ରାଜ୍ୟବ୍ୟାପୀ ଭାରତରତ୍ନ ଡା. ଭୀମରାଓ ଆମ୍ବେଦକରଙ୍କ ୧୨୯ତମ ଜନ୍ମ ଜୟନ୍ତୀ ପାଳିତ ଆଧୁନିକ ଭାରତ ଗଠନରେ ବାବା ସାହେବଙ୍କ ଅବଦାନ ଅତୁଳନୀୟ: ବିଜେପି
ନିଜ ଘରେ ବାବା ସାହେବଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ରାଜ୍ୟ ସଭାପତିଙ୍କ ସମେତ ବରିଷ୍ଠ ନତେୃବୃନ୍ଦ
ଏଜି ଛକ ସ୍ଥିତ ବାବା ସାହେବଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସ୍ମୃତିଚାରଣ କଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ
ଘରେ ରହି ବାବା ସାହେବ ଆମ୍ବେଦକର ଜୟନ୍ତୀକୁ ପାଳନ କଲେ ଲକ୍ଷାଧିକ କାର୍ଯ୍ୟକର୍ତା
ଆମ୍ବେଦକରଙ୍କ ପାଇଁ ଦେଶର ଶୋଷିତ, ଦଳିତ, ଆଦିବାସୀ ମହିଳା, ଦରିଦ୍ର ସମସ୍ତେ ନ୍ୟାୟ ପାଇବାକୁ ସମର୍ଥ ହୋଇଛନ୍ତି
ବିଜେପି କାର୍ଯ୍ୟକର୍ତା ମାନେ ସ୍ୱଚ୍ଛତା ଏବଂ ସାମାଜିକ ଦୂରତାକୁ ଧ୍ୟାନରେ ରଖି ୰ୠରରୟଞଷରଘରରୟଚ୍ଚ – ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନାରେ ୨ ଟି ଗରିବ ବସ୍ତିର ଲୋକଙ୍କୁ ଭୋଜନ ବ୍ୟବସ୍ଥା କରାଇଲେ
୰ଡରବକ୍ସୠବମରଉକ୍ଟଙ୍ଖରକ୍ସଝଗ୍ଧବଚ୍ଚଝବଲର କାର୍ଯ୍ୟକ୍ରମ ଅନ୍ତର୍ଗତ ଘର ତିଆରି କରିଥିବା ଫେସ କଭର ତଥା ମାସ୍କକୁ ବସ୍ତିି ବାସିନ୍ଦାଙ୍କୁ ବଂଟନ କଲେ ବିଜେପି କାର୍ଯ୍ୟକର୍ତା
ପ୍ରତି ଗରିବ ବସ୍ତିର ବାସିନ୍ଦା ମାନଙ୍କୁ ‘ମୋ ବସ୍ତି- କରୋନା ମୁକ୍ତ ବସ୍ତି’ ର ଶପଥ କରାଇଲେ ବିଜେପି କାର୍ଯ୍ୟକର୍ତା
ଭୁବନେଶ୍ୱର,ତା.୧୪/୪: ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ଆଜି ରାଜ୍ୟବ୍ୟାପୀ ଭାରତରତ୍ନ ଡ. ଭୀମରାଓ ଆମ୍ବେଦକରଙ୍କ ୧୨୯ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି । ରାଜ୍ୟ ସଭାପତି ସମୀର ମହାନ୍ତି, ପୂର୍ବତନ ସଭାପତି ତଥା ବିଜେପି ସାଂସଦ ବସନ୍ତ ପଣ୍ଡା, ବରଗଡ ସାଂସଦ ସୁରେଶ ପୂଜାରୀ, ପୂର୍ବତନ ମନ୍ତ୍ରୀ କେ.ଭି ସିଂହଦେଓ ନିଜ ଘରେ ରହି ବାବା ସାହେବଙ୍କ ଫଟୋରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଭୁବନେଶ୍ୱର ଏଜି ଛକ ସ୍ଥିତ ବାବା ସାହେବଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ସ୍ମୃତିଚାରଣ କରିଛନ୍ତି । ସେହିପରି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସାଧାରଣ ସଂପାଦକ (ସଙ୍ଗଠନ) ମାନସ ମହାନ୍ତି ବାବା ସାହେବଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ରାଜ୍ୟ ସଭାପତିଙ୍କ ଅନୁରୋଧ କ୍ରମେ ଲକ୍ଷାଧିକ କାର୍ଯ୍ୟକର୍ତା ସୁରକ୍ଷା ଦୃଷ୍ଟିରୁ ନିଜ ଘରେ ରହି ବାବା ସାହେବଙ୍କ ଜନ୍ମ ଜୟନ୍ତୀକୁ ପାଳନ କରିଛନ୍ତି ।
ବାବା ସାହେବ ୧୮୯୧ ମସିହା ଏପ୍ରିଲ ୧୪ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ଆଧୁନିକ ଭାରତ ଗଠନରେ ତାଙ୍କ ଅବଦାନ ଏବଂ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା । ବାବାସାହେବ କେବଳ ସମାଜର ଅନ୍ତିମ ଧାଡିରେ ଥିବା ଲୋକଙ୍କ କଲ୍ୟାଣ ପାଇଁ ଯେ ଚିନ୍ତାକରୁଥିଲେ ତା’ନୁହେଁ ସମାଜରେ ସମାନତା, ସାର୍ବଭୋ÷ମତ୍ୱ, ଓ ମହିଳା ସଶକ୍ତିକରଣ ଭଳି ବହୁବିଧ ଓ ବହୁ ଆୟାମୀ ଜନକଲ୍ୟାଣକାରୀ ବ୍ୟବସ୍ଥା ସମ୍ବିଧାନରେ ଯୋଡି ଭାରତୀୟ ଗଣତବକୁ ସଶକ୍ତ ତଥା ବଳିଷ୍ଠ କରିଥିଲେ । ସେଥିମଧ୍ୟରୁ ସମସ୍ତଙ୍କ ପାଇଁ ଶିକ୍ଷା, ମହିଳାମାନଙ୍କ ମାତୃତ୍ୱ କାଳିନ ସବେତନିକ ଛୁଟି ବ୍ୟବସ୍ଥା, ଶ୍ରମିକ ମାନଙ୍କ ପାଇଁ ଗୋଟିଏ ଦିନ ଅର୍ଥାତ ୮ ଘଂଟା ସମୟକୁ ହିଁ ଦିନକର ମଜୁରୀ ବ୍ୟବସ୍ଥା ଆଦି ସେ କରିଥିଲେ । ସେ ଏକାଧାରରେ ‘ଶିକ୍ଷା ସଂର୍ଘଷ ତଥା ସଂଗଠନ’ ଭଳି ସ୍ଲୋଗାନ ପ୍ରବର୍ତନ କରି ସମାଜକୁ ଏକ ନୂଆ ଦିଗ୍ଦର୍ଶନ ଦେଇଥିଲେ । ଆମ୍ବେଦକରଙ୍କ ପାଇଁ ଦେଶର ଶୋଷିତ, ଦଳିତ, ଆଦିବାସୀ ମହିଳା, ଦରିଦ୍ର ସମସ୍ତେ ନ୍ୟାୟ ପାଇବାକୁ ସମର୍ଥ ହୋଇଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ବର୍ତମାନ ସମୟରେ କରୋନା ପୂରା ବିଶ୍ୱରେ ଏକ ଭୟଙ୍କର ମହାମାରୀର ରୂପ ନେଇଛି । ରାଷ୍ଟ୍ରୀୟ ଓ ରାଜ୍ୟ ସଭାପତିଙ୍କ ନିଦେ୍ର୍ଦଶ କ୍ରମେ ବିଜେପି କାର୍ଯ୍ୟକର୍ତା ମାନେ ସ୍ୱଚ୍ଛତା ଏବଂ ସାମାଜିକ ଦୂରତାକୁ ଧ୍ୟାନରେ ରଖି ୰ୠରରୟଞଷରଘରରୟଚ୍ଚ – ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା କାର୍ଯ୍ୟକ୍ରମ ଅନ୍ତର୍ଗତ ୨ ଟି ଗରିବ ବସ୍ତିର ଲୋକଙ୍କମାନଙ୍କୁ ଭୋଜନ ବ୍ୟବସ୍ଥା କରାଇଛନ୍ତି । ଭୁବନେଶ୍ୱର ବରଗଡ ପାଖ ବସ୍ତିରେ ବିଜେପି କାର୍ଯ୍ୟକର୍ତାମାନେ ବସ୍ତି ବାସିନ୍ଦାଙ୍କୁ ଖାଦ୍ୟ ଯୋଗାଇବା ସହ ୰ଡରବକ୍ସୠବମରଉକ୍ଟଙ୍ଖରକ୍ସଝଗ୍ଧବଚ୍ଚଝବଲର କାର୍ଯ୍ୟକ୍ରମ ଅନ୍ତର୍ଗତ ଘର ତିଆରି କରିଥିବା ଫେସ କଭର ତଥା ମାସ୍କକୁ ବସ୍ତି ବାସିନ୍ଦାଙ୍କୁ ବଂଟନ କରିଛନ୍ତି ।
ସେହିପରି ପ୍ରତି ଗରିବ ବସ୍ତିର ବାସିନ୍ଦା ମାନଙ୍କୁ ‘ମୋ ବସ୍ତି- କରୋନା ମୁକ୍ତ ବସ୍ତି’ ର ଶପଥ କରାଇବା ସହ ସେମାନଙ୍କ ଉତମ ସ୍ୱାସ୍ଥ୍ୟ ପାଇଁ ବିଭିନ୍ନ ପ୍ରକାରର ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନିଦେ୍ର୍ଦଶ ଅନୁଯାୟୀ ସମାଜିକ ଦୂରତା, ପ୍ରଶାସନିକ ନିୟମ ଏବଂ ମୁହଁରେ ମାସ୍କ ଲଗାଇ ସମସ୍ତ କାର୍ଯ୍ୟ ସଂପନ୍ନ କରାଯାଇଛି । ରାଜ୍ୟର ୩୬ ଟି ସାଙ୍ଗଠନିକ ଜିଲ୍ଲାର ସମସ୍ତ ମଣ୍ଡଳରେ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି ।