Odisha news

ଭଞ୍ଜନଗର କୃଷିବିଜ୍ଞାନ କେନ୍ଦ୍ରରେ ୨୯ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ

0

ଭଞ୍ଜନଗର : ସ୍ଥାନୀୟ କୃଷିବିଜ୍ଞାନ କେନ୍ଦ୍ର ଗଞ୍ଜାମ – ୧ ଭଞ୍ଜନଗର କାର୍ଯ୍ୟାଳୟ ପରିସରରେ ୨୯ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ କୋଲକତା ଅଟାରୀର ବରିଷ୍ଠ ବୈଜ୍ଞାନିକ ଡକ୍ଟର ଏସ୍ କେ ମଣ୍ଡଳ ଅନଲାଇନ୍ ମାଧ୍ୟମରେ ଉଦଘାଟନ କରିଥିଲେ । ସଂପ୍ରସାରଣ ନିଦେ୍ର୍ଦଶାଳୟ ଯୁଗ୍ମ ନିଦେ୍ର୍ଦଶକ ଡକ୍ଟର ପ୍ରସନ୍ନଜିତ୍ ମିଶ୍ରଙ୍କ ସଭାପତିତ୍ୱରେ ଉକ୍ତ ବୈଠକ ଆୟୋଜିତ ହୋଇଥିଲା । କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡଃ. ସ୍ୱାଗତିକା ସାହୁ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ଏହି କାର୍ଯ୍ୟକ୍ରମରେ କୃଷିବିଜ୍ଞାନ କେନ୍ଦ୍ର ଅନୁକୂଲ୍ୟରେ ଗତବର୍ଷ ହୋଇଥିବା ବୈଠକର ବିବରଣୀ ପାଠ କରାଯିବା ସହ ଚଳିତ ବର୍ଷର କାର୍ଯ୍ୟ ଖସଡା ଉପରେ ଆଲୋଚନା କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଅଣଧାନ ସଂଗ୍ରହ, ଉନ୍ନତ ମାଣ୍ଡିଆ କିସମ, ଖାଦ୍ୟର ପ୍ରକି୍ରୟା କରଣ, ଉପଯୁକ୍ତ ମୂଲ୍ୟ ପାଇଁ ବଜାର ସହ ସମନ୍ନୟ, ସମନ୍ୱିତ ଖାଦ୍ୟ ଓ ରୋଗ ପୋକ ପରିଚାଳନା, ଉନ୍ନତ ପ୍ରଜାତି କୁକୁଡା କଡକନାଥ ପାଳନ, ଘାସ ଚାଷ, ଚାଷୀଙ୍କ ଆୟ ଦ୍ୱିଗୁଣିତ ପାଇଁ ବିଭିନ୍ନ ଯୋଜନାର ସମନ୍ୱୟ ଉପରେ ଆଲୋଚନା କରାଯାଇଥିଲା । ଏଥିରେ ଭଞ୍ଜନଗର କୃଷିଜିଲ୍ଲା ଅଧିକାରୀ ପ୍ରଦୀପ୍ତ କୁମାାର ସାହୁ, ଅତିରିକ୍ତ ପ୍ରାଣୀ ଚିକିତ୍ସାଧିକାରୀ ମଧୁସୁଦନ ସୁବୁଦ୍ଧି, ପ୍ଲସ ଏନଜିଓର ନିଦେ୍ର୍ଦଶକ ସୁଧାଂଶୁ ଶେଖର ତି୍ରପାଠୀ, ବିଶ୍ୱାସ ଏନଜିଓର କର୍ମକର୍ତ୍ତା ଅସୀତ୍ ସାୁହ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଜିଲ୍ଲାର ଅନ୍ୟ ଅଧିକାରୀମାନେ ଅନଲାଇନ୍ ମାଧ୍ୟମରେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନିଜ ନିଜର ମତାମତ ପ୍ରଦାନ କରିଥିଲେ । କୃଷି ବିଜ୍ଞାନ କେନ୍ଦ୍ରର ସମସ୍ତ ବୈଜ୍ଞାନିକ ନିଜ ନିଜ କାର୍ଯ୍ୟକ୍ରମର ସମସ୍ତ ବିବରଣୀ ଉପସ୍ଥାପନ କରିଥିଲେ । ଶେଷରେ ବୈଜ୍ଞାନିକ ପ୍ରଶାନ୍ତ କୁମାର ପଣ୍ଡା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply