Odisha news

ଭୁବନ : କୋଭିଡ ଚାର୍ଯ୍ୟ ନାମରେ ଶୋଷଣ , ସିଲିଲ କୋଟ ପାଚେରୀକୁ ଲାଗି ଖୋଲା ବାର

0

ଭୁବନ ତା ୧୭.୭.୨୦୨୦- କରୋନା କାହାକୁ ଦେଇଛି ଦୁଃଖ ତ କାହାର ଭରିଛି ସୁଖ । କାହାର ଫୁଟିଛି ମୁଣା ତ କାହାର ରୋଜଗାର ଦିଗୁଣା । ବିଶେଷ କରି ମଦ ଦୋକାନ । ବିଶ୍ୱମହାମାରୀ କରୋନା ଯୋଗୁ ମଦ ଦୋକାନ ମାଲମାଲ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅବକାରୀ ଥାନା ଅଧିନରେ ଥିବା ସରକାରୀ ଲାଇସେନସସ୍ ପ୍ରାପ୍ତ ମଦ ଦୋକାନ ଗୁଡିକ ଏବେ ସରକାରଙ୍କ ଘୋଷିତ ନିୟମକୁ ଯମେିତି ଫୁ କରିଦେଇଛନ୍ତି । ତାଙ୍କ ଦ୍ୱା ଜାରି ନିୟମ ମାନିଲେ ମଦୁଆ ମଦ ପିଇବେ ନଚେତ ନାହିଁ । ବହୁ ବାଦ ବିବାଦ ପେô ସରକାର ମଦ ଦୋକାନ ଖୋଲିବାକୁ ସ୍ୱୀକୃତି ଦେଇଛନ୍ତି । ପ୍ରଥମେ ଅନ ଲାଇନରେ ବୁକି ପରେ ମଦ କ୍ରେତାକୁ ସପ୍ଲାଇୟର ଜରିଆରେ ମଦ ଦିଆଯାଉଥରଲା । ସେତôପାଇଁ ସର୍ବାଧିକ ୩ଶହ ଟଙ୍କା ନିଆଯାଉଥିଲା । ପରେ ସରକାର ଏହି ପରିବହନ ଚାଜ୍ୟ ବନ୍ଦ କରିଦେଲେ ।

ସେହିଦିନରୁ ଏହି ଚାର୍ଜ୍ୟ ସିନା ନିଆଯାଉନାହିଁ . ହେଲେ ସ୍ୱତନ୍ତ୍ର କୋଭିଡି ଟ୍ୟାସ ମନ ଇଚ୍ଚା ଆଦାୟ କରାଯାଉଛି । ରସରକାର ଗତ ଜୁଲାଇ ୧୦ ତାରିଖରୁ କୋଭିଡି ଟ୍ୟାସ ୫୦ ପ୍ରତିଶତରୁ ୧୫ ପ୍ରତିଶତକୁ ହ୍ରାସ କରିଛନ୍ତି । ହେଲେ ବିକ୍ରେତା ଏହାକୁ ମାନିବାକୁ ନାରାଜ । ସେହୁ ପୂର୍ବବତ ୫୦ ପ୍ରତିଶତରେ ଦର କଷିନିଆଯାଉଛି । ଏହପରିକ ଖୋଲା ମେଲା ରେ ବିକ୍ରୀ ହେଉଥିବା ଜାଗା ଗୁଡିକରେ ୧୪୦ ଟଙ୍କାର ଦାମଥିବା ମଦକୁ ୨୬୦ ଟଙ୍କା ବିନିମୟରେ ବିକ୍ରୀ କରୁଥିବା ଦେଖାଯାଇଛି । କୋଭିଡି ଯୋଗୁ ବିଭିନ୍ନ ବାରରେ ମଦ ବସିକରି ପିଇପାରୁନାହାନ୍ତି ଗ୍ରାହକ । ଫଳରେ ମାନୁନାହାନ୍ତି ଥାନ ଅଥାନ । ଏପରିକି ଭୁବନ ସିଭିଲି କୋଟ ପାଚେରୀକୁ ଲାଗିଥିବା ଏକ ଚା ପାନ ଦୋକାନ ଏବେ ଖୋଲାମଖୋଲ ବାର ବନିଯାଇଛି । ଯେତେବେଳେ ଦେଖ ଗ୍ରାହକ ଭରପୁର । ଖାଲି ସେତିକି ନୁହେଁ ଗ୍ରାହକ ଙ୍କ ମଧ୍ୟରେ ଅଛନ୍ତି ଭୁବନ ଥାନାର ଜଣେ ପୋଲିସ , କେତେଜଣ ଓକିଲ , ଭୁବନ ତହସିଲର ସରକାରୀ ବାବୁ ଏକଥା କୁହନ୍ତି ଦୋକାନୀ ବାବୁ ଆରୁଖ । କରୋନା ଲକ ଡାଉନ ଯୋଗୁ ଏହି ଚାଲିଆ ଦୋକାନର ଗ୍ରାହକ ସଂଖ୍ୟ ବଢିଯାଇଥିବା ସେ ସ୍ୱୀକାର କରନ୍ତି ଦୋକାନୀ ବୋଲି ଭିଡିଓ ମୋବାଇଲ ରୁ ମୋବାଇଲକୁ ଘୁରି ବୁଲୁଛି ।

Nalco

Leave A Reply