ଭଞ୍ଜନଗର : ସ୍ୱତନ୍ତ୍ର ଫଟୋ ଭୋଟର ତାଲିକା ସଂଶୋଧନ ୨୦୨୧ ମସିହା ନିମନ୍ତେ ଏକ ବୈଠକ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଆଜି ସ୍ଥାନୀୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଏବଂ ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗ ଦେଇଥିଲେ ।
ଆସନ୍ତା ଡିସେମ୍ବର ପାଞ୍ଚ ଓ ଛଅ ତାରିଖ ଦିନ ସ୍ୱତନ୍ତ୍ର ପ୍ର·ର ଦିବସ ଅନୁଷ୍ଠିତ ହେବ । ଏହି ଦିନ ସମସ୍ତ ବିଏଲଓ ଓ ସୁପରଭାଇଜରମାନେ ନିଜ ନିଜ ଭୋଟଗ୍ରହଣ କେନ୍ଦ୍ରମାନଙ୍କରେ ଉପସ୍ଥିତ ରହି ଜନସାଧାରଣଙ୍କ ଆବେଦନପତ୍ର ଗ୍ରହଣ କରିବେ । ୨୦୨୧ ଜାନୁଆରୀ ସୁଦ୍ଧା ଯେଉଁମାନଙ୍କୁ ୧୮ ବର୍ଷ ହେବାକୁ ଯାଉଛି ସେମାନଙ୍କୁ ଏହି ତାଲିକାରେ ନୂଆ ଭୋଟର ଭାବେ ଯୋଡ଼ା ହେବ । ସେହିପରି ଙ୍ଗଙ୍ଗଙ୍ଗ.ଦ୍ଭଙ୍ଖଗ୍ଦକ୍ଟ୍ର.ସଦ୍ଭ ୱେବ୍ସାଇଟ୍କୁ ଯାଇ ଆବଶ୍ୟକତା ଅନୁଯାୟୀ ନିର୍ଦ୍ଧାରିତ ଫର୍ମ ପୂରଣ କରି ଅନ୍ ଲାଇନ୍ରେ ଆବେଦନ କରିପାରିବେ ।
ଫର୍ମ-୬ ଏବଂ ଫର୍ମ-୬(କ) ଯଥାକ୍ରମେ ଭୋଟର ତାଲିକାରେ ନାମ ପଞ୍ଜୀକରଣ କରିବା ପାଇଁ ଆବେଦନ ଏବଂ ପ୍ରବାସୀ ଭୋଟର ତାଲିକାରେ ଆବେଦନ କରିପାରିବେ । ଫର୍ମ-୭ରେ ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ ହେବାକୁ ବିରୋଧ କିମ୍ବା ବାଦ କରିବା ପାଇଁ ଆବେଦନ କରିପାରିବେ । ଫର୍ମ-୮ରେ ଭୋଟର ତାଲିକାରେ ସଂଶୋଧନ କରିବା ପାଇଁ ଆବେଦନ କରିପାରିବେ । ଫର୍ମ-୮(କ)ରେ ଭୋଟର ତାଲିକାରେ ନାମ ସ୍ଥାନାନ୍ତକରଣ ନିମନ୍ତେ ଆବେଦନ କରିପାରିବେ ।
ଏହାଛଡ଼ା କିପରି ଅଧିକରୁ ଅଧିକ ମହିଳା ସାମ୍ବିଧାନିକ ପ୍ରକ୍ରିୟାରେ ସାମିଲ ହେବେ ସେଥିପ୍ରତି ଧ୍ୟାନ ଦେବାକୁ ପ୍ରତିନିଧିମାନଙ୍କୁ ଉପଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ପରେ ଉପଜିଲ୍ଲାପାଳ, ଭଞ୍ଜନଗର, ଆସ୍କା ଏବଂ ସୋରଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ଇ.ଆର୍.ଓମାନଙ୍କ ସହ ଭୋଟର ତାଲିକା ସଂଶୋଧନର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ବୈଠକରେ ରାଜନୈତିକ ଦଳ ପକ୍ଷରୁ ପ୍ରତିନିଧି ଭାବେ ବିଜେଡ଼ିରୁ ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ବିଜେପିରୁ ସନ୍ତୋଷ କୁମାର ତିଆଡ଼ି, ବିଜେପି ସୋରଡ଼ାରୁ ରଞ୍ଜନ ରାଉତ, କଂଗ୍ରେସରୁ ସନ୍ତୋଷ କୁମାର ନାୟକଙ୍କ ସମେତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।