ଓଡ଼ିଆ ଭାଷା ସାହିତ୍ୟ ର ପ୍ରଥିତ୍ ଯଶ ଗଲ୍ପିକା ବୀଣାପାଣି ମହାନ୍ତି ୧୯୩୬ ମସିହା ନଭେମ୍ବର୍ ମାସ ୧୧ ତାରିଖ ରେ କେନ୍ଦ୍ରାପଡା ଜିଲ୍ଲା ର ଚାନ୍ଦୋଳ ରେ ପିତା ଚତୁର୍ଭୁଜ୍ ମହାନ୍ତି ଓ ମାତା କୁମୁଦିନୀ ମହାନ୍ତି ଙ୍କ ଓଉରସ୍ ରୁ ଜନ୍ମ ଗ୍ରହଣ କରିଥିଲେ। ୧୯୫୩ ମସିହା ରେ ମାଟ୍ରିକ କଲା ପରେ ୧୯୫୭ ରେ ବି ଏ ପାସ କରିଥିଲେ।୧୯୫୯ ମସିହା ରେ ରେଭେନ୍ସା କଲେଜ ରୁ ଅର୍ଥନୀତି ରେ ଏମ ଏ ପାସ କରିଥିଲେ। ତାଙ୍କର ସହିତ୍ୟିକ୍ ଜୀବନ ଜଣେ ଷ୍ଟୋରି ତେଲେର୍ ଭାବେ ଆରମ୍ଭ ହୋଇଥିଲା । ସେ ଅର୍ଥନିତି ବିଭାଗ ରେ ଅଧ୍ୟାପକ ଭାବେ କାର୍ଯ୍ୟ ଆରମ୍ଭ କଲେ। ସୈଲ୍ ଵାଲା କଲେଜ ରୁ ୧୯୯୨ ରେ ଚାକିରୀ ରୁ ଅବସର ନେଇଥିଲେ। କବିତା ଲେଖାରୁ ତାଙ୍କର ସହିତ୍ୟିକ୍ ଜୀବନ ଆରମ୍ଭ ହୋଇଥିଲା ବୋଲି କୁହାଯାଏ। ପରବର୍ତ୍ତି ସମୟ ରେ ଗଳ୍ପ ଓ ଉପନ୍ୟାସ୍ କୁ ଆବୋରି ନେଇଥିଲେ। ୧୯୫୫ ରେ ତାଙ୍କର ପ୍ରଥମ କବିତା ” ତନ୍ଦ୍ରାହତ୍ ” ପ୍ରଜତନ୍ତ୍ର୍ ନାରୀ ମହଲ ରେ ପ୍ରକାଶିତ ହୋଇଥିଲା। ୧୯୫୭ ରେ ତାଙ୍କର ପ୍ରଥମ ଗଳ୍ପ ” ଗୋଟିଏ ରାତ୍ରି ର କାହାଣୀ ” ରବି ବାସରିୟ୍ ପ୍ରଜତନ୍ତ୍ର୍ ରେ ପ୍ରକାଶ ହୋଇଥିଲା।୧୯୬୧ ରେ ତାଙ୍କର ଅନ୍ୟ ଏକ ଗଳ୍ପ ” ନାଉ ଗଛ ” ତାଙ୍କୁ ବହୁ ପାଠକ ଙ୍କର ସ୍ୱୀକୃତି ପାଇଥିଲେ।ତା ପରେ ସେ କବିତା ଛାଡି ସମ୍ପୂର୍ଣ ଭାବେ ଗଳ୍ପ ଲେଖିବାକୁ ମନସ୍ଥ୍ କଲେ।ଚଲନ୍ତି ଜୀବନ ରୁ ସତ ସତିକା ଘଟଣା କୁ ସାଉଁଟି ନେଇ ଓ ତାହାକୁ ଗଳ୍ପ ରୂପ ଦେଇ ଥାନ୍ତି ବୀଣାପାଣି ମହାନ୍ତି। ” ନାଉ ଗଛ ” ଗଳ୍ପ ଟି ବାଲେଶ୍ୱର କୁନ୍ତଳା କୁମାରୀ ମହାବିଦ୍ୟାଳୟ ରେ ଅଧ୍ୟପନା ସମୟ ରେ ବୀଣାପାଣି ମହାନ୍ତି ଲେଖିଥିଲେ।କଲେଜ ପରିସର ରେ ଆପେ ଆପେ ମାଡି ଥିବା ଏକ ନାଉ ଗଛ କୁ ନେଇ ଏ ଗଳ୍ପ ର ସଂ ରଚନା। ଗଳ୍ପ ପଚ୍ଛ ର୍ ପ୍ରେରଣା ହେଉଛି ସେ ଅନା ବନା ଭାବେ ମାଡି ଯାଇଥିବା ନାଉ ଗଛ ଟି।ସେହିପରି ଭାବେ ତାଙ୍କ ଦ୍ୱାରା ରଚିତ୍ ଗଳ୍ପ ” ପଟ ଦେଇ ” ମଧ୍ୟ ଭୁବନେଶ୍ୱର ରସୁଲ୍ ଗଡ଼ ଛକ ରେ ବସ୍ ରେ ଜୋର କରି ଠେଲି ବସା ଯାଇଥିବା ଏକ ଝିଅ କୁ ଦେଖି ଲେଖା ଯାଇଛି।
ବୀଣାପାଣି ମହାନ୍ତି ଙ୍କ ରଚନା ବଳି ମଧ୍ୟରେ କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ,ପଟ ଦେଇ,ବସ୍ତ୍ର ହରଣ,ଆରୋହନ,ଇଣ୍ଟର ଭିଉ,ଏକାକୀ ପରାଶର,ନବ ତରଙ୍ଗ,ଅନ୍ଧକାର୍ ର୍ ଛାଇ,ମଧ୍ୟାନ୍ତର୍,ବହ୍ନି ବଲୟ୍ୟ୍,ଉତ୍ତରୟନ୍ ,ସୟହ୍ନ୍ ର ସ୍ୱର, ତ ଟି ନା ର ତୃଷ୍ଣା ,କାଲାନ୍ତର୍,ଜନ୍ମାନ୍ତର୍,ଅଶ୍ରୁ ଅନଲ,ଶକୁନି ର ଚକା,ଅପହଞ୍ଚ୍ ଆକାଶ,ପାଚେରି ସେ ପଟେ ନ ଇ ,ଖେଳ ଚାଲିଛି,ଦ୍ରୁସ୍ୟାନ୍ତର୍,ଖେଳନା,ଚରି ତ୍ର୍ ହସୁଚି,ଆଦି ଗଳ୍ପ ରହି ଥିବା ବେଳେ ଉପନ୍ୟାସ୍ ମଧ୍ୟରେ ସୀତା ର୍ ସୋନିତ,ମନସ୍ଵିନି,କୁନ୍ତୀ କୁନ୍ତଳା ସକୁନ୍ତଲା ,ଆତ୍ମଜିବନି ମଧ୍ୟରେ ବିତି ଯାଇଥିବା ଦିନ କବି ବିଦ୍ୟୁତ ପ୍ରଭା ଦେବି ପ୍ରମୁଖ ସ୍ୱୀକୃତି ଲାଭ କରି ସାରିଛି। ସାହିତ୍ୟ କୃତି ନିମନ୍ତେ ସର୍ବୋଚ୍ଚ୍ ବେସାମରିକ୍ ସମ୍ମାନ ପଦ୍ମ ଶ୍ରୀ ସମ୍ମାନ ୨୦୨୦ ରେ ବୀଣାପାଣି ମହାନ୍ତି ପାଇଥିଲେ। ୧୯୯୦ ରେ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ,୧୯୬୧ ରେ ଝଙ୍କାର୍ ପୁରସ୍କାର,୧୯୬୮ ରେ କ୍ଷୁଦ୍ର ଗଳ୍ପ କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ ପାଇଁ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର,୧୯୯୦ ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ,୨୦୦୨ ରେ ସାହିତ୍ୟ ଭାରତୀ ସମ୍ମାନ,ଜୀବନ ରଙ୍ଗ ପୁରସ୍କାର,ସୁଚରିତା ପୁରସ୍କାର,ଗୋକର୍ନିକା ପୁରସ୍କାର,କାଦମ୍ବିନୀ ପୁରସ୍କାର,ଓ ଉତ୍ତର ଓଡିଶା ସାହିତ୍ୟ ସମ୍ମାନ ଅଦିରେ ଭୁଷିତ୍ ହୋଇଛନ୍ତି। ବୀଣାପାଣି ମହାନ୍ତି ଙ୍କ କ୍ଷୁଦ୍ର କାହାଣୀ ପଟ ଦେଇ ୧୯୮୭ ମସିହା ରେ ଫେମିନା ନାମକ ଏକ ପତ୍ରିକା ରେ ପ୍ରକାଶିତ ହୋଇଥିଲା ‘ ଲତା ‘ ନାମ ରେ।
ଏହା ଦୂର ଦର୍ଶନ ରେ କସମ କସ୍ ଧାରା ବାହିକ୍ ନାଁ ରେ ,ହିନ୍ଦୀ ନାଟକ ରୂପେ ପ୍ରସାରିତ୍ ହୋଇଥିଲା। ପରବର୍ତ୍ତି ସମୟ ରେ ଏହା ଇଂ ରେ ଜ୍ ,ତେଲୁଗୁ,ତାମିଲ,କନ୍ନଦ୍,ଉର୍ଦ୍ଦୁ, ବଙ୍ଗଳା,ମଲୟଲମ୍,ଏବଂ ରୁସିୟ୍ ଭାଷା ରେ ଅନୁବଦିତ୍ କରାଯାଇଛି। ତାଙ୍କ ଲିଖିତ ଏକଙ୍କିକା ” କ୍ରାନ୍ତି ” ପ୍ରସିଦ୍ଧି ଲାଭ କରି ପାରିଛି। ତାଙ୍କରି ଲେଖା ଗୁଡିକ ରେ ନାରୀ ଜୀବନ ର ସଂଘର୍ଷ ର କାହାଣୀ ଉପସ୍ଥାପନା କରାଯାଇ ଥିବା ର୍ ଦେଖା ଯାଏ। ତାଙ୍କର କାଳଜୟୀ ରଚନା ନାରୀ ସସକ୍ତିକରନ ପାଇଁ ପ୍ରେରଣା ଯୋଗାଇ ବ୍ ନିଶ୍ଚିତ ଭାବେ। ଓଡ଼ିଆ ସାରସ୍ୱତ ଜଗତ ପାଇଁ ତାଙ୍କର ବିୟୋଗ ଏକ ଅପୁରନିୟ୍ ସ୍ଥାନ ସୃଷ୍ଟି କରିବ। ପୁରସ୍କାର ମଧ୍ୟରେ ବିଷୁବ୍ ପୁରସ୍କାର,ଧରିତ୍ରୀ କ୍ଷୁଦ୍ର ଗଳ୍ପ ସମ୍ମାନ,ପ୍ରଜତନ୍ତ୍ର ପ୍ରଚାର୍ ସମିତି ପ୍ରଦତ୍ତ୍ ପୁରସ୍କାର,ଅତି ବାଡ଼ି ଜଗନ୍ନାଥ ଦାସ ପୁରସ୍କାର, ସାରା ଲା ପୁରସ୍କାର ଆଦି ଉଲ୍ଲେଖ ଯୋଗ୍ୟ। ବୀଣାପାଣି ମହାନ୍ତି ସାହିତ୍ୟ ଆକାଶ ର ଏକ ଦିପ୍ତିମନ୍ତ୍ ନକ୍ଷତ୍ର ଥିଲେ।ତାଙ୍କର ବିୟୋଗ ଭାଷା ସାହିତ୍ୟ ଜଗତ ପାଇଁ ଅଶେଷ କ୍ଷତି ପହଞ୍ଚୈଲା। ଓଡ଼ିଆ କବିତା ,ଗଳ୍ପ,ଉପନ୍ୟାସ୍,ପ୍ରବନ୍ଧ ,ଆତ୍ମ ଯିବନି କ୍ଷେତ୍ର ପ୍ରତି ବୀଣାପାଣି ମହାନ୍ତି ଙ୍କର ଅବଦାନ ଅତୁଳନୀୟ।ଜନମାନସ୍ ମନ ରେ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ।