Odisha news

୧୫ ହଜାର ହୋଟେଲ ବିଲ୍ କୁ , ୩୬ ଲକ୍ଷ ଟଙ୍କାର ବକ୍ସିସ : ଆସନ୍ତୁ ଜାଣିବା ପୁରା ଖବର

0

ନୂଆଦିଲ୍ଲୀ : ୨୦୨୦ ମସିହା ବିଶ୍ୱ ପାଇଁ ଗୋଟିଏ କଷ୍ଟକର ବର୍ଷ ଭାବରେ ରହିଗଲା l କରୋନା ମହାମାରୀ ଯୋଗୁ ଅନେକ ଲୋକଙ୍କର ବ୍ୟବସାୟ ବନ୍ଦ ହୋଇ ଯାଇଛି ଓ ଲକ୍ଷଲକ୍ଷ ଲୋକ ବେକାର ହୋଇ ଯାଇଛନ୍ତି l କରୋନାର ପ୍ରଭାବ ବିଶେଷ କରି ହୋଟେଲ ଉଦ୍ୟଗ ଓ ମନରଞ୍ଜନ ପ୍ରତିଷ୍ଠାନରେ ଅଧିକ ପଡିଛି l

ଆମେରିକାର ଜଣେ ବ୍ୟକ୍ତି ଆଗକୁ କ୍ରୀସ୍ମାସ ଆସୁଥିବା ଯୋଗୁ ଏପରି ବକ୍ସିସ ଦେଲେଯେ ତାହା ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି l ଆମେରିକାରେ ଥିବା ଗୋଟିଏ ଇଟାଲିୟାନ ଭୋଜନାଳୟରେ ” ଆନ୍ଥୋନୀ ଏଟ ପକ୍ସନ ” ଫେସବୁକ୍ ରେ ଗୋଟିଏ ଫଟୋ ସେୟାର କରିଛନ୍ତି ,ଯେଉଁଥିରେ ଦେଖା ଯାଇଛି ଗ୍ରାହାକର ବିଲ୍ ରସିଦକୁ l

ଏହି ବ୍ୟକ୍ତି ଜଣଙ୍କ ୧୫ ହଜାର ଟଙ୍କାର ବିଲ୍ ରେ ୩୬ ଲକ୍ଷ ଟଙ୍କାର ବକ୍ସିସ ଦିଆଯାଇଛି l ମିଳିଥିବା ସୂଚନା ଅନୁସାରେ ଏହି ବକ୍ସିସ ଜିଆନା ନାମକ ହୋଟେଲର କର୍ମଚାରୀଙ୍କୁ ଦିଆ ହୋଇଛି l ଜିଆନା ହେଉଛନ୍ତି ସେହି ହଟେଲର ଜଣେ ମହିଳା କର୍ମଚାରୀ l ସେ ଏହି ବକ୍ସିସକୁ ପାଇ କହିଛନ୍ତି ମୁଁ ଏହି ପଇସା ଦ୍ୱାରା ମୋ କଲେଜର ଶିକ୍ଷା ସମ୍ପୂର୍ଣ୍ଣ କରିବି ଓ ବାକି ଯେଉଁ ପଇସା ବାଲିବ ତାହାକୁ କେଉଁ ଭଲ କାମରେ ଲଗାଇବି l ଏହି ହୋଟେଲ ପକ୍ଷରୁ କୁହାଯାଇଛି ଯେ ସେହି ଗ୍ରାହକ ଜଣଙ୍କର ଉଦାରତା ଯୋଗୁ ତାଙ୍କୁ ଧନ୍ୟବାଦ କହିବା ଛାଡ ଆଉ କିଛି କହିପାରିବୁ ନାହିଁ l

Leave A Reply