Odisha news

ସାଧବର ତିରିଶି ତମ ପ୍ରତିଷ୍ଠା ଉତ୍ସବ

0

ପାରାଦୀପ୍ – ପାରାଦୀପ୍ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି ସାଧବ ସିପିଂ ଆଣ୍ଡ ଇଞ୍ଜିନିୟରିଂ କମ୍ପାନୀ ର 30 ତମ ପ୍ରତିଷ୍ଠା ଦିବସ  | ତିରିଶି ବର୍ଷ ପୂର୍ବରୁ ଓଡିଆ ର ଐତିହ୍ଯ, ପରମ୍ପରା ଓ ଗାରିମା କୁ ଉଜ୍ଜିବିତ କରିବା ଲକ୍ଷ୍ୟ ରଖି ଏହି କମ୍ପାନୀ ତାର ନାମ ସାଧବ ରଖିଥିଲା  | ଗୋଟିଏ ଜାହାଜ୍ ରୁ ଆରମ୍ଭ ହୋଇ ଏବେ କମ୍ପାନୀ ପ୍ରାୟ 10 ଟି ବନ୍ଦର ରେ ତାର କାର୍ଯ୍ୟ କରିଆସୁଅଛି | କଳିଙ୍ଗ ର ବୀରତ୍ୱ ର ପ୍ରତୀକ ସାଧବ ମାନେ କିଭଳି ଦୂର ସମୁଦ୍ର ର ବୁକୁ ଚିରି ଜାଭା ସୁମାତ୍ରା ବାର୍ଲି ବର୍ଣିଓ ଦୀପ କୁ ନୌବାଣିଜ୍ୟ କରିବା ପାଇଁ ଯାଉଥିଲେ ତାର ଏକ ଝଲକ ଆଜି କମ୍ପାନୀ ର କର୍ମଚାରୀ ମାନେ ଦେଖାଇଥିଲେ  | ସାତ ସାଧବ ଓ ସାତ ସାଧବାଣୀ ବେଶ୍ ରେ ସୁସଜ୍ଜିତ ହୋଇ ପୂଜାର୍ଚନା ବନ୍ଦାପନା ସହ ନୌକା ଯାତ୍ରା କରିଥିବା ଦେଖା ଯାଇଥିଲା  | ଏହି ଉତ୍ସବ ରେ ସାଧବ କମ୍ପାନୀ ର ଅଧ୍ୟକ୍ଷ  କ୍ୟାପଟେନ କମଳାକାନ୍ତ ଚୌଧୁରୀ , ନିର୍ଦେଶକ ଆଭାସ ଚନ୍ଦ୍ର ଚୌଧୁରୀ ଓ ସୁବାଷ୍ ଚନ୍ଦ୍ର ଚୌଧୁରୀ  ଏବ୍ଂ ନିର୍ଦ୍ଦେଶିକା ଦେବାହୁତି ଚୌଧୁରୀ , ମୁଖ୍ୟ ଅତିଥି କ୍ୟାପଟେନ୍ ଇଉସି ପଟ୍ଟନାୟକ, ସମ୍ମାନିତ ଅତିଥି ଏ କେ ବୋଷ ପ୍ରମୂଖ ଯୋଗ ଦେଇଥିବା ଜଣାପଡିଛି  |

Nalco
Leave A Reply