ଆଜି ଯେଉଁ କରୋନାଭାଇରସ୍ ପୃଥିବୀ ସାରା ଆତଙ୍କ ସୃଷ୍ଟି କରିଛି, ତାହା ଚୀନର ଉହାନ୍ ନଗରୀରୁ ବ୍ୟାପିଥିବା କୁହାଯାଉଛି । ଉହାନ୍ରେ ଥିବା ବନ୍ୟ ଜୀବ ମାର୍କେଟରେ ସାପ ମାଂସର ଟୋଷ୍ଟ ଖାଇଥିବା ଲୋକମାନଙ୍କ ଶରୀରକୁ କରୋନାଭାଇରସ୍ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି । ଉହାନ୍ବାସୀ ଶୀତ ଋତୁରେ ସାପ ମାଂସ ଖୁବ୍ ଖାଇଥାନ୍ତି । ସେ ଦେଶର ବିଭିନ୍ନ ପ୍ରଦେଶରେ ଏପରି ଭିନ୍ନ ଭିନ୍ନ ଅଜବ ଖାଦ୍ୟ ବିପଣୀ ଦେଖିବାକୁ ମିଳେ । ଜଣେ ବିଶିଷ୍ଟ ଲେଖକ ଗତ ଶତାବ୍ଦୀରେ ତାଙ୍କ ପେକିଂ ଭ୍ରମଣ ଅଭିଜ୍ଞତାରେ ବର୍ଣ୍ଣନା କରିଥିଲେ ଯେ ଚୀନା ସରକାରଙ୍କ ଅତିଥି ହୋଇଥିବାରୁ ତାଙ୍କୁ ମୂଷା ପକୋଡ଼ା ପରଷା ଯାଇଥିଲା । ଆଖି ଫିଟି ନ ଥିବା ମୂଷା ଛୁଆଙ୍କୁ ତେଲରେ ଛାଣି ମହୁରେ ଗୋଳେଇ ପ୍ଲେଟ୍ରେ ପରଷା ଯାଇଥିଲା । ଚୀନା ଲୋକମାନେ ବାଘମାଂସ ଖାଆନ୍ତି । ତେଣୁ ସେ ଦେଶରେ ବାଘ ଚାଷ କରାଯାଏ !