ଜିଲ୍ଲା ବିରୋ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର : ଆଜି ଭଞ୍ଜନଗର ସହରରେ ମା ଠାକୁରାଣୀ ଙ୍କ ଯାତ୍ରା ଦୀର୍ଘ 6 ବର୍ଷ ପରେ ଅନୁଷ୍ଠିତ ହେବାକୁ ଯାଉଛି l ସେ ପାଇଁ ଆଜି ସ୍ଥାନୀୟ ଶ୍ରୀ ଶ୍ରୀ ଶ୍ରୀ ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ଗୋଟେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି l ଆଜିର ଏହି ପ୍ରସ୍ତୁତି ବୈଠକ ରେ ଶୁଭଖୁଣ୍ଟି ସ୍ଥାପନ, ଦେବୀ ଙ୍କ ଆଗମନ ଓ ନୂତନ କର୍ମ କର୍ତ୍ତା ନିର୍ବାଚନ ବିଷୟରେ ଚର୍ଚ୍ଚା ହୋଇଥିଲା, ରବିବାର ଦିନ ଶୁଭଖୁଣ୍ଟି ସ୍ଥାପନ ହେବ, ବୁଧବାର ଦିନ ଦେବୀଙ୍କ ଆଗମନ ହେବ l ଆଜିର ଏହି ସଭା ରେ ଓଡିଶା ବିଧାନସଭା ର ବାଚସ୍ପତି ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଥିଲେ l ସାନମାନୀୟ ଅତିଥି ରୂପେ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ବିଜ୍ଞ୍ୟାପିତ ଅଂଚଳ ପରିଷଦ ଅଧକ୍ଷ ଗୋପବନ୍ଧୁ ମହାପାତ୍ର ଉପାଧ୍ୟାକ୍ଷା ଶୁଭଶ୍ରୀ ଦାସ, ଅଧିକ୍ଷଣ ଯନ୍ତ୍ରୀ ନୃସିଂହ ନାଥ ପଣ୍ଡା ଥାନା ଅଧିକାରୀ ଧୀରେସ କୁମାର ଦାସ, ତହସିଲଦାର ଅଚ୍ୟୁତାନନ୍ଦ ଯାନୀ, ବିଜ୍ଞ୍ୟାପିତ ଅଂଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର,କନ୍ଧମାଳ ସାଂସଦ ପ୍ରତିନିଧି ବିଜ୍ଞ୍ୟାପିତ ଅଂଚଳ ପରିଷଦ ପଞ୍ଚାନନ ପାଳ, ନଗର ବିଜେଡି ସଭାପତି ରାଜେନ୍ଦ୍ର ବିଶୋଇ, ଯୁବ ବିଜେଡି ସଭାପତି ସୁଧୀର ରଞ୍ଜନ ବେହେରା, ଶାନ୍ଟୁନୁ ଦାସ, ସୁଶାନ୍ତ ମହାପାତ୍ର, ଶୁଳାପାଣି ଶତପଥୀ, ବିନୟ ରଥ, ମୁରଲୀଧର ପଣ୍ଡା, ସମସ୍ତ କାଉନସିଲର ଓ ସାମ୍ବାଦିକ ବନ୍ଧୁ ଉପସ୍ଥିତ ଥିଲେ, ନୁଆଁ କାର୍ଯ୍ୟ କାରି କମିଟି ମଧ୍ୟରେ ରାଜେନ୍ଦ୍ର ବିଶୋଇ (ସଭାପତି ), ଶାନ୍ଟୁନୁ କୁମାର ଦାସ ( ଉପସଭାପତି ), ବିନୟ କୁମାର ରଥ ( ଉପସଭାପତି ), ମୁରଲୀଧର ପଣ୍ଡା ( ଉପସଭାପତି ), ଗୋପବନ୍ଧୁ ମହାପାତ୍ର ( ମୁଖ୍ୟ ସାଙ୍ଗଠନିକ ସମ୍ପାଦକ ) ସୁଶାନ୍ତ ମହାପାତ୍ର ( ସାଙ୍ଗଠନିକ ସମ୍ପାଦକ ) ସୁଧୀର ରଞ୍ଜନ ବେହେରା ( ସାଧାରଣ ସମ୍ପାଦକ ) ଲୋକନାଥ କର, ଡି ଚେଲାପତି ରାଓ, ସୁନୀଲ କୁମାର ପଟ୍ଟନାୟକ, କେ ନାଗେଶ୍ୱର ପାତ୍ର ( ସହ ସମ୍ପାଦକ ) କୋଷାଧକ୍ଷ ବି ମହେଶ୍ୱର ପାତ୍ର, ଜଗଦିଶ ପାଣିଗ୍ରାହୀ ( ସାଂସ୍କୃତିକ ସମ୍ପଦକ ) ଭାବେ ମନୋନୀତ ହେଇଛନ୍ତି
