Odisha news

ସ୍ପଟ୍‌ବୟଙ୍କୁ ସାହାଯ୍ୟ କଲେ ଭୂମି

0

ଭୂମି ପେଡନେକର ୪ ବର୍ଷ ଧରି ତାଙ୍କ ସାଙ୍ଗରେ କାମ କରୁଥିବା ସ୍ପଟ ବୟ ଉପେନ୍ଦ୍ର ସିଂହଙ୍କୁ ନୂଆ ବିଜନେସ୍‌ ଆରମ୍ଭ କରିବାରେ ସାହାଯ୍ୟ କରିଛନ୍ତି । ଉପେନ୍ଦ୍ର ଭ୍ୟାନିଟି ଭ୍ୟାନ୍‌ ତିଆରି କମ୍ପାନୀ କରିଛନ୍ତି ଓ ପ୍ରଥମ ଭ୍ୟାନ୍‌ ଭୂମିଙ୍କ ପାଇଁ ତିଆରି କରିଛନ୍ତି । ଏଥିପାଇଁ ଭୂମି ତାଙ୍କୁ ମୋଟିଭେଟ୍‌ କରିଥିବା କହିଛନ୍ତି । ଗୋଟିଏ ଭ୍ୟାନ୍‌ରୁ ଆରମ୍ଭ
ହୋଇଥିବା ଏହି ସଫର୍‌ ଖୁବ୍‌ଶୀଘ୍ର ୧୦୦ ପର୍ଯ୍ୟନ୍ତ ପହଞ୍ଚିଯିବ ବୋଲି କହିଛନ୍ତି ଭୂମି । ସେ କହିଛନ୍ତି ମୁଁ ଭାବେ ଜୀବନରେ ସମସ୍ତେ ଆଗକୁ ବଢ଼ିବା ଉଚିତ । ଉପେନ୍ଦ୍ର ଏପରି ଜଣେ ବ୍ୟକ୍ତି ଯାହାଙ୍କ ବିନା ମୋର ବାସ୍ତବତା ଏପରି ନୁହେଁ । ତାଙ୍କ ପାଇଁ ଯାହା ସମ୍ଭବ ମୁଁ କରିବି । ସେ ଆକାଶ ଭ୍ୟାନିଟି ନାମରେ ଏକ କମ୍ପାନୀ ଆରମ୍ଭ କରିଛନ୍ତି । ତାଙ୍କ ପ୍ରଗତି ପଥରେ ଦେଖିବା ମୋ ବ୍ୟକ୍ତିଗତ ବିଜୟ ।

Leave A Reply

Your email address will not be published.