Odisha news

ଯୁବ ସମାଜର ପ୍ରେରଣା ସ୍ୱାମୀ ବିବେକାନନ୍ଦ

0

ବିଶ୍ୱର ଖ୍ୟାତି ପ୍ରାପ୍ତ କରିଥିବା ସନ୍ଥ ,ସ୍ୱାମୀ ବିବେକାନନ୍ଦଙ୍କର ଜନ୍ମ ୧୨ ଜାନୁଆରୀ ୧୮୬୩ ରେ କଲିକତାରେ ହୋଇଥିଲା l ପିଲା ବେଳରୁ ତାଙ୍କୁ ସମସ୍ତେ ନରେନ୍ଦ୍ର ନାଥ ଦତ୍ତ ନାମରେ ଜାଣିଥିଲେ l ତାଙ୍କର ଜୟନ୍ତୀକୁ ସାରା ଭାରତରେ ପ୍ରତେକ ବର୍ଷ ରାଷ୍ଟ୍ରୀୟ ଯୁବ ଦିବସ ଭାବରେ ପାଳନ କରାଯାଏ l ତାଙ୍କ ପିତାଙ୍କ ନାମ ଥିଲା ବିଶ୍ୱନାଥ ଦତ୍ତ ଓ ସେ କଲିକତାର ଉଚ ନ୍ୟାୟାଳୟରେ ଓକିଲ ଥିଲେ ,ତାଙ୍କ ମାତାଙ୍କ ନାମ ଥିଲା ଭୁବନେଶ୍ୱରୀ ଦେବୀ l ସେମାନେ ୮ ଭାଇ ଭଉଣୀ ଥିଲେ l ତାଙ୍କର ଶିକ୍ଷା ଅତ୍ୟନ୍ତ ଅନିୟମିତତା ଭାବରେ ହୋଇଥିଲା l ବିବେକାନନ୍ଦ ପିଲା ବେଳରୁ ସତ୍ୟ କହିବା ସହିତ ଆଧ୍ୟାତ୍ମିକ ବାଦୀ ଥିଲେ l ଛୋଟ ବେଳରୁ ଧାର୍ମିକ ପ୍ରକୃତି ଓ ପରମେଶ୍ୱର ବିଶ୍ୱାସୀ ରହିଥିବା କାରଣରୁ ତାଙ୍କ ମା ସବୁବେଳେ ବିଭିନ୍ନ ପ୍ରକାରର ଧାର୍ମିକ କଥା ଶୁଣାଉଥିଲେ l ତାଙ୍କ ମା ପ୍ରତେକ ଦିନ ତାଙ୍କୁ ଦକ୍ଷିଣେଶ୍ୱର କାଳୀ ମନ୍ଦିର ମାଙ୍କ ଦର୍ଶନ ପାଇଁ ନେଇକି ଯାଉଥିଲେ l ଗୋଟିଏ ଦିନ ସେ ମନ୍ଦିରର ପୂଜକ ଶ୍ରୀ ରାମକୃଷ୍ଣଙ୍କ ସହିତ ସାକ୍ଷାତ କଲେ l ବିବେକାନନ୍ଦଙ୍କ ରାମ କୃଷ୍ଣଙ୍କର ଆଧ୍ୟାତ୍ମିକ ପ୍ରଭାବ ଭଲ ଲାଗିଲା ଏବଂ ତାଙ୍କ ଭିତରେ ଅନେକ ପରିବର୍ତ୍ତନ ଆସିବାକୁ ଲାଗିଲା l ବାସ୍ତବ ଜୀବନରେ ସ୍ୱାମୀ ବିବେକାନନ୍ଦ ଜଣେ ଗୁରୁଭକ୍ତ ଭାବରେ ଜଣାଶୁଣା l

ସ୍ୱାମୀ ବିବେକାନନ୍ଦଙ୍କର ଚିକାଗୋ ଭାଷଣ –

ଯେତେବେଳେ ସ୍ୱାମୀ ବିବେକାନନ୍ଦଙ୍କ ବିଷୟରେ ଆଲୋଚନା ହୁଏ ,ସେତେବେଳେ ତାଙ୍କର ଚିକାଗୋ ଭାଷଣ ବିଷୟରେ ଚର୍ଚା ହୋଇଥାଏ l କାରଣ ବିବେକାନନ୍ଦଙ୍କର ମାତ୍ର କେତୋଟି ଶବ୍ଦ ବିଶ୍ୱ ସାରା ହିନ୍ଦୁ ଧର୍ମ ବିଷୟରେ ଲୋକମାନଙ୍କର ନଜରିଆକୁ ବଦଳାଇ ଦେଇଥିଲା l ବିଶ୍ୱବାସୀଙ୍କୁ ଆଧ୍ୟାତ୍ମିକ ବାଦ ଓ ବେଦ  ବିଷୟରେ ପରିଚିତ କରାଇଥିଲା l ସେ ନିଜର ଏହି ଭାଷଣରେ କହିଥିଲେ ଯେ ଭାରତକୁ ଆସିଥିବା ଅତିଥି ମାନେ ଦେବତା ସଦୃଶ l ଭାଷଣ ଆରମ୍ଭରୁ ସାରା ବିଶ୍ୱ ବାସୀଙ୍କୁ ଧର୍ମ ସଭାରେ ଭାଇ ଓ ଭଉଣୀ କହି ସମ୍ବୋଧିତ କରିଥିଲେ l ତା ସହିତ ସହିଷ୍ଣୁତା ଉପରେ କହିଥିଲେ ହିନ୍ଦୁ ଧର୍ମରେ ସର୍ବଦା ସହିବl ବ୍ୟକ୍ତି ଉର୍ଦ୍ଧରେ ରହିଥାଏ l

ସେ କହିଥିଲେ ଯେପରି ଭିନ୍ନ ଭିନ୍ନ ନଦୀ ଗୁଡିକ ଶେଷରେ  ମିଶିଯାନ୍ତି  ସେହି ଭଳି ବିଶ୍ଵର ସମସ୍ତ ଧର୍ମ ଶେଷରେ ଈଶ୍ୱରଙ୍କ ପାଖରେ ପହଞ୍ଚେ l ଆମ ସମସ୍ତଙ୍କୁ ଆଗକୁ ଆସି ଏକାଠି ହୋଇ ବିଶ୍ୱ ଭାଇଚାରାରେ ରହିବାକୁ ପଡିବ l

ବିବେକାନନ୍ଦଙ୍କ ଭଳି ମହା ପୁରୁଷ ବିଶ୍ୱରେ ବିରଳ l ଯିଏ ନିଜର ଚିନ୍ତା ନକରି ଅନ୍ୟ ମାନଙ୍କ ପାଇଁ ସର୍ବଦା ପ୍ରେରଣା ହୋଇଛନ୍ତି l ଆମ ସମାଜ ଯଦି ଏହିପରି ମହାପୁରୁଷଙ୍କ ରାସ୍ତାରେ ଚାଲିବ ତେବେ ଜୀବନରେ ଅନେକ  ଉନ୍ନତି କରିବ l

Leave A Reply