Odisha news

କୋଭିଡ୍-୧୯ରେ ନିୟୋଜିତ ବି.ଏମ୍.ସି ଅଧିକାରୀ ,ଡାକ୍ତର, ଅଫିସର ଓ କର୍ମଚାରୀଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ଆଲୋଚନା ।

0

ଭୁବନେଶ୍ୱର ତା-୧୩.୪.୨୦ :ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ ତ୍ରିପାଠୀ ଆଜି ସୂଚନା ଓ ଲୋକ ସଂପର୍କ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂଙ୍କ ସହିତ ବି.ଏମ୍.ସି କାର୍ଯ୍ୟାଳୟ ଗସ୍ତ କରି ବି.ଏମ.ସି କମିଶନର ଶ୍ରୀ ପ୍ରେମଚନ୍ଦ୍ର ଚୌଧୁରୀଙ୍କ ଉପସ୍ଥିିତିରେ କରୋନା ସଂକ୍ରମଣ ପ୍ରତିହତ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟ ଦ୍ୱାରା ନିୟୋଜିତ ଡାକ୍ତର, ଅଫିସର ତଥା କର୍ମଚାରୀମାନଙ୍କ ସହ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । କାର୍ଯ୍ୟରେ ନିୟୋଜିତ ସମସ୍ତ କର୍ମଚାରୀ, ଡାକ୍ତର, ଅଫିସରଙ୍କ ଅକ୍ଳାନ୍ତ ଓ ନିଷ୍ଠାପର ସେବା ପାଇଁ ସେମାନଙ୍କୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ସେମାନଙ୍କର ଏହି ନିଷ୍ଠା ଓ ତ୍ୟାଗ ଆଗାମୀ ଦିନରେ ବଜାୟ ରଖିବାକୁ ଉସôାହିତ କରିଥିଲେ । ସାମାଜିକ ଦୂରତ୍ୱ ବଜାୟ ରଖି ସମସ୍ତେ କାର୍ଯ୍ୟ ସଂପାଦନ କରୁଥିବାରୁ ସେଥିପାଇଁ ମଧ୍ୟ ଶ୍ରୀ ତ୍ରିପାଠୀ ପ୍ରଶଂସା କରିଥିଲେ ।

Leave A Reply