ସାଲେପୁର ୨୪ ।୮- ସାଲେପୁର ବିଜୁ ଜନତା ଦଳ ପକ୍ଷରୁ ନାନେ୍ଦାଳ ପଞ୍ଚାୟତର ପଞ୍ଚାୟତ ମଣ୍ଡପଠାରେ ନବ ନିର୍ବାଚିତ ସାଲେପୁର ବ୍ଲକ୍ ମହିଳା ମିଶନ୍ ଶକ୍ତିର କର୍ମକର୍ତ୍ତାମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।
ସାଲେପୁର ବ୍ଲକ୍ ମହିଳା ବିଜୁ ଜନତା ଦଳର ସଭାନେତ୍ରୀ ରାଜଶ୍ରୀ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ନବ ନିର୍ବାଚିତ ମିଶନ୍ ଶକ୍ତିର ସଭାନେତ୍ରୀ ତୃପ୍ତିରେଖା ପରିଡ଼ା, ଉପସଭାନେତ୍ରୀ ରଶ୍ମିପ୍ରିୟା ତ୍ରିପାଠୀ, ସଂପାଦିକା ନଳିନୀପ୍ରଭା ସାହୁ, କୋଷାଧ୍ୟକ୍ଷା ସ୍ନେହଲତା ଶତପଥୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହ ମହିଳାମାନେ ସବୁ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କଲେ ରାଜ୍ୟ ତଥା ଦେଶର ବିକାଶ ହୋଇପାରିବ ବୋଲି ପ୍ରକାଶ କରିବା ସହ ମହିଳା ମିଶନ୍ ଶକ୍ତି ଦ୍ୱାରା ଗ୍ରାମାଞ୍ଚଳର ମହିଳାମାନେ ସ୍ୱାବଲମ୍ବୀ ହୋଇପାରିବେ ବୋଲି ସେ ପ୍ରକାଶ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ କଟକ ଜିଲ୍ଲା ବିଜୁ ଜନତା ଦଳର ପର୍ଯ୍ୟବେକ୍ଷକ ପ୍ରଭାସିନୀ ଷଡ଼ଙ୍ଗୀ, ସାଲେପୁର ବ୍ଲକ୍ ଉପାଧ୍ୟକ୍ଷ ରମେଶ ଜେନା, ଆତ୍ମାର ସଭାପତି ଦିଲ୍ଲୀପ ଦାଶ, ଜିଲ୍ଲାପରିଷଦ ସଭ୍ୟ ଚିତ୍ତରଂଜନ ମହାନ୍ତି, ଯୁବନେତା ଚିତ୍ତରଂଜନ ପୁହାଣ, ସରପଞ୍ଚ ମିଲିରାଣୀ ବୋଷ, ତରିତୋ ପଞ୍ଚାୟତ ସଭାନେତ୍ରୀ ରଶ୍ମି ବିଶ୍ୱାଳ, ନାନେ୍ଦାଳ ସରପଞ୍ଚ ମନସ୍ମିତା ସ୍ୱାଇଁ, ବାରିଗୋଳ ସରପଞ୍ଚ ସଲିମା ମହାପାତ୍ର, ବିଜେଡି ବ୍ଲକ୍ ସଭାପତି ଅନନ୍ତ ଚରଣ ପ୍ରଧାନ, କାର୍ଯ୍ୟାକାରିଣୀ ସଭାପତି ନାରାୟଣ ପତି, ତ୍ରୈଲୋକ୍ୟନାଥ ପଣ୍ଡା, ସମିତିସଭ୍ୟା ଦେବକୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ୪ଗୋଟି ଜୋନ୍ର ମହିଳା ବିଜେଡି ଉପସଭାପତି ସ ସଂପାଦକ ମନୋନୀତ କରାଯାଇଥିଲା ।