Odisha news

ବିଜେଡିରେ ମିଶିଲେ ଅନ୍ୟ ଦଳର କର୍ମୀ

0

ଭଦ୍ରକ:ଆଜି ଭଦ୍ରକ ବିଧାୟକ ସଂଜୀବ ମଲ୍ଲକିଙ୍କ ବାସ ଭବନରେ ଭଦ୍ରକ ବ୍ଲକ ଦୈସିଂ ପଞ୍ଚାୟତର ଅନ୍ୟଦଳର କର୍ମୀ ଦଳ ଛାଡି ବିଜେଡିରେ ଯୋଗ ଦେଇଛନ୍ତି । ବିଜେଡି ଦଳର ନୀତି ଆଦର୍ଶ ସହିତ ଦଳ ସୁପ୍ରିମୋ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟମତା ତଥା ଭଦ୍ରକ ବିଧାୟକଙ୍କ ନେତତୃତ୍ୱରେ ଅନୁପ୍ରାଣୀତ ହୋଇ ବିଜେପି, କଂଗ୍ରେସ ଦଳ ଛାଡି ବିଜେଡିରେ ଯୋଗ ଦେଇଛନ୍ତି । ଏହି ମିଶ୍ରଣ ପର୍ବରେ ବିଜେଡି ଭଦ୍ରକ ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ ଓ ବିଧାୟକ ଶ୍ରୀ ମଲ୍ଳିକ ଅନ୍ୟଦଳର କର୍ମୀଙ୍କୁ ବିଜେଡି ଉତ୍ତରୀୟ ଦେଇ ଦଳରେ ମିଶାଇଥିଲେ । ଏହି ମିଶ୍ରଣ ପର୍ବରେ ଦୈସିଂ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁଦାମ ପ୍ରଧାନ, ନିତ୍ୟାନନ୍ଦ ଦାସ, ସିଦ୍ଧେଶ୍ୱର ମହପାାତ୍ର, ଲକ୍ଷ୍ମୀନାରାୟଣ ରାଉତ, ସୌମେନ୍ଦ୍ର ସାହୁ, ସନ୍ତୋଷ ବେହେରା(ବାବୁ), ସୁକାନ୍ତ ଜେନା(କୁନୁ), ଗୋପବନ୍ଦୁ ଯେନା, ସୁବାସ ଚନ୍ଦ୍ର ନାୟକଙ୍କ ଉପସ୍ଥିତିରେ ଗୟାଧର ଯେନା, ନାରାୟଣ ପାତ୍ର, ଚିନ୍ମୟ ଶଙ୍ଖୁଆ, ଅବିନାଶ ପଣ୍ଡା, ପିତବାସ ସାହୁ, ସନାତନ ମଣ୍ଡଳ, ମାନସ ପୃଷ୍ଟି ପ୍ରମୁଖ ବିଜେଡିରେ ଯୋଗ ଦେଇଛନ୍ତି ।

Leave A Reply