ଭଞ୍ଜନଗର–ସୋମବାର ଦିନ ଡି ଏ ଭି ପିଟି ଏସ୍ ଆର ପବ୍ଲିକ ସ୍କୁଲ ରେ ଜାତୀୟ ପାଠାଗାରିକ ଦିବସ ପାଳନ କରାଯାଇଛି। ଏହି ଆନୁକୁଲ୍ୟ ରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଫାଦର ଅଫ ଲାଇବ୍ରେରି ସାଇନ୍ସ ଡକ୍ଟର ଏସ୍. ଆର୍ ରଙ୍ଗନାଥନ୍ ଙ୍କ ଫୋଟ ରେ ପୁଷ୍ପ ଅର୍ପଣ କରାଯାଇଥିଲା । ପାଠାଗାର ର ଆବଶ୍ୟକତା ଓ ବହୁଳ ବ୍ୟବହାର ବ୍ୟବହାର ଦିଗପ୍ରତି ଶିକ୍ଷକ ଶ୍ରୀ ପ୍ରବୀଣ କୁମାର ପାତ୍ର ଆଲୋକପାତ କରିଥିଲେ। ଶ୍ରୀମତୀ ରାଜଲକ୍ଷ୍ମୀ ଡାକୁଆ ଦ୍ଵୀପ ପ୍ରଜ୍ଜ୍ୱଳନ କରିଥିଲେ। ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ରୋଲ୍ ଅଫ ଲାଇବ୍ରେରୀ ଓ ଲlଇବ୍ରେରିଆନ କାର୍ଯ୍ୟକ୍ରମ ରେ ବିପୁଳ ଭାବରେ ଅଂଶଗ୍ରହଣ କରିଥିଲେ ।ଏହି କାର୍ଯ୍ୟକ୍ରମ କୁ ଶ୍ରୀମତୀ ସସ୍ମିତା ପଟ୍ଟନାୟକ ପରିଚାଳନା କରିଥିଲେ।
