Odisha news

ବେତନଟୀ ରେ ରାଜ୍ୟ ବିଜେଡି ସଙ୍ଗଠନ ସମ୍ପାଦକ ବଡ଼ସାହି ନିର୍ବାଚନ ମଣ୍ଡଳୀର କର୍ମକର୍ତା ଙ୍କୁ ସଂଗଠନ କୁ ମଜବୁତ କରିବାକୁ ପରାମର୍ଶ

0

ବେତନଟୀ :  ରାଜ୍ୟ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି ଭାଇ )ସୋମବାର ବେତନଟୀ ରେ ପହଞ୍ଚି  ଧର୍ମଶାଳା ପରିସରରେ ବଡ଼ସାହି ନିର୍ବାଚନ ମଣ୍ଡଳୀର ସମସ୍ତ ନେତା ଓ କର୍ମୀ ଙ୍କୁ ସଂଗଠନ କୁ ମଜବୁତ କରିବାକୁ  ପରାମର୍ଶ ଦେଇଥିଲେ | ୨୦୨୪ ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ବିଜୁ ଜନତା ଦଳ ପକ୍ଷରୁ ପୁଣି କ୍ଷମତାକୁ ଫେରିବା ପାଇଁ ଏବଂ ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକଙ୍କୁ ପୁଣି ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ପଦବୀରେ ଓଡ଼ିଶାବାସୀ ଦେଖିବାକୁ ଚାହାନ୍ତି ବୋଲି ପ୍ରକାଶ କରିଥିଲେ  | ଦଳ ପକ୍ଷରୁ ସଂଗଠନକୁ ତୃଣମୂଳ ସ୍ତରରେ ମଜବୁତ କରିବାକୁ ଆଜି ବେତନଟୀ ରେ ବିଜେଡ଼ି ପକ୍ଷରୁ ଏହି  ମହାସମାବେଶ ଅନୁଷ୍ଠିତ ହୋଇଥିଲା। ବିଜେଡ଼ିର ଏହି ସମାବେଶରେ ରାଜ୍ୟ ବିଜେଡ଼ି ସାଂଗଠାନିକ ସମ୍ପାଦକ ତଥା ହାଇଭୋଲଟେଜ ନେତା ପ୍ରଣବ ପ୍ରକାଶ ଦାସଙ୍କ ସହିତ  ରାଜ୍ୟ ମନ୍ତ୍ରୀମଣ୍ଡଳର  ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସୁଦାମ ମାରାଣ୍ଡି, ବଡସାହି ନିର୍ବାଚନମଣ୍ଡଳୀର ସହ ପର୍ଯ୍ୟବେକ୍ଷକ ଜନ୍ମେଜୟ ଲେଙ୍କା, ମୟୂରଭଞ୍ଜ ଜିଲା  ସଂଯୋଜକ ସୁବ୍ରତ ଛୋଟାଇ, ରାଜ୍ୟ ଉଠା ଜଳ ସେଚନ ନିଗମର ଅଧ୍ୟକ୍ଷ ତଥା ପର୍ଯ୍ୟବେକ୍ଷକ  ଅମରେଶ ପତ୍ରି, ଜିଲା ସ୍ୱତନ୍ତ୍ର  ଉନ୍ନୟନ ଅଧ୍ୟକ୍ଷ ଡକ୍ଟର ଦେବାଶିଷ ମାରାଣ୍ଡି,ବଡ଼ସାହି ନିର୍ବାଚନମଣ୍ଡଳୀର ସଂଯୋଜକ ସୁବ୍ରମଣ୍ୟମ ମହାନ୍ତିଙ୍କ ସମେତ ବଡ଼ସାହି ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ  ବିଧାୟକ ଗଣେଶ୍ଵର ପାତ୍ର ପ୍ରମୁଖ ମଞ୍ଚାସିନଥିଲେ । ଏହା ସହିତ ବଡ଼ସାହି ନିର୍ବାଚନମଣ୍ଡଳୀର ସମସ୍ତ ବିଜୁ ଜନତା ଦଳର ସରପଞ୍ଚ,ସମିତି ସଭ୍ୟ ଓ ସଭ୍ୟା, ଜିଲ୍ଲା ପରିଷଦ ସଦସ୍ୟ ଓ ସଦସ୍ୟାଙ୍କ ସହିତ ବହୁ ବରିଷ୍ଠ ବିଜୁ ଜନତା ଦଳର କର୍ମୀ ଏବଂ କର୍ମକର୍ତ୍ତା ଶୁଭେଚ୍ଛୁମାନେ ସମସ୍ତେ ଯୋଗଦେଇଥିଲେ। ଏହି ସମାବେଶରେ ମୁଖ୍ୟତଃ ସାରା ନିର୍ବାଚନ ମଣ୍ଡଳୀର ତୃଣମୂଳ ସ୍ତରରୁ ସଂଗଠନକୁ  ସୁଦୃଢ କରି ଦଳ ପକ୍ଷରୁ ଯାହାଙ୍କୁ ପ୍ରାର୍ଥୀ କରାଯିବ ସମସ୍ତେ କୌଣସି ପ୍ରକାରର ବ୍ୟବଧାନ ନରଖି ଦଳର ପ୍ରାର୍ଥୀଙ୍କୁ ଜୟଯୁକ୍ତ କରିବାକୁ ସମସ୍ତ ବିଜେଡ଼ିର ପ୍ରମୁଖ ନେତାମାନେ ଅନୁରୋଧ କରିଥିଲେ। ତେବେ ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି ସମାବେଶରେ ଖୋଲାଖୋଲି ଘୋଷଣା କରିଥିଲେ କି  ଦଳ ପକ୍ଷରୁ ସଠିକ୍ ଭାବେ ତୃଣମୂଳ ସ୍ତରରେ ସର୍ଭେ କରାଯାଇ  ଯାହାଙ୍କ ସପକ୍ଷରେ ରିପୋର୍ଟ ଏବଂ ସକରାତ୍ମକ ତଥ୍ୟ ବିଭିନ୍ନ ସ୍ତରରେ ଆସିବ ଦଳ ପକ୍ଷରୁ  ତାକୁ ଟିକେଟ ପ୍ରଦାନ କରାଯିବ। ଦଳ ଜଣଙ୍କୁ ଟିକେଟ ଦେଲେ ବି ଦଳର ଶୃଙ୍ଖଳା ଅନୁସାରେ ସମସ୍ତେ ଟିକେଟ ପାଇଥିବା ପ୍ରାର୍ଥୀଙ୍କ ପାଇଁ କାମ କରିବେ ଏବଂ ଦଳୀୟ ଶୃଙ୍ଖଳା ରକ୍ଷା କରିବାକୁ ପରାମର୍ଶ ଦେଇଥିଲେ  । ଦଳର ବହୁ ସଂଖ୍ୟାରେ ମହିଳା ସଂଗଠନ ମାନଙ୍କ ପକ୍ଷରୁ ମହିଳାମାନେ ଓ କର୍ମୀମାନଙ୍କ ସମେତ ବିଜେଡ଼ିର ସକ୍ରିୟ ନେତୃତ୍ଵ ବୃନ୍ଦାବନ ଦାସ, ଯାମିନୀ କାନ୍ତ ନାଏକ, ଅର୍ଜୁନ  ଚନ୍ଦ୍ର ଦଳେଇ, ଲଲାଟେନ୍ଦୁ ବେହେରା ପ୍ରମୁଖ ଯୋଗଦେବା ସହିତ ସଂଗଠନ କ୍ଷେତ୍ରରେ ବିଜେଡ଼ି ଆଜି ମଧ୍ୟ ଶକ୍ତି ପ୍ରଦର୍ଶନ କରିଥିଲା  | ବିଶେଷ ଭାବେ  ଦଳ ରେ ଶୃଖଳା ରକ୍ଷା କରିବା  ଉପରେ ସମସ୍ତ ନେତା ଓ କର୍ମୀ ଧ୍ୟାନ ଦେବା ନିମନ୍ତେ ପରାମର୍ଶ ଦେଇଥିଲେ |

Nalco
Leave A Reply