Odisha news

ମଳିପଡ଼ା ବିଦ୍ୟୁତ ବିଭାଗରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ

0

ନିରାକାରପୁର,୧୬/୯: ଖୋର୍ଦ୍ଧା ଜିଲ୍ଲା ମଳିପଡ଼ା ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ପରିସରରେ କୋଭିଡ଼ ନିୟମକୁ ମାନି ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟୁତ କର୍ମଚାରୀମାନେ ଆଜି ନୂତନ ବସ୍ତ୍ର ପରିଧାନ କରି ବିଶ୍ୱକର୍ମାଙ୍କ ପ୍ରତିମୂର୍ତ୍ତିକୁ ପୂଜାଅର୍ଚ୍ଚନା କରିବା ସହ ଆର୍ଶିବାଦ ଭିକ୍ଷା କରିଥିଲେ ।

ନିରାଡ଼ମ୍ବରପୂର୍ଣ୍ଣଭାବେ ବିଶ୍ୱକର୍ମା ପୂଜା ହୋଇଥିବାବେଳେ ଏହି ପୂଜାରେ ଜଙ୍କିଆ ଏସଡ଼ିଓ, ମଳିପଡ଼ା ଜେଇ ସମେତ ବିଭିନ୍ନ ପଦାଧିକାରୀଗଣ ଯୋଗ ଦେଇଥିଲେ । ଶେଷର ସମସ୍ତେ ପ୍ରସାଦ ସେବନ କରିଥିଲେ । ସେହିପରି ଜିଲ୍ଲାର ନିରାକାରପୁର,ଜଙ୍କିଆ , ନରଣଗଡ଼,ଛଣଗିରି ବିଦ୍ୟୁତ ବିଭାଗରରେ ବିଶ୍ୱକର୍ମାଙ୍କର ପୂଜା ଅର୍ଚ୍ଚନା କରାଯାଇଥିବା ସହ ବିଭିନ୍ନ ସରକାରୀ ଓ ବେସରକାରୀ ବୈଷୟକ ପ୍ରତିଷ୍ଠାନମାନଙ୍କରେ ପୂଜା ମଧ୍ୟ ରୀତିନୀତି ଅନୁଯାୟୀ କରାଯାଇଥିଲା

Nalco
Leave A Reply