Odisha news

ଅଷ୍ଟମ ସ୍ୱତନ୍ତ୍ର ବାଟାଲିୟନ ରେ ତ୍ରିନାଥ ଠାକୁର ଙ୍କ ବାର୍ଷିକ ଉତ୍ସବ

0

ଭଞ୍ଜନଗର,୨୯/୦୨(ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର) : ଭଞ୍ଜନଗର ସ୍ଥିତ ତନରଡା ଅଷ୍ଟମ ସ୍ୱତନ୍ତ୍ର ଭାରତୀୟ ସଂରକ୍ଷିତ ବାହିନୀ କାଯ୍ୟାଳୟ ପରିସରରେ ଶ୍ରୀ ଶ୍ରୀ ତ୍ରିନାଥ ଠାକୁର ଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ କର୍ତା ଭାବେ ବରିଷ୍ଠ ହାବିଲଦାର କିଶୋର କୁମାର ନାୟକ ଏବଂ ତାଙ୍କ ଧର୍ମପତ୍ନୀ କାଯ୍ୟ ସମ୍ପାଦନ କରିଥିଲେ। ବାଟାଲିୟନ ଅବସରପ୍ରାପ୍ତ ଦୁର୍ଗପତି ଉମେଶ ଚନ୍ଦ୍ରଜେନା,ଦୁର୍ଗପତି ହୃଷିକେଶ ରଥ, ଉପଦୁର୍ଗପତି ଲଳିତ କୁମାର ବାଗ୍ ,ସହକାରୀ ଦୁର୍ଗପତି ରଞ୍ଜିତ କୁମାର ବାର୍ଲା,ସନ୍ତୋଷ ସାହୁ, ନିରୀକ୍ଷକ ଚିତ୍ତ ରଞ୍ଜନ ସାହୁ,ବିଜୟ କହଁର, ଦାଶରଥି ସୋରେନ,ଉପ ନିରୀକ୍ଷକ ସୁଦର୍ଶନ ମାହାଙ୍କୁଡ, ରବୀନ୍ଦ୍ର କୁମାର ନନ୍ଦ, ବ୍ରଜ କିଶୋର ସାମଲ, ବିବେକ ଚନ୍ଦ୍ର ଦାସ,ବରିଷ୍ଠ ହାବିଲଦାର ଲିଙ୍ଗରାଜ ପାଢ଼ୀ ଅନିଲ କୁମାର ମୋଇନି, ପ୍ରହଲ୍ଲାଦ ରାଉତ, ଲଷ୍ମୀ ନାରାୟଣ ପ୍ରଧାନ, ବିପିନ ଭୂୟାଁ, ପ୍ରଶାନ୍ତ କୁମାର ଗୌଡ଼, ଜଗନ୍ନାଥ ବିଶୋଇ ସୁବାଷ ଚାରଣ ବେହେରା,ଅମ୍ରିତ କହଁର ପ୍ରମୁଖ ଉପସ୍ଥିତ ଥିଲେ।

Ad2
Leave A Reply