Odisha news

ଫାଣ୍ଡି ଅଧିକାରୀଙ୍କ ନାଟକୀୟ ଢଙ୍ଗରେ ଜାତୀୟ ସଡକ ସୁରକ୍ଷା ସଚେତନ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ

0

ରଣପୁର-ନୟାଗଡ ଜିଲ୍ଲା ରଣପୁର ଥାନା ଅଧିନସ୍ଥ ସୁନାଖଳା ଫାଣ୍ଡି ତରଫରୁ ଗତକାଲି ରାଜସୁନାଖଳା ମହାବିଦ୍ୟାଳୟଠାରେ ୩୧ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଅଛି । ଏଥିରେ ରାଜସୁନାଖଳା କଲେଜର ସମସ୍ତ ଛାତ୍ର ଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ରହି ସହେଯାଗ କରିଥିଲେ । ଏହି ପଥପ୍ରାନ୍ତ ସଭାରେ ରାଜସୁନାଖଳା ଫାଣ୍ଡି ଅଧିକାରୀ ପ୍ରଦୀପ୍ କୁମାର ସାମଲ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ନିଜର ଏକକୀୟ ଅଭିନୟ ଢଙ୍ଗରେ ଅଭିନୟ କରି ସଚେତନ କରିଥିଲେ । ଯାହାକି ସୋସିଆଲ ମିଡିଆରେ ଫାଣ୍ଡି ଅଧିକାରୀଙ୍କ ନାଟକୀୟ ଅଭିନୟ ସଚେତନତା ଭିଡିଓଟି ଖୁବ୍ ଭାଇରାଲ ହୋଇଥିବା ଜଣା ପଡିଛି । ଏଥିରେ ଫାଣ୍ଡି ଅଧିକାରୀ ନିଖୁଣ ଅଭିନୟ କରି ବାଇକ୍ ଚଲାଇଲା ବେଳେ ହେଲ୍ମେଟ୍ ର ଉପକାରିତା ଓ ହେଲ୍ମେଟ୍ ପିନ୍ଧି ବାଇକ୍ ଚଲାଇଲେ କିଭଳି ନିଜର ଜୀବନ ସୁରକ୍ଷା ହୋଇ ପାରିବ ସେହି ବିଷୟରେ ସଚେତନା କରାଇଥିଲେ । ଏହି ଭିଡିଓଟି ସୋସିଆଲ ମିଡିଆରେ ବହୁ ବୁଦ୍ଧିଜୀବି ଫାଣ୍ଡି ଅଧିକାରୀଙ୍କ ନିଖୁଣ ଏକକୀୟ ଅଭିନୟ କରି ସଚତନ କରାଇଥିବାରୁ ପ୍ରଶଂସା କରିଥିଲା ବେଳେ ଆଉ କେତେକ ଏହାକୁ ନାପସନ୍ଦ କରିଥିବା ଦେଖିବାକୁ ମିଳିଛି ।

Leave A Reply