Odisha news

ଶ୍ରୀରାମଙ୍କ ମନ୍ଦିର ନିର୍ମାଣାର୍ଥେ ନିଧି ସଂଗ୍ରହ ନିମନ୍ତେ ସଚେତନତା ଅଭିଯାନ

0

ନିମାପଡା,୨୭ା୧:ଅଯୋଧ୍ୟାରେ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ନିମନ୍ତେ ନିଧି ସଂଗ୍ରହ ଉଦେ୍ଧଶ୍ୟରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି ନିମାପଡା ପକ୍ଷରୁ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ଶୋଭାଯତ୍ରା ନିମାପଡା ଏନ୍ଏସିରୁ ଆରମ୍ଭ ହୋଇ ବ୍ଲକର ବିଭିନ୍ନ ପଂଚାୟତ ପରିକ୍ରମା କରିଥିଲା ।ନିଧି ସଂଗ୍ରହ ରଥ ପରିକ୍ରମା କରିବା ସମୟରେ ମା ଓ ଭଉଣୀମାନେ ବନ୍ଦାପନା କରି ସମ୍ବର୍ଦ୍ଧିତ କରିଥିଲେ ।ନିମାପଡା ଅଭିଯାନର ପ୍ରମୁଖ ଶରତ ଚନ୍ଦ୍ର ସେନାପତି ଉକ୍ତ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିବା ବେଳେ ପୁରୀ ଜିଲ୍ଲା ଅଭିଯାନ ପ୍ରମୁଖ ଉମାଶଙ୍କର ଆଚାର୍ଯ୍ୟ,ହିସାବ ପ୍ରମୁଖ ସତ୍ୟନାରାୟଣ ମିଶ୍ର,କାର୍ଯ୍ୟାଳୟ ପ୍ରମୁଖ ରଂଜନ କୁମାର ନାୟକ ପ୍ରମୁଖ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।ଏହି ଅଭିଯାନ ଚଳିତ ମାସ ୧୫ରୁ ଆରମ୍ଭ ହୋଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କର୍ମକର୍ତାମାନେ ସୂଚନା ଦେଇଛନ୍ତି ।ଶ୍ରୀରାମଙ୍କ ମନ୍ଦିର ନିର୍ମାଣ କରିବା ଲାଗି ବିଭିନ୍ନ ବର୍ଗର ଲୋକ ନିଜ ନିଜ ସମର୍ଥ ଅନୁଯାୟୀ ମୁକ୍ତ ହସ୍ତରେ ଦାନ କରୁଥିବା ଏବଂ ଅକୁଣ୍ଠ ସମର୍ଥନ ଜଣାଉଥିବା ପୁରୀ ଜିଲ୍ଲା ଅଭିଯାନର ପ୍ରମୁଖ ଶ୍ରୀ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି ।

Govt
Leave A Reply