ଗୋପ ରେଞ୍ଜ ଅଧିନରେ ଦୀର୍ଘ ଦିନହେବ ଛତୁ ଫୁଟିଲା ଭଳି ଚୋରା କରତକଳ ଚାଲୁଥିବା ବେଳେ ଆଜି ଶନିବାର ସକାଳ ୭ଟା ସମୟରେ ଭୂବନେଶ୍ୱର ଭିଜିଲାନ୍ସ ବିଭାଗ ଓ ବନଖଣ୍ଡ ପକ୍ଷରୁ ୩ଟି କରତକଳ ଉପରେ ଚଢାଉ କରାଯାଇଛି । ଗୋପ ଚାରିଛକ ରାସ୍ତାର ୨ଟି ଓ ଗୋପ-ନିମାପଡା ରାସ୍ତା କୁଶୁପୁର ଠାରେ ଗୋଟିଏ କରତ କଳ ଉପରେ ଚଢାଉ କରାଯାଇ ପ୍ରାୟ ୩୫ ଲକ୍ଷ ଟଙ୍କାର ଯନ୍ତ୍ରାଂସ ଓ କାଠ ଜବତ କରାଯାଇଥିବା ବେଳେ ଗୋପ -ଚାରିଛକ ରାସ୍ତାର ଦୁଇଟି କରତକଳ ଭିତରୁ ଗୋଟିଏ କାଠ ବୋଝେଇ ଟ୍ରାକ୍ଟର ନଂ ଓଆର ୦୨ବିଟି ୧୩୬୨ମ୍ବର ଓ ଗୋଟିଏ କାଠ ବୋଝେଇ ଟ୍ରକ ନଂ –ଓଆର ୦୯ ଜେ ୩୦୧୫ କୁ ଜବତକରି ବନ ବିଭାଗ ତା ହେପାଜତରେ ରଖିଛି । ଭୂବନେଶ୍ୱର ଭିଜିଲାନ୍ସ ଡିଏସପି ଏଚ ଏନ ପତି , ଏସ ଏଫ ଓ ବିଷ୍ନୂ ଚରଣ ବେହେରା , ଶନିବାର ସକାଳେ ଫୋର୍ସ ଓ କିଛି କର୍ମଚାରୀଙ୍କୁ ଧରି ଅଚାନକ ଗୋପର ୩ଟି କରତ କଳରେ ପହଁଚି ପ୍ରଥମେ ଚୋରା କରତ କଳ ଗୁଡିକୁ ସିଜ କରି ଦେଇଥିଲେ । ପରେ ବନ ବିଭାଗ ଅଧିକାରୀ , ଗୋପ ଥାନା ଆଇ ଆଇସି ସୁଧିରକୁମାରସାହୁ , ଘଟଣା ସ୍ଥଳରେ ପହଁଚିବା ପରେ ସମସ୍ତ ଯନ୍ତ୍ରାଂସ ଖୋଲା ଯାଇ ମିଲ ଭିତରେ ଥିବା କିଛି କାଠକୁ ଜବତକରାଯାଇଥିଲା । ପୁରୀ ଜିଲ୍ଲା ଡିଏଫଓ ସୁଶାନ୍ତ କୁମାର ଙ୍କ ନିଦେ୍ର୍ଦଶ କ୍ରମେ ଗୋପ -କୋଣାର୍କ ରେଞ୍ଜ ଅଧିକାୀ , ବେଣୂଧର ବେହେରା , ବ୍ରହ୍ମଗିରି ବାଲୁଖଣ୍ଡ , ରେଞ୍ଜ ଅଧିକାରୀ ରଜତକୁମାର ମହାପାତ୍ର ଏହି ଚଢାଉରେ ସାମିଲହୋଇଥିଲେ । ଦୁଇବିଭାଗ ପକ୍ଷରୁ ଗୋପରେ ଅଚାନକ ଚଢାଉ କରାଯାଇ ୩୫ ଲକ୍ଷରୁ ଉର୍ଦ୍ଧ ଯନ୍ତ୍ରାଂଶ ଓ କାଠ , ଗୋଟିଏ ଟ୍ରାକ୍ଟର ଓ ଗୋଟିଏ ଟ୍ରକ ଜବତ ହେବା ସହ ୬ଟିମକଦମା , ୯/୨୦ ,୧୦/୨୦ .୧୧/୨୦ ,୧୨ /୨୦ ,୧୩/୨୦ ,୧୪/୨୦ କରାଯିବା ସହ ୩ ମାଲିକଙ୍କ ନାମରେ ମକଦମା କରାଯାଇଥିବା ବନ ବିଭାଗ ପକ୍ଷରୁ ଜଣା ପଡିଛି ।