Odisha news

ବିରିଡି : ଲୋକଙ୍କୁ ମାକ୍ସ ବାଂଟିଲେ ବିଜୁ ଯୁବ ବାହିନୀ

0

ବିରିଡି ତା-୦୫/୦୪ ବିରିଡି ବ୍ଲକ ଉତରଶାସାନ ଗ୍ରାମ ପଂଚାୟତ ବିଜୁ ଯୁବ ବାହୀନୀ ପକ୍ଷରୁ ପଂଚାୟତର ବିଭିନ୍ନ ଗ୍ରାମକୁ ଯାଇ ୧୫୦ ରୁ ଉର୍ଦ୍ଧ ଲୋକଙ୍କୁ ମାକ୍ସ ବଂଟନ କରିଥିଲେ । ଏଥି ସହିତ ବିଜୁ ଯୁବ ବାହୀନୀର ସଭାପତି ସବ୍ୟସଚୀ ସତପଥି, ସମ୍ପାଦକ ସୌମ୍ୟ ରଂଜନ ବେହେରା, ସଭ୍ୟ ଗଗନ ବେହେରା, ବାପୁନ ସାହୁ, ସୌମ୍ୟ ରଂଜନ ସାହୁ, ପଦ୍ମ ଲୋଚନ ସାହୁ, ଅଙ୍ଗନଓାର୍ଡି କର୍ମି ମିଲି ସାମଲ, ଆଶା କର୍ମି ସୁନିତା ବିଶ୍ୱାଲ, ଙ୍କ ସମେତ ବ୍ଲକ ସଂଯୋଜିକା ସାମିଲ ହୋଇ ଗାଂ ଗାଁ ବୁଲି କରୋନା ପାଇଁ ସତର୍କ ରହିବାକୁ ସଚେତନ କରିବା ସହ ଯୁବ ବାହୀନୀର ସମସ୍ତ କର୍ମକର୍ତା ଲୋକ ମାନେ ସାବୁନରେ ହାାତ ଧୁଆଇ ମାକ୍ସ ପିନ୍ଧାଇ ଥିଲେ । ଉଉରଶାସନ ଗ୍ରାମ ପଂଚାୟତ ର ଏହି ସଚେତନତା କାର୍ଯ୍ୟକ୍ରମକୁ ସମସ୍ତେ ପ୍ରଶଂସା କରିଛନ୍ତି । ଏହି ଭଳି କାର୍ଯ୍ୟ ଜାରି ରଖିବାକୁ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ପ୍ରତାପ ବେହେରା, ସମାଜସେବୀ ବିଭୂ ପ୍ରସାଦ ଦାସ ପରାମର୍ଶ ଦେଇଛନ୍ତି ।

Leave A Reply