ଜୀବନରେ ବିଦୁରଙ୍କ ନୀତିକୁ ଆମେ ଆପଣାଇ ଅନେକ କିଛି କାମ କରିଥାଉ l କିନ୍ତୁ ଯଦି ଆମେ ଏପରି କିଛି କାମ କରୁ ଯାହା ଦ୍ୱାରା ଆମକୁ ମାତା ଲକ୍ଷ୍ମୀଙ୍କ ସହିତ ସରସ୍ଵତୀଙ୍କର ଆଶୀର୍ବାଦ ମିଳିଥାଏ ତେବେ ଜୀବନର ସମସ୍ତ ବାଧାବିଘ୍ନ ଦୂର ହୋଇଯାଏ l ଗୀତାର ଉପଦେଶରେ ମଧ୍ୟ ଭଗବାନ ଶ୍ରୀ କୃଷ୍ଣ ଜ୍ଞାନର ମହତ୍ୱ ବିଷୟରେ କହିଛନ୍ତି l ବିଦ୍ୱାନ ମାନେ କେବେବି ନିଜର ଜ୍ଞାନକୁ ପରିପ୍ରକାଶ କରି ନଥାନ୍ତି କିନ୍ତୁ ସେମାନେ ଏପରି କିଛି କାମ କରିଥାନ୍ତି ଯାହାଦ୍ୱାରା ସମସ୍ତଙ୍କ ପାଖରେ ସମ୍ମାନୀୟ ହୋଇଥାନ୍ତି l
* ମା ସରସ୍ୱତୀଙ୍କୁ ଜ୍ଞାନର ଦେବୀ କୁହାଯାଏ,ତାଙ୍କୁ ଯିଏ ଧ୍ୟାନ ଓ ସ୍ନେହ ସହକାରେ ପ୍ରାଥନା କରିଥାଏ ତା ଉପରେ ସେ ସନ୍ତୁଷ୍ଟ ହୋଇ ଥାନ୍ତି l ବିଦୁରଙ୍କ ନୀତି ଅନୁସାରେ ଜ୍ଞାନୀ ବ୍ୟକ୍ତି କେବେବି ଅହଂକାର କରିବା ଉଚିତ ନୁହେଁ l କାରଣ ଅହଂକାରୀ ବ୍ୟକ୍ତି ମାନଙ୍କ ପାଖରୁ ସରସ୍ୱତୀ ଓ ଲକ୍ଷ୍ମୀ ଦୁରେଇ ଯାଆନ୍ତି l
* ବିଦୁରଙ୍କ ନୀତି ଅନୁସାରେ ଅଳସୁଆ ବ୍ୟକ୍ତିର ଜୀବନରେ ସଫଳତା ଆସିବା କଷ୍ଟକର ଅଟେ କାରଣ ତା ଉପରେ ସରସ୍ୱତୀ ଓ ଲକ୍ଷ୍ମୀ ଉଭୟ ଅସନ୍ତୁଷ୍ଟ ରହିଥାନ୍ତି l ସେ ସର୍ବଦା ବସି ସୋଇ ନିଜର କାର୍ଯ୍ୟକୁ କରିଥାଏ l
* ବିଦୁରଙ୍କ ନୀତି ଅନୁସାରେ ଜ୍ଞାନର ପ୍ରୟୋଗ ସର୍ବଦା ମାନବତାର ଭଲ ପାଇଁ କରିବା ବଶ୍ୟକ l ଜ୍ଞାନକୁ କେବେବି କାହା ଆଗରେ ଦେଖେଇ ହବା ଉଚିତ ନୁହେଁ l କାରଣ ଜ୍ଞାନକୁ ଦେଖାଇ ହେଉଥିବା ବ୍ୟକ୍ତି ଉପରେ ସରସ୍ୱତୀ ମତ ଅସନ୍ତୁଷ୍ଟ ରହିବ ସହିତ ଲକ୍ଷ୍ମୀଙ୍କ ଆଶୀର୍ବାଦ ମଧ୍ୟ ମିଳି ନଥାଏ l
* ମାତା ଲକ୍ଷ୍ମୀ ଓ ସରସ୍ୱତୀଙ୍କୁ ସ୍ୱଚ୍ଛତା ଅଧିକ ପସନ୍ଦ ଅଟେ l ସ୍ୱଛତାକୁ ଆପଣାଉଥିବା ବ୍ୟକ୍ତି କୁଶଳ ଓ ଆତ୍ମବିଶ୍ଵାସୀ ହୋଇଥାଏ l ଏପରି ଲୋକଙ୍କ ଉପରେ ମାତା ସରସ୍ବତୀ ଓ ଲକ୍ଷ୍ମୀ ପ୍ରସନ ହୋଇ ଆଶୀର୍ବାଦ କରିଥାନ୍ତି l ଏଭଳି ବ୍ୟକ୍ତିଙ୍କ ପାଖରେ ଧନ ଓ ଜ୍ଞାନ ସର୍ବଦା ରହିଥାଏ l
Comments are closed.