ଏହା କୌଣସି ବହିର କାହାଣୀ ନୁହେଁ, କିମ୍ବା କୌଣସି ଚଳଚିତ୍ରର କାହାଣୀ ନୁହେଁ l ଏହା ହେଉଛି ଗୋଟିଏ ସତ୍ୟ ଘଟଣା ଯାହାକି ଆଜି ପ୍ରତ୍ୟେକ ଭାରତୀୟ ଙ୍କ ନିକଟରେ ଖୁବ ଜଣାଶୁଣା l ଆମେ ଅନେକ ସମୟରେ ମଧ୍ୟ ସୋସିଆଲ ମିଡିଆରେ ଏଭଳି ଅନେକ କାହାଣୀ ଶୁଣିଛୁ l ନିକଟରେ ସୋସିଆଲ ମିଡିଆରେ ଗୋଟିଏ ସେହିଭଳି କାହାଣୀ ଭାଇରଲ ହୋଇଛି , ଯାହା ଗୋଟିଏ ମଣିଷ ଓ ଗୋଟିଏ ପକ୍ଷୀର ଅଟେ l ଯେତେବେଳେ ମଣିଷ ଓ ଜୀବଜନ୍ତୁ ଙ୍କ ମଧ୍ୟରେ ବନ୍ଧୁତା ହୋଇଥାଏ ସେତେବେଳେ ଏଭଳି ଧ୍ୟାନ ଟାଣିଥାଏ l ନିକଟରେ ଗୋଟିଏ ଭିଡିଓ ଭାଇରଲ ଭାଇରଲ ହୋଇଥିଲା ଯେଉଁଥିରେ ଦେଖିବାକୁ ମିଳିଥିଲା ଗୋଟିଏ ସ୍କୁଟି ଚାଳକଙ୍କ ସହିତ ଗୋଟିଏ ବଡ଼ ଚଢେଇ ଉଡୁଛି l
ଏହି ଭିଡିଓ ରେ ଦେଖାଯାଉଥିବା ଏହି ଚଢେଇଟି ହେଉଛି ସାରସ ଓ ତାର ସ୍କୁଟି ଚାଳକଙ୍କ ସହିତ ନିବିଡ଼ ବନ୍ଧୁତା ରହିଛି l ଏହି ବନ୍ଧୁତା ସୋସିଆଲ ମିଡିଆରେ ଖୁବ ଭାଇରଲ ହୋଇଛି l ଯୁବକଙ୍କ ନାମ ହେଉଛି ଆରିଫ , ଯିଏକି ଉତ୍ତର ପ୍ରଦେଶ ର ଅମେଥି ରେ ରୁହନ୍ତି l ଆରିଫ କିଛିଦିନ ପୂର୍ବରୁ ଗୋଟିଏ ସାରସ ପକ୍ଷୀ ର ଜୀବନ ବଞ୍ଚାଇଥିଲେ ଓ ,ବନ୍ଧୁତା ଆରମ୍ଭ ହେଉଛି ଏହିଠାରୁ l ଜାମୋ ବ୍ଲକ ମଣ୍ଢକା ଗ୍ରାମ ରେ ରାଜକୀୟ ପାଖି ସାରସ ଓ ୩୦ ବର୍ଷୀୟ ଯୁବକ ଆରିଫ ର ବନ୍ଧୁତାର କାହାଣୀ ସମ୍ପୂର୍ଣ ସତ୍ୟ l
ସେହିଦିନ ଥିଲା ମାର୍ଚ୍ଚ ୨୦୨୨ , ଅରିଫ ଙ୍କୁ ତାଙ୍କ ବିଲ ରେ ଗୋଟିଏ କ୍ଷତାକ୍ତ ସରସ ପକ୍ଷୀକୁ ଦେଖିଥିଲେ l ସାରସ କୁ ଗଭୀର ଭାବରେ ଆଘାତ ଅବସ୍ଥାରେ ପାଇ ଅରିଫ ପାଇ ତାକୁ ସାଙ୍ଗରେ ନେଇ ଆସିଥିଲେ ଘରକୁ l ପକ୍ଷୀଟିର ଗୋଡ଼ ଭାଙ୍ଗି ମଧ୍ୟ ଯାଇଥିଲା l ଏହାପରେ ଆରିଫ ସାରସ ର ଖୁବ ଯତ୍ନ ନେଇଥିଲେ ଓ ସେ ଠିକ ହୋଇ ଯାଇଥିଲା l ଆରିଫ ଙ୍କ ସେବା ସାରସ ପକ୍ଷୀଟି ର ହୃଦୟ କିଣି ନେଇଥିଲା l ସମସ୍ତେ ଭାବିଥିଲେ ସାରସ ଠିକ ହୋଇଯିବ ପରେ ଉଡି ପଳାଇଯିବ l କିନ୍ତୁ ଏଭଳି ହୋଇ ନଥିଲା , ସାରସ ଆଉ କୌଣସି ଆଡେ ନଯାଇ ଅରିଫ ସହିତ ରହିବାକୁ ଲାଗିଲା ଓ ସେ ଅରିଫ କୁ ତାର ସବୁଠୁ ବଡ଼ ଶୁଭେଛୁ ବୋଲି ଭାବି ନେଇଥିଲା l ଆରିଫ ନିଜର ପୁଅ ଓ ଝିଅଙ୍କ ଭଳି ସାରସ ପକ୍ଷୀ ତୀର ଯତ୍ନ ନେଇଥିଲେ l ଅରିଫ ଙ୍କ ପତ୍ନୀ ଘରର ଅନ୍ୟ ସଦସ୍ୟଙ୍କ ପାଇଁ ଯେଭଳି ଭୋଜନ ପ୍ରସ୍ତୁତ କରି ଆଦରରେ ଖୁଆଉଥିଲେ ସେହିଭଳି ସାରସ କୁ ମଧ୍ୟ ଖାଇବାକୁ ଦେଉଥିଲେ l
ଅରିଫ ଙ୍କ ପିତା ଲାଲ ବହାଦୁର କୁହନ୍ତି ଯେ ସରସ ଆରିଫ ଙ୍କ ସହିତ ଭୋଜନ କରିଥାଏ l ଆରିଫ ଯେଉଁଆଡେ ମଧ୍ୟ ଯାଇ ଥାନ୍ତି ସାରସ ତାଙ୍କ ସହିତ ଯିବାକୁ ଇଛା କରିଥାଏ, ଅନେକ ସମୟରେ ଅସୁବିଧା ବଶତଃ ତାକୁ ନନେଇ ଯିବାକୁ ପଡିବାରୁ ସାରସ କୁ ଲୁଚିକି ଆରିଫ ଯାଇ ଥାଆନ୍ତି l ସାରସ ସବୁଦିନ ସକାଳୁ ୨ଟି ଅଣ୍ଡା ଖାଇଥାଏ, ଦିନରେ ରୁଟି ଭାତ ଓ ଅନ୍ୟ କୌଣସି ତରକାରୀ ଖାଏ l ସାରସ ର ଏଭଳି ସ୍ନେହ ଆରିଫ ଙ୍କ ପାଇଁ ଥିଲା କି ସେ ତାଙ୍କ ନିକଟକୁ କାହାକୁ ଯିବାକୁ ଦିଏନାହିଁ l ଦେଶର ସମସ୍ତ ଙ୍କ ନିକଟରେ ଏହା ଗୋଟିଏ ଆଦର୍ଶ ଭାବରେ ଆଲୋଚନା ହୋଇଥିଲା l ସମାଜବାଦୀ ପାର୍ଟି ଅଧକ୍ଷ ଅଖିଲେଶ ଯାଦବ ମଧ୍ୟ ଆରିଫ ଓ ସାରସ ଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ l
କିନ୍ତୁ ବର୍ତମାନ ଦୁଇବନ୍ଧୁ ବିଚ୍ଛେଦ ହୋଇ ଯାଇଛନ୍ତି, ଉଭୟଙ୍କ ବନ୍ଧୁତା ରେ ବନବିଭାଗ ର ଗ୍ରହଣ ଲାଗି ଗଲା l ବନ ବିଭାଗ ବିଭିନ୍ନ ନିୟମ ଦର୍ଶାଇ ଅରିଫ ଙ୍କ ନିକଟରୁ ସାରସ କୁ ଅଲଗା କରି ନେଇଛି l ପ୍ରଥମେ ରାୟବରେଲୀ ପକ୍ଷି ବିହାର ରେ ସାରସ କୁ ରଖା ଯାଇଥିଲା, କିନ୍ତୁ ଅଚାନକ ଭାବରେ ସେଠାରୁ ସାରସ କେଉଁଆଡେ ଚାଲି ଯାଇଥିଲା l ଏହାପରେ ତାକୁ ଗୋଟିଏ ଗାଁ ରେ ଦେଖିବାକୁ ମିଳିଥିଲା , ତେଣୁ ବନବିଭାଗ ସାରସ କୁ ଆମେଥି ଜିଲ୍ଲାରୁ ଅନ୍ୟ ଜିଲାକୁ ପଠାଇବା ପାଇଁ ସ୍ଥିର କରିଥିଲେ l ବର୍ତମାନ ସାରସ ର ନୂଆ ଘର କାନପୁର ଚିଡିଆଖାନା l
ଅନ୍ୟ ପଟରେ ଆରିଫ ସାରସ କଥା ଭାବି ଭାବୁକ ହୋଇ ଯାଉଛନ୍ତି l ବନବିଭାଗ ର ସୂଚନା ଅନୁସାରେ ମଧ୍ୟ ସାରସ ମଧ୍ୟ ଅରିଫ ଙ୍କୁ ମନେ ଖୋଜୁଛି ଓ ଚୁପ ହୋଇ ଦୀର୍ଘ ସମୟ ଧରି ଗୋଟିଏ ସ୍ଥାନରେ ବସୁଛି l ପକ୍ଷୀ ଟି କଥା କହି ପାରୁନାହିଁ ସତ୍ୟ କିନ୍ତୁ ତା ମନ ମଧ୍ୟ ବ୍ୟାକୁଳିତ ତାର ବନ୍ଧୁ ପାଇଁ l
