Odisha news

ଡିଏଭି ବିଦ୍ୟାଳୟରେ ବର୍ଜ୍ୟବସ୍ତୁର ସୁପରିଚାଳନା କାର୍ଯ୍ୟକ୍ରମ ଅନୁଷ୍ଠିତ ‌

0
ଭଞ୍ଜନଗର ୮/୧୧  ଡିଏଭି ପିଟି ଏସ ଆର ବିଦ୍ୟାଳୟ ଭଞ୍ଜନଗର ପରିସରରେ ତେଜସ୍ଵିନୀ ମହିଳା ସଶକ୍ତିକରଣ ଫାଉଣ୍ଡେସନ ତରଫରୁ ବୁଧବାର ଦିନ ବର୍ଜ୍ୟବସ୍ତୁର ସୁପରିଚାଳନା ଭିତ୍ତିକ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ‌ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ତେଜସ୍ଵିନୀ ମହିଳା ସଶକ୍ତିକରଣ ଫାଉଣ୍ଡେସନ ର ମୁଖ୍ୟ ଉପଦେଷ୍ଟା ଶ୍ରୀ ଶୂଳପାଣି ଶତପଥୀ  ଓ ଶ୍ରୀମତୀ ଜ୍ୟୋତି ସିଂ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବାସୁଦେବ ପାଣିଗ୍ରାହୀ ପୁଷ୍ପଗୁଚ୍ଛ ଦେଇ ସେମାନଙ୍କୁ ସ୍ବାଗତ କରିଥିଲେ।ଏହି କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ଜି.ସ୍ନିଗ୍ଧାରାଣୀ ପରିଚାଳନା କରିଥିଲେ।
ଶୂଳପାଣି ଶତପଥୀ ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ ଭାରତ ଗଢିବା ଓ ପରିବେଶକୁ ସବୁଜ ସ୍ବଚ୍ଛ ରଖିବା ଦିଗରେ ନିଜର ବକ୍ତବ୍ୟ ପ୍ରଦାନ କରି ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କୁ ଶପଥ ପାଠ କରାଇଥିଲେ। ଶ୍ରୀମତୀ ଜ୍ୟୋତି ସିଂ ତେଜସ୍ଵିନୀ ମହିଳା ସଶକ୍ତିକରଣ ଫାଉଣ୍ଡେସନ ବିଭିନ୍ନ ବୟସର ବାଳକ ବାଳିକା ମାନଙ୍କ ପାଇଁ ପ୍ଲାଷ୍ଟିକର ସୁପରିଚାଳନା ଓ ପୁନଃଚକ୍ରଣ ବିଷୟରେ ଆଲୋକପାତ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନିଜର ସହଯୋଗ ପ୍ରଦାନ କରିଥିଲେ।
Govt
Leave A Reply