ଭାରତୀୟ ଧର୍ମ ଶାସ୍ତ୍ର ଓ ପୌରାଣିକ କଥା ଅନୁସାରେ ,ବିଦୁର ନୀତିର ଅନେକ ମହତ୍ୱ ରହିଛି l ମହାଭାରତ ଯୁଦ୍ଧକୁ ଯଦି କେହି ସଠିକ ଭାବରେ ଧୃତରାଷ୍ଟ୍ରଙ୍କୁ ସନ୍ଦେଶ ଦେଇଥିଲେ ସେ ହେଲେ ବିଦୁର l ବିଦୁର ଜଣେ ନୀତିବାନ ପୁରୁଷ ଥିଲେ l ମହାଭାରତ ଯୁଦ୍ଧର ପରିଣାମ କଣ ହେବ ସେ ଅନେକ ପୂର୍ବରୁ ଜାଣି ପାରିଥିଲେ l ଆଜି ଆମେ ବିଦୁରଙ୍କ ନୀତିରେ ଜାଣିବା କେଉଁ ପ୍ରକାରର ଲୋକମାନେ ସବୁବେଳେ ଦୁଖୀ ରୁହନ୍ତି ଓ କିଭଳି ଲୋକ ସୁଖୀ ରୁହନ୍ତି l
* ଦୁନିଆରେ ୬ ପ୍ରକାର ବ୍ୟକ୍ତି ସର୍ବଦା ଦୁଖୀ ରୁହନ୍ତି -ଈର୍ଷା କରୁଥିବା ବ୍ୟକ୍ତି ,ଅନ୍ୟକୁ ଘୃଣା କରୁଥିବା ବ୍ୟକ୍ତି ,ଅସନ୍ତୁଷ୍ଟ ବ୍ୟକ୍ତି ,କ୍ରୋଧୀ ବ୍ୟକ୍ତି ,ସନ୍ଦେହୀ ବ୍ୟକ୍ତି ଓ ଅନ୍ୟ ଉପରେ ନିର୍ଭର କରୁଥିବା ବ୍ୟକ୍ତି l
* ବୁଦ୍ଧିମାନ ବ୍ୟକ୍ତି ପ୍ରତି କିଏ ଯଦି ଅପରାଧ କରି ଦୁରକୁ ମଧ୍ୟ ଚାଲିଯାଏ ସେ କେବେବି ନିଜେ କରିଥିବା ପାପରୁ ରକ୍ଷା ପାଇପାରିବ ନାହିଁ l ସେ ଯେମିତି ହେଲେ ନିଜ ଭୁଲ ପାଇଁ ଧରା ପଡିବ l
* ସଂସାରରେ ୬ଟି ସୁଖ ମହତ୍ୱପୂର୍ଣ୍ଣ ଅଟେ – ଧନ ପ୍ରାପ୍ତି କରିବା ,ସବୁବେଳେ ସୁସ୍ଥ ରହିବା ,ଆଜ୍ଞାକାରୀ ପୁତ୍ର ଲାଭ କରିବା ,ଆଜ୍ଞାକାରୀ ପତ୍ନୀ ଲାଭ କରିବା ,ମନ ସ୍କାମନା ପୂର୍ଣ୍ଣ କଲାଭଳି ଶିକ୍ଷା ଓ ବିଦୁଷୀ ସ୍ତ୍ରୀ l ଅର୍ଥାତ ଏହି ୬ଟି ଜିନିଷ ଦ୍ୱାରା ସଂସାର ସୁଖ ଲାଭ ହୋଇଥାଏ l
* ସେହିଁ ଜ୍ଞାନୀ ବ୍ୟକ୍ତି ଅଟେ ,ଯିଏ ଆଦର ଓ ସମ୍ମାନ ପାଇବା ପରେ ମଧ୍ୟ ଗର୍ବ କରି ନଥାଏ ଓ ଅନାଦର ହେବା ପରେ କ୍ରୋଧିତ ହୋଇନଥାଏ l
* ବିଦୁର ନୀତି ଅନୁସାରେ ଯେପରି ସମୁଦ୍ର କିମ୍ବା ନଦୀ ଲଙ୍ଘନ କରିବା ପାଇଁ ଯେପରି ନୌକା ଗୋଟିଏ ମାତ୍ର ସାଧନ,ସେହି ଭଳି ସ୍ୱର୍ଗ ପ୍ରାପ୍ତି ପାଇଁ ସତ୍ୟ କହିବା ଗୋଟିଏ ମାତ୍ର ସିଢି l