ଭଞ୍ଜନଗର : ଘୁମୁସର ବରିଷ୍ଠ ନାଗରିକ ମଞ୍ଚର ବୈଠକ ନାୟକ ଭବନ ରେ ଅନୁଷ୍ଠିତ ହୋଇଯାଇଛି. ମଞ୍ଚର ସଭାପତି ସୋମନାଥ ନାୟକ ସଭାପତିତ୍ୱ କରିଥିଲେ.। ପୂର୍ବମାସର ବିବରଣୀ ପାଠ କରାଯାଇ ଗୃହୀତ ହୋଇଥିଲା. ସବୁଯାଗାରେ ବରିଷ୍ଠ ନାଗରିକ ମାନଙ୍କ କାର୍ଯ୍ୟାଳୟ ପାଇଁ ମନ୍ତ୍ରୀଭିତ୍ତି ପ୍ରସ୍ତର ସ୍ଥାପନ କରୁଥିବାବେଳେ ଭଞ୍ଜନଗର ପରି ସବ ଡିଭିସନାଲ ହେଡ଼ କ୍ଵାର୍ଟ ରେ ବହୁବାର ଦାବୀ ସତ୍ୱେ ବରିଷ୍ଠ ନାଗରିକ ମାନଙ୍କୁ ଘର ଡିହ ଯୋଗାଇ ନ ଦେଇ ଟା ଳ ଟୁ ଳ ନୀତି ଗ୍ରହଣ କରାଯାଉ ଥିବାରୁ ଭୀଷଣ କ୍ଷଭୋ ପ୍ରକାଶ ପାଇଛି. ନବନିଯୁକ୍ତ ତହସିଲଦାର ଙ୍କୁ ସାକ୍ଷାତ କରି ସମ୍ବର୍ଦ୍ଧନା ଜଣାଇବା ସାଙ୍ଗକୁ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରାଯିବ ।
ନୂତନ ସଦସ୍ୟ ବାବୁ ପାତ୍ରଙ୍କୁ ପରିଚୟ ପତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଥିବା ଜଣାପଡିଛି. ଆଲୋଚନା ରେ ସର୍ବଶ୍ରୀ ବାଳକୃଷ୍ଣ ପାଢ଼ୀ, ବିପିନ କୁମାର ବେହେରା. ଲଡ଼ୁକେଶ୍ୱର ପ୍ରଧାନ ସନ୍ତୋଷ କୁମାର ମିଶ୍ର, ଗୋବିନ୍ଦ ଚନ୍ଦ୍ର ଲେଙ୍କା ରବିନାରାୟଣ ସାମନ୍ତ, ରଘୁନାଥ ପାତ୍ର, ପ୍ରତାପ ଚନ୍ଦ୍ର ସାହୁ, ସୁରେନ୍ଦ୍ର ସାହୁ ରଘୁନାଥ ସାହୁ ଆଲୋଚନା ରେ ଭାଗ ନେଇ ଥିବା ଜଣାପଡିଛି. ସଭାପତିଙ୍କ ସହ ଉପସଭାପତି ବାଳକୃଷ୍ଣ ବେହେରା, ମଂଚାସୀନ ସହ ସମ୍ପାଦକ ସନ୍ତୋଷ କୁମାର ପଣ୍ଡା, ବରିଷ୍ଠ ଆଇନ ଜୀବି ବିଜୟ କୁମାର ପାତ୍ର ଓ ସମ୍ମାନିତ ଅତିଥି ଭାବେବିଶିଷ୍ଟ ସମାଜସେବୀ ଗୋପାଳ ଚନ୍ଦ୍ର ଲେଙ୍କା ମଂଚାସୀନ ଥିଲେ. । ଶେଷରେ ସହ ସମ୍ପାଦକ ହରିକୃଷ୍ଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ
