କେନ୍ଦ୍ର ମନ୍ତ୍ରୀଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂରେ କଥାହେଲେ ମନ୍ତ୍ରୀ ଶ୍ରୀ ସ୍ୱାଇଁ , ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଅପ୍ରେଲ ୩୦ ସୁଦ୍ଧା ବିତରଣ କାର୍ଯ୍ୟ ଶେଷ କରାଯିବାକୁ ପଦକ୍ଷେପ ନିଆଯାଇଛି
ଭୁବନେଶ୍ୱର : ୧୩ ଅପ୍ରେଲ୍,୨୦୨୦ : କରୋନା ଭୂତାଣୁ (କୋଭିଡ୍-୧୯)ସଂକ୍ରମଣ ମୁକାବିଲା ନିମନ୍ତେ ଓଡ଼ିଶା ସମେତ ସାରା ଦେଶରେ ଲକ୍ ଡାଉନ୍ କରାଯାଇଥିବା ପରିପ୍ରେକ୍ଷୀରେ ଲୋକମାନଙ୍କ ଖାଦ୍ୟ ସୁରକ୍ଷା ନିଶ୍ଚିତ କରିବା ପାଇଁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୯୨,୮୫,୫୫୬ ପରିବାରର ୩,୨୪,୭୦,୪୯୯ ଜଣ ହିତାଧିକାରୀ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୧,୧୬,୦୦୭ ପରିବାରର ୩,୭୮,୮୨୯ ଜଣ ହିତାଧିକାରୀଙ୍କୁ ଆଗୁଆ ତିନି ମାସର ରେସନ୍ ସାମଗ୍ରୀ ଯୋଗାଇ ଦିଆଯାଉଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତିା ଏଥି ସହିତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ହିତାଧିକାରୀମାନଙ୍କୁ ମାସକୁ ମୁଣ୍ଡ ପିଛା ୫ କେଜି ଚାଉଳ ୩ ମାସ ପାଇଁ ଓ କାର୍ଡ ପିଛା ୧ କେଜି ହରଡ଼ ଡାଲି ତିନିମାସ ପାଇଁ ବିନାମୂଲ୍ୟରେ ଯୋଗାଇ ଦିଆଯିବା ପାଇଁ ପଦକ୍ଷେପ ନିଆଯାଇଛିା ଏଥି ନିମନ୍ତେ ଖାଦ୍ୟଶସ୍ୟ ଉଠାଣ ଆରମ୍ଭ ହୋଇଯାଇଛିା ଅପ୍ରେଲ ୩୦ ସୁଦ୍ଧା ବିତରଣ କାର୍ଯ୍ୟ ଶେଷ କରାଯିବା ପାଇଁ ପଦକ୍ଷେପ ନିଆଯାଉଛିା ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ୍କୁ କଡ଼ାକଡ଼ି ଭାବେ ଲାଗୁ କରାଯାଇ ବଜାରରେ ଖାଦ୍ୟଶସ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରକୁ ନିୟନ୍ତ୍ରଣରେ ରଖାଯାଇଛିା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ମାର୍ଚ୍ଚ ୨୧ରୁ ଅପ୍ରେଲ ୧୨ ତାରିଖ ମଧ୍ୟରେ ୨୧,୭୫୪ଟି ପରିବାରର ୫୯,୬୧୨ ଜଣ ନୂତନ ହିତାଧିକାରୀଙ୍କୁ ସାମିଲ କରାଯାଇଛି ଏବଂ ଏହି ପ୍ରକି୍ରୟା ଜାରି ରହିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ସୂଚନା ଦେଇଥିଲୋ
ଆଜି ଅପରାହ@ରେ ଭାରତ ସରକାରଙ୍କ ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ଦ୍ୱାରା ଆୟୋଜିତ ଭିଡ଼ିଓ କନ୍ଫରେନ୍ସିଂ ବୈଠକରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ରାମବିଳାସ ପାଶ୍ୱାନଙ୍କ ଅଧ୍ୟକ୍ଷତା କରିଥିଲୋ ଲୋକସେବା ଭବନଠାରେ ଭିଡ଼ିଓ କନ୍ଫରେନ୍ସିଂରେ ଉପସ୍ଥିିତ ରହି ମନ୍ତ୍ରୀ ଶ୍ରୀ ସ୍ୱାଇଁ କୋଭିଡ୍-୧୯ର ମୁକାବିଲା ନିମନ୍ତେ ରାଜ୍ୟ ସରକାର ଗ୍ରହଣ କରିଥିବା ବ୍ୟବସ୍ଥା ସଂପର୍କରେ ସୂଚନା ଦେଇଥିଲୋ
ଖାଦ୍ୟ ସୁରକ୍ଷା ଯୋଜନାରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରିପ୍ରେକ୍ଷୀରେ ଆଗୁଆ ତ୍ରୈମାସିକ ରାସନ୍ ନିମନ୍ତେ ଏ ପର୍ଯ୍ୟନ୍ତ ୯୩ ପ୍ରତିଶତ ଖାଦ୍ୟଶସ୍ୟ ଉଠାଣ ହୋଇଯାଇଛି ଏବଂ ୫୫ ଲକ୍ଷରୁ ଊର୍ଦ୍ଧ୍ୱର୍ ପରିବାରଙ୍କୁ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଇଛିା
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ଅନୁଯାୟୀ ପ୍ରତି କାର୍ଡଧାରୀ ହିତାଧିକାରୀ ପରିବାରଙ୍କୁ ୧୦୦୦ ଟଙ୍କା ନଗଦ ଅର୍ଥ ରିଲିଫ୍ ଆକାରରେ ଦିଆଯାଉଛିା ଆଜି ପର୍ଯ୍ୟନ୍ତ ୫୬ ଲକ୍ଷ ୧୪ ହଜାର ୯୪୧ ଜଣ ପିଡ଼ିଏସ୍ ରାସନ୍ କାର୍ଡଧାରୀଙ୍କୁ ମୋଟ ୫୬୧ କୋଟି ୪୯ ଲକ୍ଷ ୪୧ ହଜାର ଟଙ୍କା ବଣ୍ଟନ କରାଯାଇଛି ବୋଲି ମନ୍ତ୍ରୀ କହିଥିଲୋ
ରାଜ୍ୟରେ ଖରିଫ୍ ବିପଣନ ଋତୁ ୨୦୧୯-୨୦ ନିମନ୍ତେ ୧.୪୫ ଲକ୍ଷ ଝୋଟ ଅଖା ଆବଶ୍ୟକ ଥିବାବେଳେ ରାଜ୍ୟକୁ ଏ ପର୍ଯ୍ୟନ୍ତ ୧.୦୩ ଲକ୍ଷ ଗା=ି ଯୋଗାଣ ହୋଇଛିା ଝୋଟ ଅଖା ନିମନ୍ତେ ଜୁଟ୍ କମିଶନରଙ୍କ ନିକଟରେ ଅର୍ଥ ଜମା କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ୪୨ ହଜାର ଝୋଟ ଅଖା ହେତୁ ମିଳିନଥିବାରୁ ଧାନ ସଂଗ୍ରହରେ ଅସୁବିଧା ସମ୍ମୁଖୀନ ହେବାକୁ ପଡ଼ୁଛିା ବକେୟା ଅଖାକୁ ତୁରନ୍ତ ଯୋଗାଇଦେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ରାମବିଳାସ ପାଶ୍ୱାନଙ୍କୁ ଅବଗତ କରାଇଥିଲୋ ଏଥି ସହିତ ଧାନ ସଂଗ୍ରହ ବାବଦକୁ କେନ୍ଦ୍ର ସରକାରଙ୍କଠାରୁ ମିଳିବାକୁ ଥିବା ମୋଟ ବକେୟା ସବ୍ସିଡି ୬୧୩୨.୮୬ କୋଟି ଟଙ୍କାକୁ ତୁରନ୍ତ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବା ପାଇଁ ମନ୍ତ୍ରୀ ଅନୁରୋଧ କରିଥିଲୋ
ଏଥି ସହିତ ମହାରାଷ୍ଟ୍ର, ଗୁଜରାଟ, ତାମିଲନାଡୁ, କେରଳ ଆଦି କେତେକ ରାଜ୍ୟରେ ଓଡ଼ିଶାର ବହୁ ଶ୍ରମିକ ଲକ୍ ଡାଉନ୍ ଅବସ୍ଥାରେ ରହିଯାଇଥିବାରୁ ସେମାନଙ୍କର ଅନ୍ତତଃ ପକ୍ଷେ ୩ ମାସ ପାଇଁ ଖାଦ୍ୟ ସୁରକ୍ଷାର ବ୍ୟବସ୍ଥା କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ମନ୍ତ୍ରୀ ଶ୍ରୀ ପାଶ୍ୱାନଙ୍କୁ ଅନୁରୋଧ କରିଥିଲୋ ଅନ୍ୟ ରାଜ୍ୟର ଶ୍ରମିକମାନଙ୍କ ନିମନ୍ତେ ଓଡ଼ିଶା ସରକାର ଆବଶ୍ୟକୀୟ ବ୍ୟବସ୍ଥା କରିଥିବାବେଳେ ଅନ୍ୟ ରାଜ୍ୟମାନଙ୍କ ପକ୍ଷରୁ ମଧ୍ୟ ଅନୁରୂପ ବ୍ୟବସ୍ଥା କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଅନୁରୋଧ କରିଥିଲୋ ଭିଡ଼ିଓ କନ୍ଫରେନ୍ସିଂ ସମୟରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ ଉପସ୍ଥିତ ଥିଲୋ