ମିଳିପାରିବ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ମ୍ୟାଡାମ୍ ସନ୍ଧ୍ୟା ଜେନା ପିଲାଙ୍କୁ ଶୁଭେଚ୍ଛା ଜଣାଇ, ସଫଳତାର ଶେଷ ପର୍ଯ୍ୟନ୍ତ
ପିଲାମାନେ ପରିଶ୍ରମ ଓ ଇଛାଶକ୍ତି ଅତୁଟ ରଖିବା ଆବଶ୍ୟକ କହିବା ସହ ପିଲାମାନଙ୍କର ସଫଳତା ପଛରେ ଶିକ୍ଷାଦାତା, ପରିଚାଳନା କମିଟି ଓ ଅଭିଭାବକଙ୍କର ଅବଦାନ ଅସୀମ ଓ ପ୍ରଶଂସନୀୟ ବୋଲି ମତବ୍ୟକ୍ତ କରିଛନ୍ତି ା ଉପାଧ୍ୟକ୍ଷା ଶ୍ରୀମତୀ ପଲ୍ଲବୀ ମହାପାତ୍ର ପିଲାମାନେ ଶିକ୍ଷା ସହ ବୈଷୟିକ ଜ୍ଞାନ, ସୃଜନଶୀଳତା ବୃଦ୍ଧି ନିମନ୍ତେ ଆଗ୍ରହୀ ହେବା ସହ କର୍ତ୍ତବ୍ୟନିଷ୍ଠ, ନମନୀୟ ଓ ରୁଚିସମ୍ପନ୍ନ ହେବାକୁ ପରାମର୍ଶ ଦେଇଥିଲେ । ପର୍ଯ୍ୟବେକ୍ଷକ ଶ୍ରୀମତୀ ସ୍ମିତା ମହାନ୍ତି ପିଲାମାନଙ୍କର ମୂଲ୍ୟବୋଧ ଶିକ୍ଷା ସହ ସେମାନେ ପିତାମାତା ଓ ଶିକ୍ଷାଦାତାଙ୍କର ଅବଦାନକୁ ବୁଝି ଜୀବନ ଗଠନ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ଶ୍ରୀମତୀ ସୁଚରିତା ଦାସ ଶିକ୍ଷା ସହ ପିଲାମାନଙ୍କର ଅନ୍ୟାନ୍ୟ ଗୁଣର ବିକାଶ ଉପରେ ଗୁରୁତ୍ୱ ଦେଇ ପରିଶ୍ରମ ଓ ନିଷ୍ଠା ଛାତ୍ରର ଅଳଙ୍କାର ହେବା ଉଚିତ୍ ବୋଲି କହିଥିଲେ । ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ବରଦା ପ୍ରସାଦ ପାଇକରାୟ ଧନ୍ୟବାଦ ଅର୍ପଣ କରିବା ସହ ପିଲାମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ସି.ବି.ଏସ୍.ଇ. ବୋର୍ଡ ପରୀକ୍ଷାରେ ୯୦% ରୁ ଅଧିକ ନମ୍ବର ରଖି କୃତିତ୍ୱ ଅର୍ଜନ କରିଥିବା ଦଶମ ଶ୍ରେଣୀର ୬୯ ଜଣ ଓ ଦ୍ୱାଦଶ ଶ୍ରେଣୀର ୨୫ ଜଣ ଛାତ୍ରଛାତ୍ରୀଙ୍କୁ ଏହି ଉସôବରେ ସ୍ମୃତିଫଳକ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଏଥିରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସେମାନଙ୍କର ଅନୁଭୂତି ପ୍ରକାଶ କରିଥିଲେ । ଏହି ଉସôବରେ ବି.ଜେ. ଏଜୁକେସନ୍ ସୋସାଇଟି ଓ ବି.ଜେ.ଇ.ଏମ୍. ସ୍କୁଲ ପରିଚାଳନା କମିଟିର ସଦସ୍ୟବୃନ୍ଦ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅଭିଭାବକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Nalco

Leave A Reply