ବିଦୁରଙ୍କ ନୀତି ଓ ବିଚାର ଆପଣଙ୍କୁ କଠୋର ଲାଗିପାରେ କିନ୍ତୁ ଏହି କଠୋରତା ହେଉଛି ଜୀବନର ସତ୍ୟତା l ଆମେ ଆମର ଦୈନଦିନ ଜୀବନରେ ଏହି ବିଚାର ଧାରା ଗୁଡିକୁ ଆଡେଇ ଦେଇଥାଉ l କିନ୍ତୁ ଏହି ବିଚାର ଧାରା ଆମ ଜୀବନର ପ୍ରତେକ ମୁହୁର୍ତରେ ସହାୟକ ହୋଇଥାଏ l ବିଦୁରଙ୍କ ନୀତି ଶାସ୍ତ୍ରରେ ଆଜି କୁହାଯାଇଛି କିଭଳି ଲୋକମାନେ ଜୀବନରେ ସୁଖାଲାଭ କରି ନଥାନ୍ତି l
* ସମସ୍ତଙ୍କ ଜୀବନରେ ପ୍ରାୟ ଉଥାନ ପତନ ପ୍ରାୟ ଲାଗି ରହିଥାଏ l ବେଳେବେଳେ ଜୀବନରେ ଏପରି ଲୋକ ଆସିଥାନ୍ତି ଯେଉଁମାନେ ଅନ୍ୟକୁ ଦୁଃଖ ଦେଇ ଖୁସି ହୋଇଥାନ୍ତି l କିନ୍ତୁ ଆମେ ମାନେ ରଖିବା ଉଚିତ ଯେ ସମୟଠାରୁ ବଳବାନ କେହିବି ନୁହଁନ୍ତି l ଅନ୍ୟକୁ ଦେଇଥିବା କଷ୍ଟ ଆମକୁ ମଧ୍ୟ ଭୋଗ କରିବାକୁ ପଡିବ l
* କିଛି ଲୋକ ଏପରି ଥାନ୍ତି ଅନ୍ୟର ଅପମାନ କରିବାକୁ ଭଲ ପାଆନ୍ତି l ସେମାନେ ସ୍ଥାନ ,କାଳ ,ପାତ୍ର ସବୁକିଛି ଭୁଲି ଯାଇ ସମସ୍ତଙ୍କ ଆଗରେ ଅପମାନିତ କରି ଥାନ୍ତି l ଏହିଭଳି ଲୋକମାନେ ନିଜର ସ୍ଥିତି ସବୁବେଳେ ହରାନ୍ତି କାରଣ ଅନ୍ୟକୁ କଷ୍ଟ ଦେଇଥିବା ବ୍ୟକ୍ତି ଏହି ଜନ୍ମରେ ହିଁ କଷ୍ଟ ଅନୁଭବ କରିଥାଏ l
* ମନୁଷ୍ୟ କର୍ମ ଅନୁସାରେ ଫଳ ପାଏ l ଭଲ କର୍ମର ଫଳ ଭଲ ମିଳେ ଓ ଖରାପ କର୍ମର ଫଳ ଖରାପ ହୋଇଥାଏ l ବିଦୁରଙ୍କ ନୀତିରେ ଯେକୌଣସି ବ୍ୟକ୍ତିକୁ ଆମେ ଦଣ୍ଡଦେବ କଷ୍ଟ ଦେବା ତା ମନରେ ଯେଉଁ ଆଘାତ ଲାଗିଛି ତାର ଫଳାଫଳ ଭୋଗ କରିବା ପାଇଁ ଆମେ ପ୍ରସ୍ତୁତ ରହିବ ଆବଶ୍ୟକ l କାରଣ ଉଦ୍ଧତ ବ୍ୟକ୍ତି ଉପରେ କେବେ ହେଲେବି ଭଗବାନଙ୍କ ଆଶୀର୍ବାଦ ରୁହେ ନାହିଁ l ଈଶ୍ୱର ସବୁବେଳେ ନିରୀହ ଲୋକଙ୍କ ସହିତ ରହିଥାନ୍ତି ତେଣୁ ଏହି ଜନ୍ମରେ ହିଁ ଆମକୁ ନିଜକୁ ଖରାପ କର୍ମର ଫଳ ଭୋଗିବାକୁ ପଡିବ l