ଭଞ୍ଜନଗର,୨୭/୧ : ଭଞ୍ଜନଗର ସହରର ୧୪ ନମ୍ବର ୱାର୍ଡର ୧୧୫ଜଣ ଅସହାୟ ଗରୀବଙ୍କୁ ଶୀତବସ୍ତ୍ର ବାଣ୍ଟନ କଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ବୁଧବାର ଅପରାହ୍ନ ୪ଟାରେ ମନ୍ତ୍ରୀ ଆରୁଖ ସ୍ଥାନୀୟ ଜଳସଂପଦ ବିଭାଗ ଡାକବଙ୍ଗଳା ପଡିଆରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଯୋଗଦେଇ ଏହି ଅସହାୟ ଗରୀବ ଲୋକଙ୍କୁ ଶୀତବସ୍ତ୍ର ବଣ୍ଟନ କରିଛନ୍ତି ।
ମନ୍ତ୍ରୀଙ୍କ ସହ ସ୍ଥାନୀୟ ସାଂସଦ ପ୍ରତିନିଧି ଦିବାକର ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଅନ୍ୟମାନଙ୍କ ମଧ୍ୟରେ ଶୁଳପାଣି ଶତପଥୀ, ପଞ୍ଚାନନ ପାଳ, ପ୍ରମୋଦ କୁମାର ପ୍ରଧାନ ଆଦି ସଂପୂର୍ଣ୍ଣ ସହଯୋଗ କରିଥିଲେ । ସୁଚନାଯୋଗ୍ୟଯେ ମନ୍ତ୍ରୀ ଆରୁଖ ଚଳିତବର୍ଷ ନିଜସ୍ୱ ପାଣ୍ଠିରୁ ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଗନ୍ନାଥପ୍ରସାଦ ଓ ଭଞ୍ଜନଗର ବ୍ଲକର ବହୁ ଉପାନ୍ତ ଆଦିବାସୀ ପଞ୍ଚାୟତ ସମେତ ବିଭିନ୍ନ ପଞ୍ଚାୟତ ଓ ଭଞ୍ଜନଗର ସହରର ବିଭିନ୍ନ ୱାର୍ଡରେ ଗରୀବ ଅସହାୟଙ୍କୁ ଶୀତବସ୍ତ୍ର ବଣ୍ଟନ କରିଛନ୍ତି ।