Odisha news

ଜୟଦେବ ରେ ବିଜେଡି ର ଜନ ସମ୍ପର୍କ ପଦ ଯାତ୍ରା ।

0
ବାଲିପାଟଣା୨/୧୦ :  ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ଜୟନ୍ତୀ ଅବସର ରେ ଜୟଦେବ ବିଜେଡିର ଜନସମ୍ପର୍କ ପଦ ଯାତ୍ରା ସୋମବାର ଦିନ ବାଲିପାଟଣାସ୍ଥିତ ଗୋପବନ୍ଧୁ ସ୍ମୃତି ପୀଠ ଠାରୁ ଆରମ୍ଭ ହୋଇଯାଇଛି।ଦୁଇ ବ୍ଲକ ବାଲିପାଟଣା ଓ ବାଲିଅନ୍ତା ମିଳିତଭାବେ ଏକ ଶୋଭାଯାତ୍ରାରେ ହଜାର ହଜାର ସଂଖାରେ ମହିଳା ଓ ପୁରୁଷ କର୍ମୀ ପଦଯାତ୍ରାରେ ଗୋପବନ୍ଧୁ ସ୍ମୃତି ପୀଠରୁ ବାହାରି ଶିଶୁଅନନ୍ତ ପୀଠରେ ପହଞ୍ଚିଥିଲେ।ଜୟଦେବ ବିଜେଡିର ଆବାହକ ଦ୍ଵାରିକାନାଥ ଚୌଧୁରି କହିଲେ ଦଳର ସ୍ୱଚ୍ଛ ଶାସନର ସମସ୍ତ ଜନହିତକର ଯୋଜନା ପ୍ରତି ପରିବାର ପାଖରେ ପହଂଚାଇବା ଏହି ପଦଯାତ୍ରାର ମୁଖ୍ୟ ଉଦ୍ଧେଶ୍ୟ।ବାଲିପାଟଣା ବ୍ଲକ ପୂର୍ବତନ ବାଲିପାଟଣା ବ୍ଲକ ବିଜେଡି ସଭାପତି ପ୍ରତାପ କେଶରୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଦିଲ୍ଲୀପ ବଳିଆର ସିଂ,ମିର ନାସିର ଅଲ୍ଲୀ,ଈଶ୍ୱର ମିଶ୍ର,ଦିପେଶ ସ୍ୱାଇଁ, ଚନ୍ଦନ ପାତ୍ର ,ସମିତି ସଭ୍ୟ ସୌଭାଗ୍ୟଲକ୍ଷ୍ମୀ ପ୍ରିୟଦର୍ଶିନୀ,ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ଶଶିଭୂଷଣ ପାତ୍ର,ଦୁର୍ଗାନନ୍ଦନ ମିଶ୍ର,ବିରଞ୍ଚି ନାରାୟଣ କର,ଭରତ କୁମାର ବେହେରା ଓ ଭାବଗ୍ରାହି ଗୋଚ୍ଛାୟତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ଜନହିତକର ଯୋଜନା ଉପରେ ମତ ରଖିଥିଲେ।କୈଳାସ ପରିଡା,ଅଭିମନ୍ୟୁ ଭଟ୍ଟ,ସୁବ୍ରତ ସେନାପତି,ନରେନ୍ଦ୍ର ଭୋଳ କାବୁଲା ପାଣି ଓ ଅର୍ଜୁନ ଜେନାମଣି ପ୍ରସମୁଖ ସହଯୋଗ କରିଥିଲେ।

Leave A Reply