Odisha news

ବିରିଡି : ଦରଡା ଗ୍ରାମ ପଂଚାୟତରେ ଶ୍ରମିକଙ୍କୁ ମାଟି କାମ ମିଳିଲା

0

ବିରିଡି, ୨୮ା୦୬ ; ବିରିଡି ବ୍ଲକ ଦରଡା ଗ୍ରାମ ପଂଚାୟତର ସରପଂଚ ଧନଂଜୟ ମହାପାତ୍ର ଶ୍ରମିକମାନଙ୍କ ପାଇଁ ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ମାଟି କାମ ଯୋଗାଇ ଦେଇଛନ୍ତି । କରୋନା ପାଇଁ ପ୍ରାୟ ଦୁଇ ମାସ ଧରି ଶ୍ରମିକ ଶ୍ରେଣୀର ଲୋକମାନେ କାମ ଧନ୍ଦା ନପାଇ ବଡ ଆର୍ଥୀକ ସମସ୍ୟାରେ ଗତି କରୁଛନ୍ତି ।

କରୋନା ଲକଡାଉନର ସାମାନ୍ୟ କୋହଳ ସହ ଶ୍ରମିକମାନଙ୍କୁ କାମ ଯୋଗାଇ ନିଆଯିବାର ରାଜ୍ୟ ସରକାର ଘୋଷଣା କରିବା ପରେ ଦରଡାଗ୍ରାମ ପଂଚାୟତର ଶ୍ରମିକମାନଙ୍କ ଅର୍ଥୀକ ସ୍ଥିତିକୁ ମଜବୁତ କରିବା ପାଇଁ ବୀବିନ୍ନ ପ୍ରକଳ୍ପ ହାତକୁ ନିଆଯାଇଥିବା ସରପଂଚ ଶ୍ରୀ ମହାପାତ୍ର କହିଛନ୍ତି ।

ବର୍ତମାନ ଏହି ପଂଚାୟତରେ ଦରଡାଗ୍ରାମ ଖଟୁଆ ବଟୀ ରାସ୍ତାର ବରୁଣେଇ ପର୍ଯ୍ୟନ୍ତ ରାସ୍ତା, ଦରଡାଗ୍ରାମ ବେରୋ ସାହି ଠାରୁ ବନ୍ୟ ଆଶ୍ରୟ ସ୍ଥଳୀ ପର୍ଯ୍ୟନ୍ତ ରାସ୍ତା , ଦରଡା ଶାସନ ଠାରୁ ରଣେଟ ପ୍ରମୁଖ ରାସ୍ତା କାର୍ଯ୍ୟ କରାଯାଇଛି । ଏଥିରେ ପ୍ରାୟ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ଏହି କାର୍ଯ୍ୟ ପାଇ ଥିବାରୁ ଶ୍ରମିକମାନେ ସରପଂଚଙ୍କୁ ସାଧୁବାଦ ଜଣାଇଛନ୍ତି ।

Leave A Reply

Your email address will not be published.