Odisha news

୭ ବର୍ଷର ନାବାଳିକାକୁ ଧର୍ଷଣ ଅଭିଯୋଗ

0

ପିପିଲି,୨୭ା୧:ପିପିଲି ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତ ଅଞ୍ଚଳରେ ଥିବା ଏକ ଗ୍ରାମର ଜନୈକା ୭ବର୍ଷିୟା ନାବାଳିକାକୁ ଧର୍ଷଣ କରାଯାଇଥିବା ସଂପର୍କରେ ପିପିଲି ପୁଲିସରେ ଲିଖିତ ଅଭିଯୋଗ ହୋଇଛି । ପୁଲିସ ଏହି ଘଟଣାରେ ଅଭିଯୁକ୍ତ ନାବାଳକକୁ ଧରି ପୁରୀର ପ୍ରିନ୍ସିପାଲ ମାଜିଷ୍ଟ୍ରେଟ୍ ଜୁଭେନାଇଲ ଜଷ୍ଟିସ ବୋର୍ଡଙ୍କ ନିକଟରେ ଆଜି ହାଜର କରାଇବା ପରେ ତାକୁ ବ୍ରହ୍ମପୁର ସ୍ଥିତ ବାଳସୁଧାର କେନ୍ଦ୍ରକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି ।

ପିଡିତା ନାବାଳିକାକୁ ବିଭିନ୍ନ ପ୍ରଲୋଭନ ଦେଖାଇ ଗତ ୨୧ ତାରିଖ ଅପରାହ୍ନରେ ଅଭିଯୁକ୍ତ ନିଜ ଘର ମଧ୍ୟରେ ଧର୍ଷଣ କରିଥିବା ସଂପର୍କରେ ପରିବାର ପକ୍ଷରୁ ୨୬ ତାରିଖରେ ପିପିଲି ପୁଲିସରେ ଲିଖିତ ଅଭିଯୋଗ କରାଯାଇଥିଲା । ଏନେଇ ପୁଲିସରେ ଏକ ମାମଲା ରୁଜୁ ହୋଇଥିଲା । ଏସ୍ଡିପିଓ ଦେବଦତ୍ତ ବରାଳଙ୍କ ନିଦେ୍ର୍ଦଶ କ୍ରମେ ଓ ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଦନ୍ତକାରୀ ଅଧିକାରୀ ଏସ୍ଆଇ ସୁରମା ସ୍ୱାଇଁ, ଏଏସ୍ଆଇ ପ୍ରକାଶ ମଲ୍ଲିକ ପ୍ରମୁଖ ବିଭିନ୍ନ ସ୍ଥାନରେ ଚଢାଉ କରି ଅଭିଯୁକ୍ତ ନାବାଳକକୁ ଧରିବାରେ ସକ୍ଷମ ହୋଇଥିଲେ ।

ପୁରୀ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପିପିଲି ପୁଲିସ ଗତକାଲି ଘଟଣାସ୍ଥଳରେ ବ୍ୟାପକ ତଦନ୍ତ ଚଳାଇବା ସହ ସେଠାରୁ ବିଭିନ୍ନ ନମୁନା ସଂଗ୍ରହ କରିଥିଲା । ତଦନ୍ତକାରୀ ଅଧିକାରୀ ଏସ୍ଆଇ ସୁରମା ସ୍ୱାଇଁ ଆଜି ଅଭିଯୁକ୍ତ ନାବାଳକକୁ ପୁରୀର ପ୍ରିନ୍ସିପାଲ ମାଜିଷ୍ଟ୍ରେଟ୍ ଜୁଭେନାଇଲ ଜଷ୍ଟିସ ବୋର୍ଡଙ୍କ ନିକଟରେ ହାଜର କରାଇବା ପରେ ତାକୁ ବ୍ରହ୍ମପୁର ସ୍ଥିତ ବାଳସୁଧାର କେନ୍ଦ୍ରରେ ଛଡାଯାଇଥିବା ସୂଚନା ମିଳିଛି । ଏଥିସହ ପୁଲିସ ପିଡିତା ନାବାଳିକାର ୧୬୪ ବୟାନ ରେକର୍ଡ କରାଇଥିବା ସୂଚନା ମିଳିଛି ।

Leave A Reply